ପୁରୀ: ପୁରୀ ବାସେଳୀ ସାହି ଥାନା ବାଲି ସ୍କୁଲ ନିକଟରେ ଛୁରା ମାଡ ଘଟଣାରେ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ ବସ୍ତିର ଜଗନ୍ନାଥ ସ୍ବାଇଁ ଓ ଲୋକନାଥ ରୋଡ ଅଞ୍ଚଳର ଲୋକନାଥ ମିଶ୍ର।
ଭାଗ୍ୟଧର ହରିଚନ୍ଦନଙ୍କ ସ୍ତ୍ରୀ ଗିତାଞ୍ଜଳୀଙ୍କ ଅଭିଯୋଗ କ୍ରମେ ପୋଲିସ ଦୁଇ ଜଣକୁ ଗିରଫ କରିଛି। ଗିତାଞ୍ଜଳୀଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ଦୁଇ ଅଭିଯୁକ୍ତ ରାଜା ଓ ଲୋକା ତାଙ୍କ ଦିଅର ଶ୍ରୀଧର ହରିଚନ୍ଦନଙ୍କ ସହ ପାଟିତୁଣ୍ଡ କରୁଥିଲେ। ମାଡ ମାରିବା ସହ ଆକ୍ରମଣ କରିଥିଲେ। ଏହି ସମୟରେ ତାଙ୍କ ସ୍ବାମୀ ଏହାକୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ଅଭିଯୁକ୍ତ ଦୁଇ ଜଣ ଛୁରା ମାଡ଼ କରିଥିଲେ। ଏଥିରେ ତାଙ୍କ ସ୍ବାମୀ ଗୁରୁତର ହୋଇ ଚିକିତ୍ସା ପାଇଁ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ