ETV Bharat / state

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଥିବା ଅଭିଯୁକ୍ତ ଗିରଫ, ୟୁଟ୍ୟୁବର ଅନିମେଶକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁରୀ ପୋଲିସ - ପଶ୍ଚିମବଙ୍ଗରୁ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶ ଗିରଫ

ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାର ଅଭିଯୁକ୍ତ ଗିରଫ । ପଶ୍ଚିମବଙ୍ଗରୁ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି ପୁରୀ ପୋଲିସ । ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି କେକେ ହରିପ୍ରସାଦ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାର ଅଭିଯୁକ୍ତ ଗିରଫ

author img

By

Published : Jan 20, 2023, 6:01 PM IST

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାର ଅଭିଯୁକ୍ତ ଗିରଫ

ପୁରୀ: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶକୁ ପୁରୀ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଆଇପିସିର ଦଫା ୪୬୮, ୪୨୦, ୫୧୧, ୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ୧୯୫୪ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୩୦(ଏ), ୪ (ସି)ରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ପୁରୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ପୁରୀ ସିଟି ଡିଏସପି କେକେ ହରିପ୍ରସାଦ ।

ଗତ ଡିସେମ୍ବର ୩ ତାରିଖରେ ୟୁଟ୍ୟୁବର ଅନିମେଶ୍ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ଶ୍ରୀମନ୍ଦିର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ କରି ପ୍ରତିଟି ଆଙ୍ଗେଲ୍ ପିଛା ୨୦ ହଜାର ଟଙ୍କା ଦାବି କରୁଥିଲା । ଏହାସହ ସେ ଓଡ଼ିଶା ପୋଲିସର ଲୋଗୋକୁ ବ୍ୟବହାର କରିଥିଲା । ଏନେଇ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଗତ ଡିସେମ୍ବର ୪ ତାରିଖରେ ୧୫୦/୨୨ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଖବର ପ୍ରସାରଣ ହେବାପରେ ଅନିମେଶ୍ ଅତି ଚତୁରତାର ସହ ନିଜ ସ୍ଥାନ ପରବର୍ତ୍ତନ କରି ଆଗୁଆ ଜାମିନ ଆବେଦନ କରିଥିଲା ।

ପୁରୀ ଜିଲ୍ଲା ପୋଲିସ ଜେଏମ୍ଏଫସି କୋର୍ଟରେ NBW ନେଇ ଆବେଦନ ପରେ ଏହାକୁ ଭିତ୍ତିକରି ପୁରୀ ସିଟି ଡିଏସପି କେ.କେ.ହରିପ୍ରସାଦଙ୍କ ନେତୃତ୍ବରେ ଗଠିତ ଏକ ସ୍ଵତନ୍ତ୍ର ଟିମ୍ ତାକୁ ଧରିବା ପାଇଁ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଚଢ଼ାଉ କରିଥିଲେ । ଶେଷରେ ତାକୁ ପଶ୍ଚିମବଙ୍ଗ ନିମତା ଥାନା ଅଞ୍ଚଳରୁ ଗିରଫ କରି ବାରାକପୁର କୋର୍ଟରେ ହାଜର କରାଇଥିଲେ । ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପୁରୀ ଜେଏମଏଫସି କୋର୍ଟରେ ହାଜର କରାଯାଇଛି । ସେ ବ୍ୟବହାର କରିଥିବା ଡ୍ରୋନ୍ ଏବଂ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି ।

ଡିଜିସିଏ ବା DIRECTOR GENERAL OF CIVIL AVIATION ନିୟମ ଅନୁଯାୟୀ ଡ୍ରୋନ୍ ଲାଇସେନ୍ସ ପାଇଁ ଅନୁମତି ନେବାସହ ଫ୍ଲାଇଂ ପାଇଁ ସମ୍ବେଦନଶୀଳ ସ୍ଥାନ ଗୁଡିକୁ ରେଡ୍ ଜୋନ୍, ୟେଲୋ ଓ ଗ୍ରୀନ୍ ଜୋନରେ ବିଭକ୍ତ କରାଯାଇଛି । ଶ୍ରୀମନ୍ଦିର ରେଡ୍ ଜୋନ୍ ଅନ୍ତର୍ଭୁକ୍ତ ହୋଇଥିବାରୁ ବେଆଇନ ଭାବେ ଅନିମେଶ୍ ଏଭଳି ଡ୍ରୋନ୍ ଉଡାଇଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇଛି । ଅନିମେଶ୍ ଡ୍ରୋନରେ ରେକର୍ଡ କରିଥିବା ଶ୍ରୀମନ୍ଦିର ଭିଡିଓ ବ୍ୟବସିୟିକ ମନୋବୃତ୍ତି ନେଇ ବିକିବା ପାଇଁ କାହାକାହା ସହ ଯୋଗାଯୋଗ କରିଛି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ଟାଉନଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.