ETV Bharat / state

ରହସ୍ୟମୟ ଶ୍ରୀମନ୍ଦିର: ଯାହା ଯେତିକି ଅଜଣା ସେତିକି ଅଦ୍ଭୂତ

ଶ୍ରୀକ୍ଷେତ୍ର ବିଷୟରେ ଅନେକ ରହସ୍ୟମୟ କଥାବସ୍ତୁ ଆଶ୍ଚର୍ଯ୍ୟଜନକ ହେଲେ ହେଁ ଏହା ଶୁଣିଲେ ଅଦୃଶ୍ୟଶକ୍ତି ତଥା ଇଶ୍ୱରୀୟ ସତ୍ତା ପ୍ରତି ବିଶ୍ୱାସ ସ୍ପଷ୍ଟ ହୋଇଥାଏ। ବିଜ୍ଞାନର ପାରିବାପଣ ପ୍ରତି ପ୍ରଶ୍ନ ଉଠାଉଥିବା ଶ୍ରୀମନ୍ଦିର ସଂକ୍ରାନ୍ତରେ କିଛି ଅଜଣା ଓ ଅଲୌକିକ କଥା ପଢନ୍ତୁ।

author img

By

Published : Jul 3, 2019, 8:38 AM IST

ଡିଜାଇନ ଫଟୋ

ଭୁବନେଶ୍ୱର: ଅସରନ୍ତି ରହସ୍ୟର ଗନ୍ତାଘର ଶ୍ରୀପୁରୁଷୋତ୍ତମ କ୍ଷେତ୍ର । ମହାବିଗ୍ରହଙ୍କ, ରୂପ, ଲୀଳା, ଓ ମହିମା ଅକ୍ଷୟ ଅବିନାଶୀ । ଶ୍ରୀଜଗନ୍ନାଥଙ୍କ ରହସ୍ୟ ଓ ଅଲୌକିକତା ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବରେ ଅଜଣା ଓ ଅସମାହିତ। ଶ୍ରୀକ୍ଷେତ୍ରର ଅନେକ ରହସ୍ୟ ଏବେ ବି ଅଭେଦ୍ୟ ହୋଇରହିଛି । ଦାରୁ ଦିଅଁଙ୍କ ନାମ, ଧାମ, ତତ୍ତ୍ୱ, ସଂସ୍କୃତି ରହସ୍ୟାଚ୍ଛନ୍ନ । ଶ୍ରୀକ୍ଷେତ୍ର ବିଷୟରେ ଅନେକ ରହସ୍ୟମୟ କଥାବସ୍ତୁ ଆଶ୍ଚର୍ଯ୍ୟଜନକ ହେଲେ ହେଁ ଏହା ଶୁଣିଲେ ଅଦୃଶ୍ୟଶକ୍ତି ତଥା ଇଶ୍ୱରୀୟ ସତ୍ତା ପ୍ରତି ବିଶ୍ୱାସ ସ୍ପଷ୍ଟ ହୋଇଥାଏ। ବିଜ୍ଞାନର ପାରିବାପଣ ପ୍ରତି ପ୍ରଶ୍ନ ଉଠାଉଥିବା ଶ୍ରୀମନ୍ଦିର ସଂକ୍ରାନ୍ତରେ କିଛି ଅଜଣା ଓ ଅଲୌକିକ କଥା ପଢନ୍ତୁ ।

  • ମନ୍ଦିର ଉପରେ କୌଣସି ପକ୍ଷୀ କିମ୍ବା ଉଡାଜାହାଜ ଉଡିବାର ଅଦ୍ୟବଧି ଦେଖିବାକୁ ମିଳିନାହିଁ । ଏହାସହ ମନ୍ଦିର ଉପରେ କୌଣସି ପକ୍ଷୀ କିମ୍ବା ଚଢ଼େଇ ବସିଥିବାର ଦେଖାଯାଇ ନାହିଁ । ଅନେକ ଗବେଷଣା, ପରୀକ୍ଷାନିରୀକ୍ଷା କରିଛନ୍ତି ଅନେକ ବୈଜ୍ଞାନିକ ହେଲେ ଏହାର ଉତ୍ତର ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ।
  • ମନ୍ଦିରରେ ଥିବା ନୀଳଚକ୍ର ରହିଛି । ଅଷ୍ଟ ଧାତୁରେ ନିର୍ମିତ ଏହାକୁ ସୁଦର୍ଶନ ଚକ୍ର ବୋଲି ମଧ୍ୟ କୁହାଯାଏ । ପୁରୀ ସହରର ଯେ କୌଣସି ସ୍ଥାନରୁ ଏହି ଚକ୍ରକୁ ଦେଖିଲେ ଏହା ଆପଣଙ୍କ ଆଡକୁ ମୁହଁ କରିଲା ପରି ଜଣାଯାଇଥାଏ ।
  • ଜଗନ୍ନାଥ ମନ୍ଦିରର ବାନାରେ ମଧ୍ୟ ରହିଛି ଏକ ଅଦ୍ଭୁତ ରହସ୍ୟ ରହିଛି। ପୁରୀ ମନ୍ଦିରର ପତାକା ବା ପତିତପାବନ ବାନା ସର୍ବଦା ପବନର ବିପରୀତ ଗତିରେ ପ୍ରବାହିତ ହୋଇଥାଏ । ଏହା ମଧ୍ୟ ପ୍ରଭୁଙ୍କ ଅଲୌକିକ ମହିମା ବୋଲି କୁହାଯାଏ ।
  • ଏହାକୁ ବଦଳାଉଥିବା ବ୍ୟକ୍ତି ଜଣଙ୍କ ମଧ୍ୟ ସବୁବେଳେ ଓଲଟା ଚଢ଼ି ମନ୍ଦିର ଉପରକୁ ଯାଇଥାନ୍ତି। ଦୈନିକ ନୀତିରେ ମନ୍ଦିରର ବାନା ପରିବର୍ତ୍ତନ କରାଯାଇଥାଏ ଯଦି ଏହି ନୀତିରେ ବାଧା ହୁଏ ତେବେ ମନ୍ଦିର ପୂରା ୧୮ ବର୍ଷ ପାଇଁ ବନ୍ଦ ହୋଇଯିବ ବୋଲି ମାନ୍ୟତା ରହିଛି ।
  • ସାଧାରଣତଃ ସୂର୍ଯ୍ୟଙ୍କ କିରଣ ପଡ଼ିବା ମାତ୍ରେ ସମସ୍ତ ଜିନିଷ ଏବଂ ମନୁଷ୍ୟ ଓ ପଶୁ ପକ୍ଷୀଙ୍କର ଛାଇ ସୃଷ୍ଟି ହୋଇଥାଏ । କିନ୍ତୁ ମନ୍ଦିର ମୁଣ୍ଡିରେ ଯେତେ ଖରା ପଡ଼ିଲେ ମଧ୍ୟ କେବେ ଛାଇ ସୃଷ୍ଟି ହୁଏନାହିଁ।
  • ମନ୍ଦିରର ମୁଖ୍ୟ ଦ୍ବାରକୁ ଲାଗି ଅରୁଣ ସ୍ତମ୍ଭ ରହିଛି । ଏହାର ଉଚ୍ଚତା ପାଖାପାଖି ୨୫ ଫୁଟ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହିକି ଯେ ଦିନ ବେଳା ଏହାର ଛାଇ ଭୂମି ଉପରେ ପଡିନଥାଏ।
  • ମନ୍ଦିରକୁ ଲାଗି ସମୁଦ୍ର ତଟ ରହିଛି । ମନ୍ଦିରରେ ସମସ୍ତ ସ୍ଥାନରେ ସମୁଦ୍ରର ଧ୍ବନି ଶୁଣାଯାଏ କିନ୍ତୁ ଏହି ଧ୍ବନି ମେଘନାଦ ପ୍ରାଚୀର ଅତିକ୍ରମ କରି ମନ୍ଦିରକୁ ପ୍ରବେଶ କଲେ ଶୁଣାଯାଏ ନାହିଁ । ଏହା କିପରି ସମ୍ଭବ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।
  • ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହାସହ ପୁରୀର ମହାପ୍ରସାଦ ମଧ୍ୟ ଏକ ରହସ୍ୟମୟ କାହାଣୀ ସହିତ ଜଡିତ । ପୁରୀରେ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଲୋକେ ମହାପ୍ରସାଦ ଖାଇଥାନ୍ତି କିନ୍ତୁ ଏହା କୌଣସି ଦିନ କମ ପଡିନଥାଏ କିମ୍ବା ବଳି ଯାଇନଥାଏ।
  • କିଛି ବର୍ଷ ପୂର୍ବେ ମନ୍ଦିରରୁ ଏକ ପଥର ଖସିଥିଲା । ଏହା ମନ୍ଦିରର କେଉଁ ସ୍ଥାନରୁ ଖସିଥିଲା ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।
  • ଏଠାରେ ମହୋଦଧିର ନିକଟରେ ଅବସ୍ଥିତ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ନିର୍ଗତ ହୋଇଥାଏ ।
  • ସବୁଠାରେ ଗଣ୍ଠି ପକା ମାଳ ଠାକୁରଙ୍କୁ ପିନ୍ଧା ଯାଇଥାଏ, ମାତ୍ର ପୁରୀ ମହାପ୍ରଭୁଙ୍କୁ ଅଗଣ୍ଠିଆ ମାଳ ପିନ୍ଧାଯାଇଥାଏ, ଗଣ୍ଟି ନପଡି ମାଳ ରହିବା ପ୍ରଭୁଙ୍କ ଅଲୌକିକତା ବୋଲି କୁହାଯାଏ ।
  • ଗଛରେ ପକ୍ଷୀ ବସିବା ସାଧାରଣ କଥା, ମାତ୍ର ପୁରୀ ମନ୍ଦିର ଭିତରେ ଥିବା କଳ୍ପବଟରେ କାଉ ବସନ୍ତି ନାହିଁ । ଏହା ବି ମହାପ୍ରଭୁଙ୍କ ମହିମାର ଏକ ଅପୂର୍ବ ନିଦର୍ଶନ ବୋଲି କୁହାଯାଏ ।
  • 1975 ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।

ଏମତି ଏନେକ ନିଗୃଢତତ୍ତ୍ବ ପୁରୀ ମନ୍ଦିର ଓ ଏହାର ଅଧିପତି ମହାପ୍ରଭୁଙ୍କ ବିଷୟରେ ରହିଛି ଯାହା ସଂକ୍ଷେପରେ କହିବା ସାଧ୍ୟ ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.