ETV Bharat / state

Odisha Media Award: ଇଟିଭି ଭାରତର ଦୁଇ ସାମ୍ବାଦିକ ସମ୍ମାନିତ, ସାମ୍ନାକୁ ଆଣିଛନ୍ତି ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳର ଅବ୍ୟବସ୍ଥା - ଗଣମାଧ୍ୟମ ପ୍ରତିନିଧି ରଞ୍ଜନ ରଥ

ଇଟିଭି ଭାରତର ଦୁଇ ପ୍ରତିନିଧିଙ୍କୁ ଓଡ଼ିଶା ମିଡ଼ିଆ ଆୱାର୍ଡ଼ 2022 ସମ୍ମାନ (Odisha Media Award 2022) । ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳରେ ଥିବା ଅବ୍ୟବସ୍ଥାକୁ ଖବର ମାଧ୍ୟମରେ ଲୋକଲୋଚନକୁ ଆଣିଥିବା ଯୋଗୁଁ ଇଟିଭି ଭାରତର ୨ ପ୍ରତିନିଧିଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

Odisha Media Award
Odisha Media Award
author img

By

Published : Dec 20, 2022, 6:02 PM IST

Updated : Dec 20, 2022, 8:35 PM IST

ଇଟିଭି ଭାରତର ଦୁଇ ସାମ୍ବାଦିକ ସମ୍ମାନିତ

ପୁରୀ: ଇଟିଭି ଭାରତର ଦୁଇ ପ୍ରତିନିଧିଙ୍କୁ ଓଡ଼ିଶା ମିଡ଼ିଆ ଆୱାର୍ଡ଼ 2022 ସମ୍ମାନ (Odisha Media Award 2022) । କୋଣାର୍କରେ ଓଡ଼ିଶା ମିଡ଼ିଆ ଆୱାର୍ଡ 2022 ଆୟୋଜିତ ହୋଇଯାଇଥିବା ବେଳେ ଓଡ଼ିଶା ମିଡ଼ିଆ ସମିତି ପକ୍ଷରୁ ତାଙ୍କୁ ଏହି ଆୱାର୍ଡ ପ୍ରଦାନ କାରଯାଇଛି (Two media persons of ETV Bharat felicitated with Odisha Media Award 2022) । ରାୟଗଡ଼ା ଜିଲ୍ଲା ପ୍ରତିନିଧି ରଞ୍ଜନ ରଥ (Rayagada Reporter Ranjan Rath) ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସନ୍ତୋଷ ମହାପାତ୍ର (Keonjhar Reporter Santosh Mahapatra)ଙ୍କୁ ବେଷ୍ଟ କମ୍ୟୁନିଟି ରିପୋର୍ଟର (Best community Reporter) କାଟାଗୋରୀରେ ଓଡ଼ିଶା ମିଡ଼ିଆ ଆୱାର୍ଡ଼ ପ୍ରଦାନ କରାଯାଇଛି । ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳରେ ଥିବା ଅବ୍ୟବସ୍ଥାକୁ ଖବର ମାଧ୍ୟମରେ ଲୋକଲୋଚନକୁ ଆଣିଥିବା ଯୋଗୁଁ ଇଟିଭି ଭାରତର ୨ ପ୍ରତିନିଧିଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି ।

ସାମ୍ନାକୁ ଆଣିଛନ୍ତି ଆଦିବାସୀଙ୍କ ସମସ୍ୟା

ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳରେ ଥିବା ଅବ୍ୟବସ୍ଥାକୁ ଖବର ମାଧ୍ୟମରେ ଲୋକ ଲୋଚନକୁ ଆଣିଥିବା ଯୋଗୁଁ ଇଟିଭି ଭାରତର ୨ ସାମ୍ବାଦିକଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଇଛି । ଓଡ଼ିଶା ମିଡିଆ ସମିତି ପକ୍ଷରୁ ଇଟିଭି ଭାରତର ରାୟଗଡ଼ା ଜିଲ୍ଲା ପ୍ରତିନିଧି ରଞ୍ଜନ ରଥ ଓ କେନ୍ଦୁଝର ଜିଲ୍ଲା ପ୍ରତିନିଧି ସନ୍ତୋଷ ମହାପାତ୍ରଙ୍କୁ ଓଡ଼ିଶା ମିଡ଼ିଆ ଆୱାର୍ଡ 2022 ପ୍ରଦାନ କରାଯାଇଛି । କୋଣାର୍କରେ ଓଡ଼ିଶା ମିଡ଼ିଆ ସମିତି ପକ୍ଷରୁ ଆୟୋଜିତ ହୋଇଥିବା ଓଡ଼ିଶା ମିଡ଼ିଆ ଆୱାର୍ଡ ୨୦୨୨ରେ ୨ ପ୍ରତିନିଧିଙ୍କୁ ସମ୍ମାନିତ କରାଯାଇଛି ।

୧୮ ଜଣ ସାମ୍ବାଦିକ ସମ୍ମାନିତ

ଓଡ଼ିଶା ମିଡ଼ିଆ ଆୱାର୍ଡ ୨୦୨୨ରେ ମୋଟ୍ ୧୫ଟି ବର୍ଗରେ ୧୮ ଜଣ ସାମ୍ବାଦିକଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ପ୍ରଗତିଶୀଳ ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକ ମାନେ ଆଗେଇ ଆସିବା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଗତ ୨୦୧୫ ମସିହାରୁ ପ୍ରତିବର୍ଷ ସାମ୍ବାଦିକଙ୍କୁ ଏହି ଆୱାର୍ଡ ପ୍ରଦାନ କରାଯାଉଛି ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ରବି ଦାସ, ସତ୍ୟ ପ୍ରକାଶ ନାୟକ, ସାରଦା ଲାହାଙ୍ଗିର, ସମ୍ପଦ ମହାପାତ୍ର ପ୍ରମୁଖ ବରିଷ୍ଠ ଅଭିଜ୍ଞ ସାମ୍ବାଦିକ ଯୋଗଦେଇ ସାମ୍ବାଦିକଙ୍କ କର୍ତ୍ତବ୍ୟ, ନିଷ୍ଠା କିଭଳି ହେବା ଦରକାର ସେ ନେଇ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ଗଣମାଧ୍ୟମ ଏବେ ଲୋକଙ୍କ ସମସ୍ୟାମୂଳକ ଖବର ପ୍ରସାରଣ ନ କରି ଅନ୍ୟ ଖବର ପ୍ରସାରଣ କରୁଥିବାରୁ ଏହାକୁ ନେଇ ବରିଷ୍ଠ ସାମ୍ବାଦିକ ମାନେ ଉଦବେଗ ପ୍ରକାଶ କରିଥିଲେ। ଦିନକୁ ଦିନ ଗଣମାଧ୍ୟମ ପ୍ରତିନିଧି ନିଜର ସ୍ଵାଧୀନତା ହରାଉଥିବା ବେଳେ ଗଣମାଧ୍ୟମ ଦିନକୁ ଦିନ ଲୋକଙ୍କ ସମସ୍ୟା ଖବର ପ୍ରସାରଣରେ ପଛଘୁଞ୍ଚା ଦେବା ସମାଜ ପାଇଁ ବିପଦ ବୋଲି ମତ ପ୍ରକାଶ ପାଇଥିଲା ।

ତେବେ ଗଣମାଧ୍ୟମକୁ ଆସୁଥିବା ଯୁବ ସାମ୍ବାଦିକ ମାନେ ନିଷ୍ଠା, ଧୈର୍ଯ୍ୟର ସହ କାମ କଲେ ଗଣମାଧ୍ୟମର ପ୍ରକୃତ ଲାଭ ଜନସାଧାରଣ ଓ ସମାଜ ପାଇବ ବୋଲି ସଭା ମତ ପ୍ରକାଶ ପାଇଥିଲା । ସେପଟେ ଏହି ସମ୍ମାନ ଆଗାମୀ ଦିନରେ କାମ କରିବାରେ ଆହୁରି ଅଧିକ ଉତ୍ସାହିତ କରିବ ବୋଲି ସମ୍ମାନ ପାଇଥିବା ସାମ୍ବାଦିକ କହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Dec 20, 2022, 8:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.