ETV Bharat / state

ଗଡୁଛି ଲକଡାଉନ ଦିନ, ମତ୍ସ୍ୟଜୀବୀଙ୍କ ବଢୁଛି ବେରୋଜଗାର ଦୁଃଖ

author img

By

Published : Apr 18, 2020, 8:13 PM IST

ପୁଣି 19 ଦିନ ପାଇଁ ବଢିଛି ଲକଡାଉନ । ସେପଟେ ଲକଡାଉନ ଯୋଗୁଁ ବନ୍ଦ ପଡିଥିବା ପରିବହନ ଓ ବଜାର ବନ୍ଦ ଯୋଗୁଁ ଠପ ପଡିଛି ମାଛ ବ୍ୟବସାୟ । ଆମେ କହୁଛୁ ପୁରୀର ପେଣ୍ଠକଟା ମତ୍ସ୍ୟଜୀବୀଙ୍କ କଥା । ଯିଏ ଲକଡାଉନ ପାଇଁ ନିଜ ରୋଜଗାର ହରାଇ ଏବେ ପରିବାରର ପେଟ ପୋଷିବା ପାଇଁ ହୋଇ ପଡିଛନ୍ତି ଅସହାୟ ।

lockdown, lockdown in puri, fishermen affected by lockdown, puri latest news, fish business, lockdown effect on fish business, ଲକଡାଉନ, ପୁରୀରେ ଲକଡାଉନ, ଲକଡାଉନରେ ପ୍ରଭାବିତ ମାଛ ବ୍ୟବସାୟ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ମାଛ ବ୍ୟବସାୟ, ମତ୍ସ୍ୟଜୀବୀଙ୍କ ଉପରେ ଲକଡାଉନ ପ୍ରଭାବ
ଗଡୁଛି ଲକଡାଉନ ଦିନ, ବଢୁଛି ବେରୋଜଗାର ଦୁଃଖ

ପୁରୀ: ପୁଣି 19 ଦିନ ପାଇଁ ବଢିଛି ଲକଡାଉନ । ସେପଟେ ଲକଡାଉନ ଯୋଗୁଁ ବନ୍ଦ ପଡିଥିବା ପରିବହନ ଓ ବଜାର ବନ୍ଦ ଯୋଗୁଁ ଠପ ପଡିଛି ମାଛ ବ୍ୟବସାୟ । ଆମେ କହୁଛୁ ପୁରୀର ପେଣ୍ଠକଟା ମତ୍ସ୍ୟଜୀବୀଙ୍କ କଥା । ଯିଏ ଲକଡାଉନ ପାଇଁ ନିଜ ରୋଜଗାର ହରାଇ ଏବେ ପରିବାରର ପେଟ ପୋଷିବା ପାଇଁ ହୋଇ ପଡିଛନ୍ତି ଅସହାୟ । ପ୍ରାୟ 5 ହଜାର ମତ୍ସ୍ୟଜୀବୀ ଏହିପରି ଭାବେ ନିଜ ରୋଜଗାରରୁ ହାତ ଧୋଇ ବସିଥିବା ବେଳେ ଅପେକ୍ଷା ସରକାରଙ୍କ ଆଗାମୀ ପଦକ୍ଷେପକୁ ।

ଗଡୁଛି ଲକଡାଉନ ଦିନ, ମତ୍ସ୍ୟଜୀବୀଙ୍କ ବଢୁଛି ବେରୋଜଗାର ଦୁଃଖ

ଏହି ମତ୍ସ୍ୟଜୀବୀଙ୍କ ପାଇଁ ଆଉ ଏକ ବଡ ସମସ୍ୟା ପାଲଟିଛି କି ଯେଉଁ ମାଛକୁ ସମୂଦ୍ରରୁ ଧରିବେ ସେହି ମାଛକୁ ବିକିବେ କେଉଁଠି । ବାହାର ରାଜ୍ୟକୁ ରପ୍ତାନୀ ପାଇଁ ନା ଅଛି ପରିବହନର ବ୍ୟବସ୍ଥା ନା ଅଛି ବିକ୍ରି ପାଇଁ ପ୍ରଯୁଜ୍ୟ ବଜାର । ଲକଡାଉନ ପାଇଁ ସ୍ବାଭାବିକ ହୋଇ ରହିନାହିଁ ମାଛ ବିକ୍ରି ପାଇଁ ପରିସ୍ଥିତି । ମୁଖ୍ୟତଃ ଟ୍ରେନ ଯୋଗେ ଏହି ମାଛ କୋଲକାତା, ମୁମ୍ବାଇ ଓ ଚେନ୍ନାଇ ପଠାଯାଉଥିବା ବେଳେ ଲକଡାଉନ ପାଇଁ ବନ୍ଦ ପଡିଛି ଟ୍ରେନ ସେବା ।

କାଳେ କ୍ଷତି ହେବ ବୋଲି ଭୟରେ ମାଛ ଧରିବାକୁ ମଧ୍ୟ ଯାଉ ନାହାନ୍ତି ମତ୍ସ୍ୟଜୀବୀ । ତେଣେ ରୋଜଗାର ଅଭାବରେ ଭୋକର ଜ୍ବାଳାରେ ଜଳୁଛି ଏମାନଙ୍କ ପରିବାର । ଛୋଟ ଛୋଟ ପିଲା ସବୁ କେମିତି ଚଳିବେ ସେନେଇ ଚିନ୍ତାରେ ମତ୍ସ୍ୟଜୀବୀ ପରିବାର । ସେପଟେ ବିଭିନ୍ନ କାରଣରୁ କଟିଛି ଅନେକ ମତ୍ସ୍ୟଜୀବୀ ପରିବାରର ରାସନ କାର୍ଡ । ଗୋଟିଏ ପଟେ ରୋଜଗାର ବନ୍ଦ ପଡିବାର ଦୁଃଖ ଅନ୍ୟପଟେ ରାସନ କାର୍ଡ ଥାଇ ମଧ୍ୟ ସରକାରୀ ସୁବିଧା ନପାଇବାର କଷ୍ଟ ଏବେ ଏମାନଙ୍କ ଦୁଃଖକୁ ଦ୍ବିଗୁଣିତ କରିଛି ।

ତେଣେ ଏନେଇ ଖବର ପାଇ ମତ୍ସ୍ୟଜୀବୀ ସଂଘ ନେତା କହିଛନ୍ତି କି ସରକାର ଏ ଦିଗରେ ପଦକ୍ଷେପ ନେବା ପାଇଁ ତତ୍ପର ହୋଇଛନ୍ତି । ଖୁବଶୀଘ୍ର ଏହି ସଙ୍କଟ ଦୂର ହେବା ସହ ମତ୍ସ୍ୟଜୀବୀ ମାଛ ମରିବାକୁ ସମୁଦ୍ରକୁ ଯିବେ। ରାଜ୍ୟ ବାହାରକୁ ମାଛ ପରିବହନ ପାଇଁ ଗାଡିକୁ ସ୍ବତନ୍ତ୍ର ପାସ ଦେବାକୁ ରାଜି ହୋଇଛନ୍ତି ସରକାର। ତେବେ ପେଣ୍ଠକଟାରେ ଥିବା ଅନେକ ଗରିବ ମତ୍ସ୍ୟଜୀବୀଙ୍କୁ ସରକାର ରାସନ ସମେତ ଆର୍ଥିକ ସାହାଯ୍ୟ ଦେବା ଜରୁରୀ ବୋଲି କହିଛି ମତ୍ସ୍ୟଜୀବୀ ସଂଘ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.