ETV Bharat / state

ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେବା ଭାଗ୍ୟରେ ଥିଲେ ମିଳେ: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Jan 7, 2023, 9:29 AM IST

ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ(Union Health Min Mansukh Mandaviya) ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

ପୁରୀ ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ
ପୁରୀ ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ
ପୁରୀ ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ଶ୍ରୀକ୍ଷେତ୍ରରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ(Union Health Min Mansukh Mandaviya) । ଗତକାଲି(ଶୁକ୍ରବାର) ପୁରୀ ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଶୁକ୍ରବାର ସପରିବାର ସହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀମନ୍ଦିର ଠାରେ ପହଞ୍ଚିବା ପରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ବିଜେପି ନେତା ଓ କର୍ମୀ ମାନେ ତାଙ୍କୁ ପୁଷ୍ପ ଗୁଛ ଓ ଖଣ୍ଡୁଆ ଦେଇ ସ୍ବାଗତ କରିଥିଲେ । ପରେ ଶ୍ରୀମନ୍ଦିର ସିଂହଦ୍ଵାର ଦେଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କ ଦର୍ଶନ କରି ନିଜକୁ ଭାଗ୍ୟବାନ ମନେ କରିଥିବା କଥା କହିଥିଲେ ମନ୍ତ୍ରୀ ।

ଏଥିସହ ମାଆ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ମଧ୍ୟ କରିଥିଲେ । ଦ୍ବାରିକା ଧାମରୁ ଶ୍ରୀକ୍ଷେତ୍ର ଧାମ ଆସି ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେବା ଭାଗ୍ୟରେ ଥିଲେ ମିଳେ ବୋଲି ମନ୍ତ୍ରୀ କହିଥିଲେ । ମହାପ୍ରଭୁ ସାରା ବିଶ୍ୱବାସୀଙ୍କୁ ସୁସ୍ଥ ଓ ନିରାମୟ ରଖିଥାନ୍ତୁ ବୋଲି ମହାପ୍ରଭୁଙ୍କ ନିକଟରେ ମନ୍ତ୍ରୀ ପ୍ରାର୍ଥନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ନିର୍ବାଚନ ବର୍ଷ, ବଜେଟ ପ୍ରସ୍ତୁତିରେ ସମନ୍ୱୟକୁ ଗୁରୁତ୍ୱ ଦେଉଛନ୍ତି ସରକାର

ଜଗାକୁ ଦର୍ଶନ କରିବା ପରେ ମନସୁଖ ମାଣ୍ଡଭିୟ କହିଛନ୍ତି," ମୁଁ ମୋ ପରିବାର ସହ ଆସି ଭଗବାନ ଜଗନ୍ନାଥଙ୍କୁ ଦର୍ଶନ କରିଲି । ଦେଶର ମଙ୍ଗଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଲି । ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ବଳବାନ ଭଳି ମନେ ହେଉଛି । ମୋଦିଙ୍କ ଆୟୁଷ୍ମାନ ଯୋଜନାରେ କୋଟିକୋଟି ମାଗଣାରେ ଲୋକ ଚିକିତ୍ସିତ ହେଉଛନ୍ତି । ଦେଶର ଗରିବ ଏବଂ ମଧ୍ୟବିତ୍ତ ପରିବାରର ଲୋକେ ଏହି ଯୋଜନାର ଲାଭ ଉଠାଉଛନ୍ତି । ୫ ଲକ୍ଷ ଟଙ୍କା ସରକାର ଖର୍ଚ୍ଚ କରୁଛନ୍ତି । ଦେଶରେ ସମସ୍ତେ ସୁସ୍ଥ ରହିବା ପାଇଁ ପ୍ରଧାନମନ୍ତ୍ରୀ ଏହି ଯୋଜନା ଆରମ୍ଭ କରିଛନ୍ତି ।"

ପ୍ରକାଶଥାଉକି, କୋଭିଡ୍‌ ପରେ ପ୍ରଥମଥର ପାଇଁ ଏମ୍ସର ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ୍‌ ବଡି ବୈଠକ ଆସନ୍ତା ୮ତାରିଖରେ ହେବାକୁ ଯାଉଛି। ଏଥିରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ, କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର, ସ୍ବାସ୍ଥ୍ୟ ସଚିବ, ଯୁଗ୍ମ ସଚିବଙ୍କ ସହ ୨୨ଟି ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସାମିଲ ହେବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.