ETV Bharat / state

ସୂର୍ଯ୍ୟ ମନ୍ଦିର ଲୁହା ବିମଗୁଡ଼ିକର ଅଲଟ୍ରାସୋନିକ ପରୀକ୍ଷା ଆରମ୍ଭ - ସୂର୍ଯ୍ୟ ମନ୍ଦିର ଲୁହା ବିମଗୁଡ଼ିକର ଅଲଟ୍ରାସୋନିକ ପରୀକ୍ଷା

କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିବା ୮୦୦ ବର୍ଷ ପୁରୁଣା ଲୁହା ବିମଗୁଡ଼ିକର ଅଲଟ୍ରାସୋନିକ ପରୀକ୍ଷା ଆରମ୍ଭ । ଅଧିକ ପଢନ୍ତୁ

ସୂର୍ଯ୍ୟ ମନ୍ଦିର ଲୁହା ବିମଗୁଡ଼ିକର ଅଲଟ୍ରାସୋନିକ ଯାଞ୍ଚ ଆରମ୍ଭ

author img

By ETV Bharat Odisha Team

Published : Oct 12, 2023, 3:19 PM IST

ଅଲଟ୍ରାସୋନିକ ପରୀକ୍ଷା ଆରମ୍ଭ

ପୁରୀ: ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଥ‌ିବା ୮୦୦ ବର୍ଷ ପୁରୁଣା ବିଶାଳକାୟ ଲୁହା ବିମଗୁଡ଼ିକର ଅଲଟ୍ରାସୋନିକ ପରୀକ୍ଷା ଆରମ୍ଭ ହୋଇଛି । ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ଓମ୍‌କାରନାଥ ମହାନ୍ତିଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟ ଚାଲିଛି । ଭୁବନେଶ୍ଵର ଆଇଆଇଟି ଏବଂ ଜାମସେଦପୁର ସ୍ଥିତ ଜାତୀୟ ଧାତୁ ବିଜ୍ଞାନ ପରୀକ୍ଷାଗାର ବିଶେଷଜ୍ଞ ଟିମ୍ ପହଞ୍ଚି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । ସୂର୍ଯ୍ୟ ମନ୍ଦିରରେ ପ୍ରାୟ ୩୦ଟି ବଡ଼ ଲୁହା ବିମ୍ ରହିଛି । ଏହାର ରକ୍ଷଣାବେକ୍ଷଣ କରୁଛି ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଇ) । ବଡ଼ ବଡ଼ ଲୁହା ବିମ୍‌ରେ କେତେକ ଛୋଟ ବିମ ରହିଛି ଏବଂ ବିମ୍ ତିଆରି ପଦ୍ଧତି ଅନ୍ୟମାନଙ୍କଠାରୁ ଅଲଗା କି ନୁହେଁ, ତାହା ଜାଣିବା ଲାଗି ଏହି ପରୀକ୍ଷା କରାଯାଉଥିବା କୁହାଯାଇଛି ।

ସୂଚନା ଥାଉକି, ମୁଖ୍ୟ ମନ୍ଦିରର ୫୦ ଫୁଟ ଉପରେ ପ୍ରାୟ ୮ ଟନର ଏହି ବିମ୍ ଲାଗିଥିଲା । ଉକ୍ତ ବିମ୍ ଉପରେ ନବଗ୍ରହ ମୂର୍ତ୍ତି ଶୋଭା ପାଉଥିଲା । କାଳକ୍ରମେ ମୁଖ୍ୟ ମନ୍ଦିର ଭାଙ୍ଗି ଯିବା ପରେ ସେବେ ଠାରୁ ବିମ ଗୁଡ଼ିକୁ ଏକାଠି କରାଯାଇ ମନ୍ଦିର ବେଢାରେ ରଖାଯାଇଛି । ଗତବର୍ଷ ମଧ୍ୟ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ପୁନର୍ବାର ପରୀକ୍ଷା ଚାଲିଛି । ବଡ଼ ବିମ୍ ଭିତରେ ରହିଥିବା ଛୋଟ ବିମ୍ ସମ୍ପର୍କରେ ଜାଣିବା ଏହି ପରୀକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ: ସମୁଦ୍ରରେ ବୁଡି ଆଉ ଯିବନି ପର୍ଯ୍ୟଟକଙ୍କ ଜୀବନ ! ଲାଇଫ ଗାର୍ଡ ନେଲେ ଅତ୍ୟାଧୁନିକ ପ୍ରଶିକ୍ଷଣ

ଆଇଆଇଟି ଖଡ଼ଗପୁରର ପୂର୍ବତନ ପ୍ରଫେସର ଓମକାର ନାଥ ମହାନ୍ତି କହିଛନ୍ତି ଯେ, କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଦୀର୍ଘ ୫୦୦ ବର୍ଷରୁ ଅଧିକ ହେବ ଏହି ଲୁହା ବିମ୍ ରହିଛି । ହେଲେ ଏଥିରେ କଳଙ୍କି ଲାଗି ନାହିଁ କି ଏହା ନଷ୍ଟ ହୋଇନାହିଁ । କୋଣାର୍କ ସମୁଦ୍ର ଉପକୂଳରେ ଥିବାବେଳେ ଜଳବାୟୁରେ କ୍ଲୋରିନ, କ୍ଲୋରାଇଡ ରହିଛି । ହେଲେ ଏହି ବିମଗୁଡିକ ଉପରେ କୌଣସି କୁପ୍ରଭାବ ପଡ଼ିନାହିଁ । ତେବେ ଏହି ବିମରେ କ'ଣ ସବୁ ବ୍ୟବହାର ହୋଇଛି ତାହାର ଯାଞ୍ଚ ଚାଲିଛି । ଏଥିରୁ ପୂର୍ବକାଳରେ ଓଡ଼ିଶାର ବୈଷୟିକ ଜ୍ଞାନ କୌଶଳ ଯଥେଷ୍ଟ ଭଲ ଥିବା ଏକପ୍ରକାର ପ୍ରମାଣିତ ହେଉଛି । ଏଣୁ କୋଣାର୍କ ମନ୍ଦିରରୁ ବାହାରି ଥିବା ବିଶାଳ ଲୁହା ବିମ ନିର୍ମାଣ ପଛରେ କ'ଣ ରହସ୍ୟ ରହିଛି ତାହା ଯାଞ୍ଚ ଦ୍ୱାରା ଜଣାପଡ଼ିବ ବୋଲି ଓମକାର ନାଥ ମହାନ୍ତି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.