ETV Bharat / state

କିରୋସିନ ଚୋରା ଚାଲାଣ ମାମଲାରେ ଦୁଇ ଭାଇ ଗିରଫ

କିରୋସିନ ଚୋରା ଚାଲାଣ ମାମଲାରେ ଗିରଫ ହେଲେ ଦୁଇ ଭାଇ । ଅଧିକ ପଢନ୍ତୁ...

କିରାସିନ ଚୋରା ଚାଲାଣ ମାମଲାରେ ବନ୍ଧା ହେଲେ ଦୁଇ ଭାଇ

author img

By

Published : Nov 10, 2020, 10:04 AM IST

ପୁରୀ: ବେଆଇନ କିରୋସିନ ବିକ୍ରି ଅଭିଯୋଗରେ ବନ୍ଧା ହେଲେ ଦୁଇ ଭାଇ । ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ କିରୋସିନ ଚୋରା ଚାଲାଣ ମାମଲାରେ ରାଜକିଶୋର ସ୍ବାଇଁ ଓ ରମେଶ ଚନ୍ଦ୍ର ସ୍ବାଇଁ ନାମକ ଦୁଇ ଭାଇଙ୍କୁ ସୋମବାର ପୋଲିସ ଗିରଫ କରିଛି । ସେମାନେ ସ୍ଥାନୀୟ ସୁନାରିବସ୍ତା ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି । ଅଭିଯୁକ୍ତଙ୍କ ପାଖରୁ ଏକ ହଜାର ଲିଟର କିରୋସିନ ଜବତ କରାଯାଇଛି ।

କିରାସିନ ଚୋରା ଚାଲାଣ ମାମଲାରେ ବନ୍ଧା ହେଲେ ଦୁଇ ଭାଇ

ସୂଚନାଯୋଗ୍ୟ, ଅଞ୍ଚଳରେ ବେଆଇନ କିରୋସିନ ଚୋରା ଚାଲାଣ ହେଉଥିବା ନେଇ ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ଚଢାଉ କରି ସଂପୃକ୍ତ ଦୁଇ ଭାଇଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ 5 ଟି ଡ୍ରମ ଭର୍ତ୍ତି 3 ହଜାର ଲିଟର କିରାସିନ ସମେତ ଏକ ଟ୍ରାକ୍ଟର ମଧ୍ୟ ଜବତ କରାଯାଇଛି । ସେହିପରି ଏହି ବେଆଇନ ଚୋରା କାରବାରରେ ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ତଦନ୍ତ କରୁଛି କାକଟପୁର ପୋଲିସ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.