ETV Bharat / state

ଜଗା ଦର୍ଶନ ହେଲା ଶେଷ ଦର୍ଶନ, କାଳିଆ ଦ୍ବାରରେ ଟଳିପଡ଼ିଲେ ଉତ୍ତରପ୍ରଦେଶ ପର୍ଯ୍ୟଟକ

ଜଗା ଦର୍ଶନ ହେଲା ଶେଷ ଦର୍ଶନ । ଭିତରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଅଣନିଶ୍ବାସୀ ହୋଇ ଅସୁସ୍ଥ ହୋଇପଡ଼ିବା ପରେ ଭକ୍ତଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Uttar Pradesh tourist dies in Puri
Uttar Pradesh tourist dies in Puri
author img

By ETV Bharat Odisha Team

Published : Oct 10, 2023, 10:12 PM IST

ଜଗା ଦର୍ଶନ ହେଲା ଶେଷ ଦର୍ଶନ, କାଳିଆ ଦ୍ବାରରେ ଟଳିପଡ଼ିଲେ ଉତ୍ତରପ୍ରଦେଶ ପର୍ଯ୍ୟଟକ

ପୁରୀ: ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳିପଡିଲେ ଭକ୍ତ । ଶ୍ରୀମନ୍ଦିର ଭିତରେ ବାହାର ରାଜ୍ୟର ଜଣେ ଭକ୍ତ ମୃତ୍ୟୁବରଣ କରିଛନ୍ତି । ତେବେ ହୃଦଘାତରେ ଭକ୍ତ ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ଼ ଯୋଗୁଁ ଭକ୍ତ ଜଣକ ଅଣନିଶ୍ବାସୀ ହୋଇପଡିବା ସହ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ଉତ୍ତରପ୍ରଦେଶ ଝାନ୍ସିର ୬୫ ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ ଶ୍ରୀମନ୍ଦିର ବାହାରକୁ ଆଣିବା ପରେ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସ ଯୋଗେ ପୁରୀ ମେଡ଼ିକାଲ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଭିତରେ ପ୍ରବଳ ଭିଡ ଯୋଗୁଁ ଭକ୍ତ ଜଣକ ଅଣନିଶ୍ବାସୀ ହୋଇପଡ଼ିବା ସହ ତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।

ଏହା ବି ପଢନ୍ତୁ- ଜଗା ଦର୍ଶନ ହେଲା ଶେଷ ଦର୍ଶନ, ପୁରୀରେ ଛତିଶଗଡ ପର୍ଯ୍ୟଟକଙ୍କ ମୃତ୍ୟୁ

ଭିଡ଼ ନିୟନ୍ତ୍ରଣ କରିବାରେ ପ୍ରଶାସନ ଫେଲ୍ ମାରିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଏହି ଗୋଟିଏ ଘଟଣା ନୁହେଁ ପୁର୍ବରୁ ମଧ୍ୟ ଏଭଳି ଅଘଟଣ ହୋଇଛି । କିଛି ଦିନ ତଳେ କିଛି ସ୍କୁଲ୍ ପିଲା ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ବେଳେ ପ୍ରବଳ ଭିଡ଼ରେ ଚିପି ହୋଇ ଅଣ ନିଶ୍ବାସୀ ହୋଇ ବେହୋସ ହୋଇ ପଡ଼ିଥିଲେ । ଶ୍ରୀମନ୍ଦିର ବ୍ୟାରିକେଡରେ ମଧ୍ୟ ଭକ୍ତମାନେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହୁଥିବା ବେଳେ ଅନେକ ସମୟରେ ଭକ୍ତ ବେହୋସ୍ ହୋଇ ପଡୁଥିବା ନଜିର ରହିଛି । ଶ୍ରୀମନ୍ଦିର ଭିତରେ ଦର୍ଶନ ବେଳେ ଭିଡ ନିୟନ୍ତ୍ରଣ ନେଇ କୌଣସି ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଏଭଳି ଅଘଟଣ ଘଟିଛି ।

ଦଳା ଚକଟା ସ୍ଥିତି ମଧ୍ୟ ଉପୁଜିଛି । ଏ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରିବାକୁ ବାରମ୍ବାର ଭକ୍ତମାନେ ଦାବି କରୁଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ହେଉନଥିବା ଅଭିଯୋଗ ହୋଇ ଆସୁଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମାଳ ମାଳ ପୋଲିସ କର୍ମଚାରୀ, ଶ୍ରୀମନ୍ଦିର ପ୍ରଶାସନର ଜଗନ୍ନାଥ ମନ୍ଦିର ପୋଲିସ ଥିବା ବେଳେ ଏଥିଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ହେଲେ ଶୃଙ୍ଖଳିତ ଦର୍ଶନ ନେଇ ଶ୍ରୀମନ୍ଦିର ପ୍ରଶାସନ କୌଣସି ଗୁରୁତ୍ଵ ନଦେବାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭକ୍ତଟିଏ ମହାପ୍ରଭୁଙ୍କୁ ଭଲରେ ଦର୍ଶନ କରିପାରୁ ନ ଥିବା ବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆଳରେ କୋଟି କୋଟି ଟଙ୍କା କେଉଁ ଉଦ୍ଦେଶ୍ୟରେ ଖର୍ଚ୍ଚ ହେଉଛି ସେ ନେଇ ପ୍ରଶ୍ନ ଉଠିଛି । ବାହାର ଚକାଚକ୍ ନକରି ଭକ୍ତ କିଭଳି ଶ୍ରୀମନ୍ଦିରରେ ଭଲରେ ଦର୍ଶନ କରିବେ ସେ ଦିଗରେ ଶ୍ରୀମନ୍ଦିର ପ୍ରଶାସନ ଓ ପରିଚାଳନା କମିଟି କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.