ETV Bharat / state

ହାତରେ ଫୁଟିଲା ବାଣ, ୨ ଗୁରୁତର

author img

By

Published : Oct 25, 2022, 9:19 PM IST

ଗୋଦାମରୁ ବାଣ ନେଉଥିବା ବେଳେ ଅଘଟଣ, ହାତରେ ବାଣ ଫୁଟିବାରୁ ୨ଜଣ ଗୁରୁତର । ପୁରୀ ମହୁରା ଗ୍ରାମରେ ଘଟିଛି ଏହି ଅଭାବନୀୟ ଘଟଣା ।

ହାତରେ ଫୁଟିଲା ବାଣ
ହାତରେ ଫୁଟିଲା ବାଣ

ପୁରୀ: ଦୀପାବଳୀରେ ଅଘଟଣ, ଗୋଦାମରୁ ବାଣ ନେଉଥିବା ବେଳେ ହାତରେ ଫୁଟିଲା ବାଣ, ୨ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ମହୁରା ଗ୍ରାମରେ । ଦୀପାବଳି ସନ୍ଧ୍ୟାରେ ବାଣ ଗୋଦାମରୁ ବାଣ ନେଉଥିବା ସମୟରେ ଏପରି ଅଘଟଣ ଘଟିଥିଲା । ଦୁଇ ଗୁରୁତର ହେଉଛନ୍ତି ପପୁ ସେଠୀ ଓ ରାକେଶ ମଲ୍ଲିକ ।

ହାତରେ ଫୁଟିଲା ବାଣ

ମିଳିଥିବା ସୂଚନା ଅନୁଯାୟୀ ଦୀପାବଳି ଅବସରରେ ଗତକାଲି ସନ୍ଧ୍ୟାରେ ବାଣ ଗୋଦାମରୁ ବାଣ ନେବାକୁ ଆସିଥିଲେ ପପୁ ଓ ରାକେଶ । ସେଠାରୁ ବାଣ ନେଇ ଯିବା ସମୟରେ ହଠାତ ବାଣ ହାତରେ ଫୁଟିଯିବାରୁ ଦୁଇଜଣ ଗୁରୁତର ହୋଇପଡିଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ କରାଯାଇଥିଲା । ଗୁରୁତର ହେଉଛନ୍ତି ନୂଆଖୋଲମରା ପଞ୍ଚାୟତ ନହିରା ଗ୍ରାମର ଚଇନ ସେଠୀ ଓ ବଙ୍କୁ ମଲ୍ଲିକଙ୍କ ପୁଅ । ଉଭୟଙ୍କ ସ୍ବାସ୍ଥ୍ୟ କିପରି ଅଛି ସେନେଇ ସୂଚନା ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ-ଦୀପାବଳିରେ ଅଘଟଣ, ବାଣ ଦୋକାନରେ ବିସ୍ଫୋରଣ ଘଟି ୪ ଗୁରୁତର

ତେବେ କିଛି ବ୍ୟକ୍ତି ମହୁରା ଗ୍ରାମରେ ବେଆଇନ ଭାବେ ବାଣ ତିଆରି କରୁଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । କେବଳ ପୁରୀ ନୁହେଁ ଗତକାଲି ଢେଙ୍କାନାଳରେ ମଧ୍ୟ ବାଣ କିଣିବା ସମୟରେ ଅଘଟଣ ଘଟିଥିଲା । ଏକ ବାଣ ଦୋକାନରେ ବିସ୍ଫୋରଣ ହେବାରୁ ୪ଜଣ ଆହତ ହୋଇଥିଲେ । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କାମାକ୍ଷାନଗର ବଡସୁଆଁଳୋ ଗ୍ରାମରେ ଘଟିଥିଲା ଏପରି ଅଘଟଣ । ଆହତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିଲେ । ପ୍ରଥମେ ଚିକିତ୍ସା ପାଇଁ ସମସ୍ତଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରେ ୩ଜଣଙ୍କ ଅବସ୍ଥା ଗୁରୁତର ହେବରୁ ସେମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା ।

ପୁରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.