ETV Bharat / state

କୋରୋନା ସତର୍କତା ,ପୁରୀକୁ ପ୍ରବେଶ କଟକଣା

author img

By

Published : Mar 16, 2020, 2:22 AM IST

କୋରୋନାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି । ପୁରୀକୁ କୌଣସି ପର୍ଯ୍ୟଟକଙ୍କ ଗାଡି ପିପିଲି ଦେଇ ପ୍ରବେଶର ଅନୁମତି ଦିଆଯିବ ନାହିଁ। ଅଧିକ ପଢନ୍ତୁ....

Travel Restrictions
ପୁରୀକୁ ପ୍ରବେଶ କଟକଣା

ପୁରୀ : କୋରୋନାକୁ ନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ବପୁର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସୋମବାର ଠାରୁ ପୁରୀକୁ କୌଣସି ପର୍ଯ୍ୟଟକଙ୍କ ଗାଡି ପିପିଲି ଦେଇ ପ୍ରବେଶ କରିବାର ଅନୁମତି ଦିଆଯିବ ନାହିଁ। ଗାଡିରେ ଆସୁଥିବା ପର୍ଯ୍ୟଟକଙ୍କୁ ପରିବହନ ବିଭାଗ ,ପୋଲିସ ଓ ଡାକ୍ତରୀ ଟିମ ଯାଞ୍ଚ କରିବ । ଏପରିକି, ପର୍ଯ୍ୟଟକ ଆସିଥିବା ଗାଡିକୁ ଦରକାର ପଡିଲେ ମଧ୍ୟ ଫେରାଇ ଦିଆଯିବ। ଅନ୍ୟପଟେ କୋରୋନାକୁ ନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ସମସ୍ତେ ଜିଲ୍ଲା ହେଡ କ୍ବାର୍ଟରରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପୁରୀକୁ ପ୍ରବେଶ କଟକଣା

ଅନ୍ୟପଟେ, ଅତି ଜରୁରୀ ନ ଥିଲେ ସହର ବାହାରକୁ ନ ଯିବାକୁ ପୁରୀବାସୀଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ । ଯଦି କେହି ଵିଦେଶୀ ବ୍ୟକ୍ତି କି ସନ୍ଧିଗ୍ଧ ଭାବେ ନଜରକୁ ଆସନ୍ତି ତୁରନ୍ତ ଜିଲ୍ଲା ପ୍ରଶାସନକୁ ସୂଚନା ଦେବା ପାଇଁ କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.