ETV Bharat / state

ମରିଗଲା ମାନବିକତା, COVID ସହାୟତା ଦେବାକୁ ଲାଞ୍ଚ ମାଗିଲେ ଅସ୍ତରଙ୍ଗ ତହସିଲର କିରାଣୀ - ଅସ୍ତରଙ୍ଗ ତହସିଲ୍‌ କ୍ଲର୍କଙ୍କ ଭିଡିଓ ଭା

କୋଭିଡ ସଂକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା କାଗଜପତ୍ର କାମ କରାଇବାକୁ ଲାଞ୍ଚ ନେଉଛନ୍ତି ତହସିଲ କାର୍ଯ୍ୟାଳୟର କିରାଣୀ । ଜଣେ କୋଭିଡ ମୃତକଙ୍କ ସ୍ବାମୀ ସହାୟତା ରାଶି ପାଇବାକୁ ଅସ୍ତରଙ୍ଗ ତହସିଲ ଅଫିସକୁ କାଗଜପତ୍ର କାମ କରାଇବାକୁ ଆସିଥିଲେ । ଅଧିକ ପଢ଼ନ୍ତୁ

କୋଭିଡ ସହାୟତା ଦେବାକୁ ଲାଞ୍ଚ ମାଗିଲେ ଅସ୍ତରଙ୍ଗ କିରାଣୀ

author img

By

Published : May 6, 2022, 12:28 PM IST

ପୁରୀ: କୋଭିଡ ସଂକ୍ରମଣରେ ମୃତକଙ୍କ ପରିବାରକୁ ସହାୟତା କାଗଜପତ୍ର କାମ କରାଇବାକୁ ଲାଞ୍ଚ ନେଉଛନ୍ତି ତହସିଲ କାର୍ଯ୍ୟାଳୟର କିରାଣୀ । ଜଣେ କୋଭିଡ ମୃତକଙ୍କ ସ୍ବାମୀ ସହାୟତା ରାଶି ପାଇବାକୁ ଅସ୍ତରଙ୍ଗ ତହସିଲ ଅଫିସକୁ କାଗଜପତ୍ର କାମ କରାଇବାକୁ ଆସିଥିଲେ । ତେବେ ଏହି କିରାଣୀ ପ୍ରଶାନ୍ତ ପାତ୍ର ତାଙ୍କୁ ହାତ ଖର୍ଚ୍ଚ ନାମରେ ଲାଞ୍ଚ ମାଗିଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟର କିରାଣୀ ଲାଞ୍ଚ ମାଗୁଥିବା ଭିଡିଓରେ ଦେଖାଯାଇଛି ।

କୋଭିଡ ସହାୟତା ଦେବାକୁ ଲାଞ୍ଚ ମାଗିଲେ ଅସ୍ତରଙ୍ଗ କିରାଣୀ

ସେପଟେ କୋଭିଡ ମୃତକଙ୍କ ସ୍ବାମୀ କିରାଣୀଙ୍କ ଡିମାଣ୍ଡ ମୁତାବକ ୫୦୦ ଟଙ୍କା ଫୋନ୍‌ ପେ ମାଧ୍ୟମରେ ପଠାଇଛନ୍ତି । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ନୂଆଗଡ଼ ଗ୍ରାମର ଅଶୋକ ବାରିକଙ୍କ ପତ୍ନୀ ଭାରତୀ ବାରିକଙ୍କ କୋଭିଡ ସଂକ୍ରମଣରେ ମୃତ୍ୟୁ ହୋଇଥିଲା । ସରକାରଙ୍କ ପକ୍ଷରୁ ଦିଆଯାଉଥିବା କୋଭିଡ ସହାୟତା ରାଶି ପାଇବାକୁ ଅଶୋକ ସମସ୍ତ କାଗଜପତ୍ର ନେଇ ବାରମ୍ବାର ଅସ୍ତରଙ୍ଗ ତହସିଲକୁ ଯାଇଥିଲେ । ହେଲେ କେହି ତାଙ୍କୁ କୌଣସି ସହାୟତା କରିନଥିଲେ । ସେଠାରେ କିରାଣୀ ଥିବା ପ୍ରଶାନ୍ତ ପାତ୍ର କାଗଜପତ୍ର ଭୁଲ୍‌ ଅଛି ବୋଲି କହିଥିଲେ । ଏହା ଠିକ୍‌ କରିଦେବାକୁ କହି ୫ଶହ ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ।

ଏ ସମସ୍ତ କଥାବାର୍ତ୍ତା କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଭାଇରାଲ କରିଛି । ଫୋନ୍‌ ପେ ମାଧ୍ୟମରେ କିରାଣୀ ପ୍ରଶାନ୍ତ ପାତ୍ର ଲାଞ୍ଚ ନେଇଥିବା ନେଇ ସ୍କ୍ରିନ୍‌ ସଟ୍‌ ରଖିଛନ୍ତି ଅଶୋକ ବାରିକ । ଏହି ଘଟଣା ପଦାକୁ ଆସିବା ପରେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ନୀତିଗ୍ରସ୍ତ କିରାଣୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।

କୌଣସି ସରକାରୀ କାମ ଲୋକଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସଠିକ ସମୟରେ ସବୁ କାର୍ଯ୍ୟ ହେବ । ଏହି ସବୁ ଉକ୍ତିକୁ ରକ୍ଷା କରିବାକୁ ରାଜ୍ୟରେ 5T ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ତେବେ ଏଭଳି ଘଟଣା ରାଜ୍ୟ ସରକାରଙ୍କ 5T ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇବାକୁ ବାଧ୍ୟ କରୁଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.