ETV Bharat / state

ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି, ଶ୍ରୀକ୍ଷେତ୍ର ପରମ୍ପରା ବିନା ରଥଯାତ୍ରା ଗ୍ରହଣୀୟ ନୁହେଁ

author img

By

Published : Jun 19, 2023, 9:23 PM IST

ରାତି ପାହିଲେ ମହାପ୍ରଭୁଙ୍କର ରଥଯାତ୍ରା । ପରମ୍ପରା ଅନୁସାରେ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥାରୁଢ଼ ହୋଇ ଗୁଣ୍ଡିଚା ଅଭିମୁଖେ ଯାତ୍ରା କରିବେ ମହାପ୍ରଭୁ । ହେଲେ ମଧ୍ୟପ୍ରଦେଶ ଗ୍ବାଲିୟର ଇସ୍କନ ପକ୍ଷରୁ ଜୁନ ୨୪ରେ ରଥଯାତ୍ରା ଆୟୋଜନ କରାଯାଇଛି । ଏହି ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଅଧିକ ପଢ଼ନ୍ତୁ

ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି
ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି
ଅଦିନିଆ ରଥଯାତ୍ରା ବନ୍ଦ କରିବାକୁ ଦାବି

ପୁରୀ/ଭୁବନେଶ୍ବର: ବିଶ୍ବନିୟନ୍ତାଙ୍କ ରଥଯାତ୍ରା ପାଇଁ ସାରା ବିଶ୍ବ ଉତ୍ସବମୁଖର । ସାରା ବିଶ୍ବର କାହିଁ କେଉଁ କୋଣରୁ ଶ୍ରୀକ୍ଷେତ୍ର ପୁରୀକୁ ଛୁଟି ଆସନ୍ତି ଭକ୍ତ । ଓଡିଆ ପରମ୍ପରା ଓ ରୀତିନୀତି ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଥାଏ । କିନ୍ତୁ ମଧ୍ୟପ୍ରଦେଶ ଗ୍ବାଲିୟରରେ ଜୁନ ୨୪ ତାରିଖରେ ପାଳନ ହେଉଛି ରଥଯାତ୍ରା । ପୁରୀରେ ଜୁନ ୨୦ ତାରିଖ ଅର୍ଥାତ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ ରଥଯାତ୍ରା ପାଳନ ହେଉଥିବା ବେଳେ ଗ୍ବାଲିୟରରେ ଇସ୍କନ ପକ୍ଷରୁ କାହିଁକି ଅଦିନରେ ରଥଯାତ୍ରା ପାଳନ ହେଉଛି, ତାକୁ ନେଇ ଉଠିଛି ପ୍ରଶ୍ନ ।

'ସଂସ୍କୃତିକୁ ବିକୃତ କରିବା ଉଚିତ ନୁହେଁ ': ମହାପ୍ରଭୁଙ୍କ ସେବାୟତ ଭଗବାନ ପଣ୍ଡା କହିଛନ୍ତି, "ଏହାକୁ ଆମେ ନିନ୍ଦା କରୁଛୁ । ମହାପ୍ରଭୁଙ୍କ ଯେଉଁ ଦିନ ରଥ ଯାତ୍ରା ହେବାର ନିୟମ ରହିଛି, ସେଦିନ ସାରା ବିଶ୍ବରେ ପାଳନ ହେଉ । ଏହା ଦ୍ବାରା ସଂସ୍କାର ରହିବ । ଏପରି କରିବା ଦ୍ବାରା ଜଗନ୍ନାଥ ସଂସ୍କୃତି ଓ ସନାତନ ଧର୍ମର ଅପମାନ ହେଉଛି ।" ଶ୍ରୀମନ୍ଦିର ପ୍ରଶାସନ ଚାହିଁଲେ ଏହାକୁ ରୋକିପାରିବେ ବୋଲି ସେ କହିଛନ୍ତି । ଆଇନ ଦ୍ବାରା ଏହାକୁ କାର୍ଯ୍ୟକାରୀ କରାଯାଉ ବୋଲି ସେ ଦାବି କରିଛନ୍ତି । ସେହିଭଳି ଓଡିଆ ଅଧ୍ୟାପକ ଚିତ୍ତରଞ୍ଜନ ସାହାଣୀ କହିଛନ୍ତି, "ଏପରି କରିବା ଠିକ ହେଉନାହିଁ । ଶ୍ରୀମନ୍ଦିର ହେଉଛି ମୁଖ୍ୟପୀଠ । ଏହିଠାରୁ ସବୁ ଆରମ୍ଭ । ଗଜପତି ଓ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମଧ୍ୟ ଏହାକୁ ଗ୍ରହଣ କରୁନାହାନ୍ତି । ଜଗନ୍ନାଥ ସଂସ୍କୃତିର ପ୍ରଚାର ଏପରି ଢଙ୍ଗରେ ନହେଉ, ଯାହାକୁ ବିରୋଧ କରାଯାଉଛି । ସଂସ୍କୃତିକୁ ବିକୃତ କରିବା ଉଚିତ ନୁହେଁ । ଗ୍ବାଲିୟର ଇସ୍କନ ୨୪ ତାରିଖରେ ରଥଯାତ୍ରା ନିଷ୍ପତିକୁ ପ୍ରତ୍ୟାହାର କରିନେବା ଉଚିତ । ଆଇନ ରହିଲେ ସମସ୍ତେ ଡରିବେ । ଭକ୍ତର ଦ୍ବାହି ଦେଇ ସବୁ କରିବା ଉଚିତ ନୁହେଁ । ଏହାଦ୍ବାରା ହିନ୍ଦୁ ଧର୍ମ ଓ ସଂସ୍କୃତି କଳୁଷିତ ହେଉଛି ।"

'ଆଷାଢ ଶୁଳ୍କ ଦ୍ବିତୀୟାରୁ ତ୍ରୟୋଦଶୀ ମଧ୍ୟରେ ରଥଯାତ୍ରା କରାଯାଇପାରିବ': ଅନ୍ୟପଟେ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି । ଶ୍ରୀମନ୍ଦିର ନୀତି ପରମ୍ପରା ଅନୁସାରେ ସବୁକିଛି ହେବା ଦରକାର ବୋଲି ସେ କହିଛନ୍ତି । କିନ୍ତୁ ଗ୍ବାଲିୟର ଇସ୍କନ ଦ୍ବାରା ଯେପରି ରଥଯାତ୍ରା କରାଯାଉଛି ଏହା ତାଙ୍କର ନଜରକୁ ଆସିଛି । ତେବେ ଆଷାଢ ମାସ ଶୁଳ୍କପକ୍ଷ ଦ୍ବିତୀୟା ତିଥିରୁ ତ୍ରୟୋଦଶୀ ତିଥି ମଧ୍ୟରେ ଯେ କୌଣସି ସମୟରେ ରଥଯାତ୍ରା କରାଯାଇପାରିବ ବୋଲି ସେ କହିଛନ୍ତି । ଇସ୍କନ ସହିତ ବୈଠକ ପରେ ଏହି ନିଷ୍ପତି ନିଆଯାଇଥିବା ସେ କହିଛନ୍ତି । ଅନ୍ୟ ପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର ମଧ୍ୟ ଗଜପତିଙ୍କ ନିଷ୍ପତିକୁ ସମର୍ଥନ କରିଛନ୍ତି ।

'ଶ୍ରୀକ୍ଷେତ୍ର ପରମ୍ପରା ବିନା ରଥଯାତ୍ରା ଗ୍ରହଣୀୟ ନୁହେଁ': ଗ୍ବାଲିୟରରେ ଜୁନ ୨୪ ତାରିଖରେ ରଥଯାତ୍ରା ପାଇଁ ଭବ୍ୟ ଆୟୋଜନ କରଯାଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଇସ୍କନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରଯାଇଛି । ବରିଷ୍ଠ ରାଜନେତା ଦାମୋଦର ରାଉତ କରିଛନ୍ତି, "ସାରା ବିଶ୍ବ ବ୍ରହ୍ମାଣ୍ଡର ଠାକୁର ପ୍ରଭୁ ଶ୍ରୀଜଗନ୍ନାଥ । ତେଣୁ ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ ସବୁଠାରେ ସେହି ତିଥିରେ ରଥଯାତ୍ରା ହେବା ଦରକାର । କିନ୍ତୁ ଇସ୍କନ ପକ୍ଷରୁ କଣ ଚିନ୍ତା କରାଯାଇ ଅଦିନରେ ରଥଯାତ୍ରା କରାଯାଉଛି ତାହା ଇସ୍କନ ବାଲା କହିପାରିବେ । କିନ୍ତୁ ସନାତନ ଧର୍ମର ପରମ୍ପରା ଅନୁସାରେ ପୁରୀ ଶ୍ରୀକ୍ଷେତ୍ର ପରି ତିଥି ଅନୁସାରେ ରଥଯାତ୍ରା ହେବା ଦରକାର । ଅନ୍ୟଥା ଏହାକୁ ଗ୍ରହଣ କରଯାଇପାରିବ ନାହିଁ । ଭୁବନେଶ୍ବର ଇସ୍କନ ଉପାଧ୍ୟକ୍ଷ କହିଛନ୍ତି, "ଏପରି ଅଦିନରେ ରଥଯାତ୍ରାକୁ ଗ୍ରହଣୀୟ ନୁହେଁ । ଆମେ ଓଡ଼ିଆ ହିସାବରେ ଶ୍ରୀକ୍ଷେତ୍ର ପୁରୀର ନୀତି ନିୟମ ଅନୁସାରେ ରଥଯାତ୍ରା ପାଳନ କରିବୁ ।" କିନ୍ତୁ ତାଙ୍କର ଉପରିସ୍ଥ ଅଧିକାରୀମାନେ ଏଥିରେ ସାମିଲ ରହୁଥିବା କାରଣରୁ ସେ କିଛି ଏନେଇ ଅଧିକ କିଛି କହିବା ପାଇଁ ମନା କରିଦେଇଛନ୍ତି ।

ତେବେ ଅଦିନିଆ ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି । ଶ୍ରୀମନ୍ଦିରରେ ନୀତି ଗୋଟିଏ ଆଉ ଇସ୍କନ ପାଇଁ ଅଲଗା । ଯାହାକୁ ଜଗନ୍ନାଥ ପ୍ରେମୀ ସହଜରେ ଗ୍ରହଣ କରିପାରୁନାହାନ୍ତି । ଜୁନ ୨୦ ତାରିଖରେ ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଗ୍ବାଲିୟରରେ ଜୁନ ୨୪ ତାରିଖରେ ରଥଯାତ୍ରା ପାଳନ କରିବାକୁ ନେଇ ପୁରୀ ସେବାୟତ ଏବଂ ବୁଦ୍ଧିଜୀବୀମାନେ ବିରୋଧ କରିଛନ୍ତି ।

ଇଟିଭି ଭାରତ, ପୁରୀ/ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.