ETV Bharat / state

ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ - ଚକ ଅଖ ଡେରା ନୀତି

ଦ୍ରୁତଗତିରେ ଶୃଙ୍ଖଳାର ସହ ଆଗେଇ ଚାଲିଛି ରଥଯାତ୍ରା ପ୍ରସ୍ତୁତି କାମ । ପୂର୍ବରୁ ତିନି ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଶନିବାର ତିନି ରଥରେ 18ଟି ଅଖ ଓ 36ଟି ଚକକୁ ସଂଯୋଗ କରାଯାଇଛି ।

puri latest news, rathayatra preparation in puri, rathayatra 2020, wheel and spoke dera ritual, rathayatra rituals in shrimandir, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ପୁରୀରେ ରଥଯାତ୍ରା ପ୍ରସ୍ତୁତି, ରଥଯାତ୍ରା 2020, ଚକ ଅଖ ଡେରା ନୀତି, ଶ୍ରୀମନ୍ଦିରରେ ରଥଯାତ୍ରା ନୀତିକାନ୍ତି
ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ
author img

By

Published : May 30, 2020, 10:39 PM IST

Updated : May 31, 2020, 9:27 AM IST

ପୁରୀ: ଦ୍ରୁତଗତିରେ ଶୃଙ୍ଖଳାର ସହ ଆଗେଇ ଚାଲିଛି ରଥଯାତ୍ରା ପ୍ରସ୍ତୁତି କାମ । ପୂର୍ବରୁ ତିନି ରଥର ଚକ ଓ ଅଖ ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ଶନିବାର ତିନି ରଥରେ 18ଟି ଅଖ ଓ 36ଟି ଚକକୁ ସଂଯୋଗ କରାଯାଇଛି । ବିଧି ଅନୁଯାଯୀ ଭଉଁରୀ ତିଥିରେ ତିନି ରଥର 6ଟି ଚକ ଓ 3ଟି ଅଖ ଡେରା ହୋଇଥାଏ । ଏହାପରେ ପରମ୍ପରା ଅନୁଯାୟୀ ଶୀତଳ ଷଷ୍ଠୀ ପରଦିନ ପଞ୍ଚ ମହାଦେବ ରଥ ଖଳାରେ ପନ୍ତି ଖାଇଥିଲେ ।

ତିନି ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ

ଏହା ପରଦିନ ଅର୍ଥାତ ଶନିବାର ତିନି ରଥର 36 ଚକ ଓ 18 ଅଖ ଡେରା ହୋଇଛି । ପ୍ରଥମେ ବଡ ଠାକୁରଙ୍କ ତାଳଧ୍ବଜ ରଥରେ ଚକ ଅଖ ଡେରା ନୀତି ସମ୍ପନ୍ନ ହେବା ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ମା’ ସୁଭଦ୍ରଙ୍କ ଦର୍ପଦଳନ ରଥରେ ଚକ ଓ ଅଖ ଡେରା ହୋଇଥିଲା । ଏହି ପରମ୍ପରାକୁ ଭୋଇ ସେବକମାନେ ସମ୍ପାଦନ କରିଥିଲେ ।

ସେପଟେ ରଥର ଅନ୍ୟ କାର୍ଯ୍ୟ ବିଧି ମୁତାବକ ଆଗେଇ ଚାଲିଥିବା ଭୋଇ ସେବକ ସରଦାର ରବୀନ୍ଦ୍ର ଭୋଇ ପ୍ରକାଶ କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 31, 2020, 9:27 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.