ETV Bharat / state

ଅତିଷ୍ଠ କଲା ପାରିବାରିକ କଳି, ଭାଗର୍ବୀ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Sep 24, 2022, 1:13 PM IST

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଜୁରିଅ ନିକଟ ବ୍ରହ୍ମପୁର ଗ୍ରାମର ପ୍ରମୋଦିନି ପାରିବାରିକ କଳହକୁ କେନ୍ଦ୍ର କରି ନିକଟରେ ଥିବା ଖଜୁରିଅ ସେତୁ ନିକଟରେ ଭାର୍ଗବୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ। ଅଧିକ ପଢନ୍ତୁ

ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ବ୍ରହ୍ମଗିରି: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମଗିରି ଥାନା ଅନ୍ତର୍ଗତ ଖଜୁରିଅ ନିକଟ ବ୍ରହ୍ମପୁର ଗ୍ରାମରେ । ତେବେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀ ଜଣକ ହେଲେ ବ୍ରହ୍ମପୁର ଗ୍ରାମର ପ୍ରମୋଦିନି ସାହୁ।

ସୂଚନା ଅନୁଯାୟୀ, ମହିଳା ଜଣକ ପାରିବାରିକ କଳହକୁ କେନ୍ଦ୍ର କରି ନିକଟରେ ଥିବା ଖଜୁରିଅ ସେତୁ ନିକଟରେ ଭାର୍ଗବୀ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତେବେ ନିକଟରେ ଥିବା କିଛି ଲୋକ ଏହା ଦେଖି ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଏନେଇ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ 2 କିମି ଦୂରରୁ ମହିଳା ଜଣଙ୍କୁ ଉଦ୍ଧାର କରଯାଇ ତାଙ୍କୁ ରେବଣା ନୂଆଗାଁ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏହାଛଡା ତାଙ୍କ ସ୍ବାମୀଙ୍କ ନାମ ବିଶ୍ବମ୍ଵର ସାହୁ ବୋଲି ଜଣାପଡ଼ିଛି।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.