ବ୍ରହ୍ମଗିରି: ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ । ପୁରୀ ସାଂସଦ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଯୋଗଦେଇ ଲୋକଙ୍କ ସେବା ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି ।
ପୁରୀ ଜିଲ୍ଲାର ବ୍ରହ୍ମଗିରି କେରାଣ୍ଡିଆ ଠାରେ ଲୋକଙ୍କ ସେବା ପାଇଁ ଦୁଇଟି ଆମ୍ବୁଲାନ୍ସ ଲୋକାର୍ପିତ କରାଯାଇଛି । କୋଭିଡ ଭଳି ମହାମାରୀ ସମୟରେ ପୁରୀ ସାଂସଦ ପିନାକୀ ମିଶ୍ର ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମାଙ୍କ ଯୋଗଦେଇ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର ଲୋକଙ୍କ ସେବାରେ ଲାଗିବ ବୋଲି କହିଛନ୍ତି । ସାଧାରଣତଃ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲୋକଙ୍କ ଆବଶ୍ୟକତାକୁ ଦେଖି ପୁରୀ ସାଂସଦଙ୍କ ଏମପିଲ୍ୟାଡ ଫଣ୍ଡରୁ (ସାଂସଦ ପାଣ୍ଠି)ରୁ ଦୁଇଟି ଆମ୍ବୁଲାନ୍ସ ଯୋଗାଇ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସିଡିଏମଓ ଏବଂ ବ୍ରହ୍ମଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷା ଉପସ୍ଥିତ ଥିଲେ ।
ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ