ETV Bharat / state

ଆଜି ସ୍ନାନଯାତ୍ରା, ଭକ୍ତଶୂନ୍ୟ ବଡ଼ଦାଣ୍ଡ - ବିନାଭକ୍ତରେ ସ୍ନାନଯାତ୍ରା

ଆଜି ମହାପ୍ରଭୁଙ୍କ ମହାସ୍ନାନ । ବିନାଭକ୍ତରେ ଚାଲିଛି ସ୍ନାନଯାତ୍ରା । ଭକ୍ତଶୂନ୍ୟ ବଡଦାଣ୍ଡ ଖାଁ ଖାଁ ଲାଗୁଛି । ଅଧିକ ପଢନ୍ତୁ...

ଆଜି ସ୍ନାନଯାତ୍ରା, ଭକ୍ତଶୂନ୍ୟ ବଡ଼ଦାଣ୍ଡ
ଆଜି ସ୍ନାନଯାତ୍ରା, ଭକ୍ତଶୂନ୍ୟ ବଡ଼ଦାଣ୍ଡ
author img

By

Published : Jun 24, 2021, 11:43 AM IST

Updated : Jun 24, 2021, 12:26 PM IST

ପୁରୀ: ଆଜି ପବିତ୍ର ସ୍ନାନଯାତ୍ରା । ଏହି ଅବସରରେ ବଡଦାଣ୍ଡରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ । ତେବେ କୋଭିଡ କଟକଣା ଯୋଗୁଁ ବିନାଭକ୍ତରେ ହେଉଛି ସ୍ନାନଯାତ୍ରା । 2020 ରେ ମଧ୍ୟ ମହାମାରୀ କାରଣରୁ ବିନା ଭକ୍ତରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ।

ଆଜି ସ୍ନାନଯାତ୍ରା, ଭକ୍ତଶୂନ୍ୟ ବଡ଼ଦାଣ୍ଡ

ଚଳିତ ବର୍ଷ ମଧ୍ୟ କୋଭିଡର ଦ୍ବିତୀୟ ଲହର ଚାଲୁଥିବାରୁ ବିନାଭକ୍ତରେ ସ୍ନାନଯାତ୍ରା ହେଉ ଥିବାବେଳେ ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହେବ । ତେବେ ଭକ୍ତଶୂନ୍ୟ ବଡ଼ଦାଣ୍ଡ ରଥ ନିର୍ମାଣରେ ଥିବା କିଛି ସେବକ ମହାପ୍ରଭୁଙ୍କ ଦର୍ଶନ କରି ରଥ କାର୍ଯ୍ୟ ଆରମ୍ଭ କରିଥିଲେ । ମହାପ୍ରଭୁଙ୍କ ସେବକ ହୋଇଥିବା ଯୋଗୁ କଟକଣା ସତ୍ତ୍ବେ ସେମାନେ ମହାପ୍ରଭୁଙ୍କ ଦର୍ଶନ ପାଇଛନ୍ତି ବୋଲି ଭାବ ବିହ୍ଵଳ ହୋଇ କହିଛନ୍ତି । ଏଥିସହ ବିନାଭକ୍ତରେ ସ୍ନାନଯାତ୍ରା ହେଉଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ସେବାୟତ । ମହାମରୀକୁ ଶୀଘ୍ର ବିନାଶ କରି ମହାପ୍ରଭୁ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତାକୁ ଦୂର କରିବା ପାଇଁ ସେବାୟତମାନେ ପ୍ରାର୍ଥନା କରିଛନ୍ତି ।

ସେହିପରି ବୟସ୍କ ସେବାୟତମାନେ ପୁଣି ଆର ଜନ୍ମରେ ସେବାୟତ କୂଳରେ ଜନ୍ମ ଦେବାକୁ ପ୍ରାର୍ଥନା କରିଛନ୍ତି । ସେପଟେ ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପାଖରେ 144 ଧାରା ଜାରି ହୋଇ ସ୍ନାନଯାତ୍ରା ଅନୁଷ୍ଠିତ ହେଉଛି । ମହାପ୍ରଭୁଙ୍କ ପରମ୍ପରା ବଞ୍ଚାଇ ରଖିବା ପାଇଁ ପୁରୀବାସୀ ସବୁବେଳେ ସହଯୋଗ କରିଛନ୍ତି । ଏଣୁ ପ୍ରଶାସନର କଟକଣାକୁ ମାନି ଟିଭିରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jun 24, 2021, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.