ପୁରୀ: ଭିଜିଲାନ୍ସ ପଞ୍ଝାରେ ପୁଣି ଜଣେ ସରକାରୀ ବାବୁ । ଲାଞ୍ଚ ନେଇ ଧରାପଡିଲେ ଅବକାରୀ ବିଭାଗର ଇନ୍ସପେକ୍ଟର(Puri Mobile Excise Squad Inspector) । ପୁରୀ ଅବକାରୀ ମୋବାଇଲ ସ୍କ୍ବାର୍ଡ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ(Sanjaya Kumar Panda ) ଗିରଫ କରିଛି ଭିଜିଲାନ୍ସ ବିଭାଗ ।
ସୂଚନାଅନୁସାରେ, ଅବକାରୀ ମାମଲାରେ କେସ୍ ଡାଏରୀ ଦାଖଲକୁ ନେଇ ଜଣେ ବ୍ୟକ୍ତିଙ୍କ ଠାରୁ ୧୮ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ । ସଞ୍ଜୟଙ୍କ ଠାରୁ ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ଦୁଇଟି ସ୍ଥାନରେ ଚଢ଼ାଉ କରିଛି । ସଞ୍ଜୟଙ୍କ କାର୍ଯ୍ୟାଳୟ ଓ ଯାଜପୁର ଜିଲ୍ଲା କୁଆଖାଇ ଥାନା କୋଳଥିଆ ଗ୍ରାମରେ ଥିବା ତାଙ୍କ ପୈତୃକ ବାସଭବନରେ ଚଢାଉ କରାଯାଇଥିଲା । ତେବେ ଗତକାଲି ସଞ୍ଜୟଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ସୂଚନା ରହିଛି ।
ଏହା ମଧ୍ୟ ପଢନ୍ତୁ: ଭାରତୀୟ ହକିର ସମୃଦ୍ଧଶାଳୀ ଯାତ୍ରାରେ ରହିଛି ଅନେକ ବିଜୟ ଓ କାଳଜୟୀ କାହାଣୀ: ଅନୁରାଗ ଠାକୁର
ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଏବଂ ଜିଲ୍ଲା ପୋଲିସ ଲାଞ୍ଚ ନେଇ ଚୋରା ମଦ ବ୍ୟବସାୟଙ୍କୁ ଘଣ୍ଟ ଘୋଡାଉଥିବା ନେଇ ଗଣମାଧ୍ୟମରେ ଗତ କିଛି ଦିନ ତଳେ ସଞ୍ଜୟ ଅଭିଯୋଗ ଆଣିଥିଲେ । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଲାଞ୍ଚ ନେବା ଅଭିଯୋଗରେ ଅବକାରୀ ଇନ୍ସପେକ୍ଟର ଭିଜିଲାନ୍ସ ହାତରେ ଗିରଫ ହେବା ପରେ ଏହାକୁ ନେଇ ଏବେ ବେଶ୍ ଚର୍ଚ୍ଚା ଚାଲିଛି।
ସୂଚନାମୁତାବକ, କୁମ୍ଭାରପଡା ଥାନା ଅନ୍ତର୍ଗତ ଅଠରନଳା ଅଞ୍ଚଳର ଜଣେ ବେଆଇନ ନିଶାଦ୍ରବ୍ୟ କାରବାର ମାମଲାରେ ଜେଲରେ ଅଛନ୍ତି । ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ । ତେବେ କେସ୍ ଡାଏରୀ ଦାଖଲକୁ ନେଇ ଉକ୍ତ ବ୍ୟକ୍ତିଙ୍କ ଠାରୁ ସଞ୍ଜୟ ୧୮ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ପ୍ରଥମରେ ଉକ୍ତ ବ୍ୟକ୍ତି ଲାଞ୍ଚ ଦେବାକୁ ମନା କରିବାରୁ ସେ କେଶ ବିଳମ୍ବ କରିଥିଲେ । ତେବେ ଉକ୍ତ ବ୍ୟକ୍ତି ଜଣକ ଟଙ୍କା ନେଇ ପୁରୀ ଅବକାରୀ କାର୍ଯ୍ୟାଳୟ ଯାଇଥିଲେ । ସେଠାରେ ସଞ୍ଜୟ ତାଙ୍କଠାରୁ ଟଙ୍କା ନେଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ବିଭାଗ ।
ଏହା ମଧ୍ୟ ପଢନ୍ତୁ: ଦିନେ ବାଉଁଶରେ ହକି ଷ୍ଟିକ୍ ତିଆରି କରି ଖେଳୁଥିଲେ, ଏବେ ବିଶ୍ବକପ୍ ଖେଳିବେ ନୀଲମ
ପ୍ରକାଶଥାଉକି, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ଉଜ୍ଜଳପୁର ଫରେଷ୍ଟ ରେଞ୍ଜ ଅଫିସର ସଂଗ୍ରାମ ମଣିହିରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏକକାଳୀନ 5ଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା ।
ଇଟିଭି ଭାରତ, ପୁରୀ