ETV Bharat / state

ବିନା ଦର୍ଶକରେ ପୁରୀରେ ଲଙ୍କାପୋଡି ନୀତି ସମ୍ପନ୍ନ - Lankapodi niti been held in shrikshetra sahijata festival

ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ ଯାତ୍ରାରେ ଗତକାଲି(ମଙ୍ଗଳବାର) ରାତିରେ ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡି ନୀତି । ଚୈତ୍ର ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି କରାଯାଇଥିଲା । ଅଧିକ ପଢନ୍ତୁ...

ଅନୁଷ୍ଠିତ ହେଲା ସାହିଯାତ ଯାତ୍ରାର ଲଙ୍କାପୋଡି ନୀତି

author img

By

Published : Apr 28, 2021, 11:19 AM IST

ପୁରୀ: ସାହିଯାତ ଯାତ୍ରାରେ ଅନୁଷ୍ଠିତ ହେଲା ଲଙ୍କାପୋଡି ନୀତି । ପବିତ୍ର ଶ୍ରୀରାମ ନବମୀରୁ ଶ୍ରୀକ୍ଷେତ୍ରରେ ଚାଲିଥିବା ସାହିଯାତ ଯାତ୍ରାରେ ଗତକାଲି(ମଙ୍ଗଳବାର) ରାତିରେ ଅନୁଷ୍ଠିତ ହୋଇଯାଇଛି ଲଙ୍କାପୋଡି ନୀତି । ଚୈତ୍ର ପୂର୍ଣ୍ଣିମା ତିଥିରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି କରାଯାଇଥିଲା ।

ଅନୁଷ୍ଠିତ ହେଲା ସାହିଯାତ ଯାତ୍ରାର ଲଙ୍କାପୋଡି ନୀତି

ମହାପ୍ରଭୁଙ୍କ ଆଜ୍ଞାମାଳା ପ୍ରାପ୍ତ ହେବା ପରେ ରାବଣ ଓ ହନୁମାନ ବେଶଧାରୀ ଚରିତ୍ର ବୀରବାଦ୍ୟର ତାଳେ ତାଳେ ନୃତ୍ୟ କରି ଶ୍ରୀଜଗନ୍ନାଥ ବଲ୍ଳବ ମଠରେ ପହଞ୍ଚିଥିଲେ ।

ଅନ୍ୟପଟେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଶ୍ରୀମନ୍ଦିରରୁ ବିମାନରେ ଯାଇ ସେଠାରେ ପହଞ୍ଚିବା ପରେ ଲଙ୍କାପୋଡି ନୀତି ସମାପ୍ତ ହୋଇଥିଲା । ଏହାପରେ ଠାକୁରମାନେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଛନ୍ତି । ତେବେ ଚଳିତବର୍ଷ କୋଭିଡ କଟକଣା ହେତୁ ବିନା ଦର୍ଶକରେ ଶ୍ରୀକ୍ଷେତ୍ରର ଏହି ପ୍ରସିଦ୍ଧ ଯାତ୍ରା ଅନୁଷ୍ଠିତ ହେଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.