ପୁରୀ: ପୁରୀ ସହରରେ ଆଜି ଠାରୁ ୧୮ ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପାଇଁ କୋଭିଡ ଟୀକାକରଣ ଆରମ୍ଭ ହୋଇଛି । ପାଇଲଟ ପ୍ରକଳ୍ପ ଭାବେ ପରୀକ୍ଷାମୂଳକ ଭାବେ ପୁରୀ ସହରର ୭ଟି କେନ୍ଦ୍ରରେ ଆଜି ଠାରୁ ୧୮ ବର୍ଷରୁ ଉର୍ଦ୍ଧ୍ବଙ୍କ ପାଇଁ ବିନା ପଞ୍ଜୀକରଣରେ ଟୀକାକରଣ ଆରମ୍ଭ ହୋଇଛି ।
ସମୀକ୍ଷା ବୈଠକ ପରେ ଆସନ୍ତା କାଲିଠାରୁ 13ଟି କେନ୍ଦ୍ରରେ ଏହି ଟୀକାକରଣ କରାଯିବ । ଆଜି(ରବିବାର) ପୁରୀ ପୌରପାଳିକା ଅନ୍ତର୍ଗତ ବଳଗଣ୍ଡି ସ୍କୁଲ, କନଭେଣ୍ଟ ସ୍କୁଲ, ଜିଲ୍ଳା ସ୍କୁଲ, ଗଦାଧର, ବେଟ୍ରିକ୍ସ, ଭୋଳନାଥ ବିଦ୍ୟାପୀଠ ସମେତ ସେବାୟତଙ୍କ ପାଇଁ ପ୍ରତିହାରୀ ନିଯୋଗ ଓ ବୈକୁଣ୍ଠ ଧାମରେ ୧୮ ବର୍ଷରୁ ଅଧିକ ସେବାୟତଙ୍କ ଟୀକାକରଣ କରାଯାଉଛି । ତେବେ ଟୀକାକରଣ କେନ୍ଦ୍ରରେ ପ୍ରବଳ ଗହଳି ଲାଗୁଥିବା ହେତୁ ଏହାକୁ ନିୟନ୍ତ୍ରଣ କରିବାକୁ ଦାବି ହୋଇଛି । ତେବେ ଅନଲାଇନରେ ଟୀକା ନେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ