ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 2 ଅଭିଯୁକ୍ତ ଗିରଫ

author img

By

Published : May 4, 2020, 6:54 PM IST

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 2 ଅଭିଯୁକ୍ତ ଗିରଫ । ରବିବାର ସାମ୍ବାଦିକଙ୍କ ଉପରେ ହୋଇଥିଲା ଆକ୍ରମଣ । ଅଧିକ ପଢନ୍ତୁ...

Two forester arrested in connection with the  journalist attack in puri
ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ 2 ଅଭିଯୁକ୍ତ ଗିରଫ

ପୁରୀ: ବାଲୁଖଣ୍ଡ ଅଭୟାରଣ୍ୟରେ ସାମ୍ବାଦିକଙ୍କୁ ମାଡମରା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୁରୀ ପୋଲିସ । ନିଲମ୍ବିତ ହୋଇଥିବା ବନ ବିଭାଗର ଦୁଇ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି । ଏନେଇ ପୁରୀ ପେଣ୍ଠକଟା ଥାନାରେ ଏକ ମାମଲା ରବିବାର ରୁଜୁ ହୋଇଥିଲା । ପୂର୍ବରୁ ଏହି ଘଟଣାରେ ବନବିଭାଗ ଦୁଇ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ପୋଲିସ ଗିରଫ କରିଥିବା ଦୁଇ ଅଭିଯୁକ୍ତ ହେଲେ ବାଲିଘାଇ ଫରେଷ୍ଟର ତପନ ନାୟକ ଓ ଫରେଷ୍ଟ ଗାର୍ଡ ବିରଜା ମହାପାତ୍ର ।

ପଢନ୍ତୁ:ପୁରୀ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଯାଜପୁରରେ ପ୍ରତିବାଦ

ବାତ୍ୟା ଫନିର ବର୍ଷେ ପରେ ବାଲୁଖଣ୍ଡ ଅଭୟାରଣ୍ୟର ସ୍ଥିତି ପରଖିବାକୁ ରବିବାର ସକାଳୁ କିଛି ଗଣମାଧ୍ୟମର ପ୍ରତିନିଧି ସେଠାକୁ ଯାଇଥିଲେ । ଭିଡ଼ିଓ କରୁଥିବା ବେଳେ ଭିଡିଓ ସୁଟିଂ ପାଇଁ ବାରଣ କରିଥିଲେ ଓ ପରେ ଆକ୍ରମଣ କରିଥିଲେ ବାଲୁଖଣ୍ଡ ଅଭୟାରଣ୍ୟର ଦୁଇ ଫରେଷ୍ଟଗାର୍ଡ । ଏହାକୁ ନେଇ ଯୁକ୍ତିତର୍କ ହେବା ପରେ ଫରେଷ୍ଟଗାର୍ଡମାନେ ରିପୋର୍ଟର ଓ କ୍ୟାମେରାମ୍ୟାନଙ୍କ ଉପରେ ଆକ୍ରମଣ କରିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.