ETV Bharat / state

ପୁଣି ଜଣେ ଶ୍ରୀମନ୍ଦିର କର୍ମଚାରୀ ପଜିଟିଭ ଚିହ୍ନଟ, ସ୍ଥଗିତ ହେଲା ଟୀକାକରଣ

ଶ୍ରୀମନ୍ଦିର କର୍ମଚାରୀଙ୍କ କୋରୋନା ପଜିଟିଭ ରିପୋର୍ଟ ଆସିବା ପରେ ଟୀକାକରଣକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି। ଅଧିକ ପଢନ୍ତୁ...

author img

By

Published : Apr 5, 2021, 5:52 PM IST

ସ୍ଥଗିତ ହେଲା ଟୀକାକରଣ
ସ୍ଥଗିତ ହେଲା ଟୀକାକରଣ

ପୁରୀ: ପୁଣି ଜଣେ ଶ୍ରୀମନ୍ଦିର କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥଗିତ ହେଲା ଟୀକାକରଣ । କୋଭିଡ ପଜେଟିଭ ରିପୋର୍ଟ ଆସିବା ପରେ ଟୀକାକରଣକୁ ସାମୟିକ ସମୟ ପାଇଁ ବନ୍ଦ କରାଯାଇଛି ।

ତେବେ କୋଭିଡ ପଜେଟିଭ ଚିହ୍ନଟ ପରେ ଟୀକାକରଣ ସ୍ଥାନକୁ ସାନିଟାଇଜ କରାନଯାଇ ଶ୍ରୀମନ୍ଦିର ସେବାୟତଙ୍କୁ ଉକ୍ତ ସ୍ଥାନରେ କୋଭିଡ ଟିକା ଦିଆଯିବାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଯଦି ସେବାୟତ କୋଭିଡ ସଂକ୍ରମିତ ହୁଅନ୍ତି, ସେଥିପାଇଁ କିଏ ଦାୟୀ ରହିବ ବୋଲି ସେବାୟତ ପ୍ରଶ୍ନ ଉଠାଇଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଅବହେଳା ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି।

ସ୍ଥଗିତ ହେଲା ଟୀକାକରଣ

ଆକ୍ରାନ୍ତ ହେବା ପୂର୍ବରୁ ସଂପୃକ୍ତ କର୍ମଚାରୀ ଜଣକ ଟୀକାକରଣ କେନ୍ଦ୍ରରେ ଟିକା ନେଇଥିଲେ। ଉକ୍ତ ଟିକାକରଣ କେନ୍ଦ୍ରରେ କେବଳ ସେବାୟତ ଓ ସେବାୟତଙ୍କ ପରିବାର ସଦସ୍ୟଙ୍କର ଟିକାକରଣ ହେଉଥିଲା । ପରେ ଉତ୍ତେଜନା ସୃଷ୍ଟି ହେବାରୁ ଲୋକନାଥ ରୋଡ଼ର ଭିତର ନିଯୋଗରେ ଚାଲିଥିବା କୋଭିଡ ଟୀକାକରଣକୁ ସାମୟିକ ପାଇଁ ସ୍ଥଗିତ ରଖାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.