ପୁରୀ: ଶ୍ରୀମନ୍ଦିର ନୀଳଚକ୍ରରୁ ଉଡିଯାଇଛି ପତିତପାବନ ବାନା । ସୋମବାର ଅପରାହ୍ନରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ଗୋଟିଏ ପଟେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଭୟଙ୍କର ବାତ୍ୟାର ରୂପ ନେଇଥିବା ବେଳେ ଶ୍ରୀଜଗନ୍ନାଥ ମନ୍ଦିର ନୀଳଚକ୍ରରୁ ପତିତପାବନ ଉଡିଯିବା ନେଇ ଭିନ୍ନ ଭିନ୍ନ ଆଲୋଚନା ଆରମ୍ଭ ହୋଇଛି । କେହି କେହି ଏହାକୁ ଅଶୁଭ ବୋଲି କହୁଛନ୍ତି ।
ସୋମବାର ଅପରାହ୍ନରେ ପୁରୀ ସହରର ପାଣିପାଗରେ ପରିବର୍ତ୍ତନ ମଧ୍ୟ ଘଟିଛି । ହାଲୁକା ହାଲୁକା ପବନ ବୋହୁଛି । ତେବେ ବିଭିନ୍ନ ସମୟରେ ଶ୍ରୀମନ୍ଦିର ନୀଳଚକ୍ର ବାନା ଉଡିଯାଇଥିବା ଦେଖିବାକୁ ମିଳିଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ