ETV Bharat / state

ସମୁଦ୍ରରେ ବୁଡି ଯାଉଥିବା ଲୋକଙ୍କୁ କେମିତି ବଞ୍ଚାଇବେ, ଟ୍ରେନିଂ ନେଲେ ଯୁବକ - ନ୍ୟାସନାଲ ଇନଷ୍ଟିଚ୍ୟୁଟ ୱାଟର ସ୍ପୋର୍ଟସ

ସମୁଦ୍ରରେ ବୁଡ଼ି ଯାଇଥିବା ଲୋକଙ୍କୁ ଉଦ୍ଧାର ପାଇଁ ନ୍ୟାସନାଲ ଇନଷ୍ଟିଚ୍ୟୁଟ ୱାଟର ସ୍ପୋର୍ଟସ ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜିତ । ଅଧିକ ପଢନ୍ତୁ

ପ୍ରଶିକ୍ଷଣ ଶିବିର
ପ୍ରଶିକ୍ଷଣ ଶିବିର
author img

By

Published : Dec 2, 2022, 1:31 PM IST

Updated : Dec 2, 2022, 1:59 PM IST

ପୁରୀ: ୱାଟର ସ୍ପୋର୍ଟସ ଓ ସମୁଦ୍ରରେ ବୁଡ଼ି ଯାଇଥିବା ଲୋକଙ୍କୁ ଉଦ୍ଧାର ନେଇ ନ୍ୟାସନାଲ ଇନଷ୍ଟିଚ୍ୟୁଟ ୱାଟର ସ୍ପୋର୍ଟସ ପକ୍ଷରୁ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ତେବେ ଏହି ୱାଟର ସ୍ପୋର୍ଟସ କ୍ଷେତ୍ରରେ ଅଧିକରୁ ଅଧିକ ଯୁବକ କିଭଳି ନିଯୁକ୍ତି ପାଇପାରିବେ ସେନେଇ ପୁରୀ ବେଳାଭୂମିରେ ପ୍ରଶିକ୍ଷଣ ଦିଆଯାଇଛି ।

ସମୁଦ୍ରରେ ବୁଡି ଯାଉଥିବା ଲୋକଙ୍କୁ କେମିତି ବଞ୍ଚାଇବେ

ଓଡ଼ିଶାର 4oo କି.ମିରୁ ଅଧିକ ବ୍ୟାପୀ ସୁଦୀର୍ଘ ବେଳାଭୂମି ରହିଛି । ଏହି ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସରକାର ୱାଟର ସ୍ପୋର୍ଟସ ସମେତ ଦୁଃସାହସିକ ଜଳକ୍ରୀଡା ଆରମ୍ଭ କରିଛନ୍ତି । ତେବେ ଏହି ୱାଟର ସ୍ପୋର୍ଟସ କ୍ଷେତ୍ରରେ ଅଧିକରୁ ଅଧିକ ଯୁବକ କିଭଳି ନିଯୁକ୍ତି ପାଇପାରିବେ ସେନେଇ ପୁରୀ ବେଳାଭୂମିରେ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି । ସମୁଦ୍ରରେ ବୁଡ଼ି ଯାଉଥିବା ପର୍ଯ୍ୟଟକମାନଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରି ହେବ ଏବଂ ପ୍ରାଥମିକ ଚିକିତ୍ସା କରି ସେମାନଙ୍କ ଜୀବନ ରକ୍ଷା କରାଯାଇ ପାରିବ ସେନେଇ ପ୍ରଶିକ୍ଷଣ ଦିଆଯାଇଛି ।

ପୁରୀ ସି ଫେରର୍ସ ଅନୁଷ୍ଠାନ ଏବଂ ନ୍ୟାସନାଲ ଇନଷ୍ଟିଚିୟୁଟ ଅଫ ୱଟର ସ୍ପୋର୍ଟସରୁ ଆସିଥିବା ସ୍ବତନ୍ତ୍ର ପ୍ରଶିକ୍ଷକ ମାନେ ପୁରୀ ସମେତ ଅନ୍ୟ ଜିଲ୍ଲାରୁ ଆସିଥିବା ଯୁବକମାନଙ୍କୁ ତାଲିମ ଦେଇଛନ୍ତି । ତାଲିମ୍ ପାଇଥିବା ଯୁବକମାନେ ଆଗାମୀ ଦିନରେ ନିଯୁକ୍ତି ପାଇବା ସହ ପର୍ଯ୍ୟଟକଙ୍କ ଜୀବନ ରକ୍ଷା କରିପାରିବେ ବୋଲି ପ୍ରଶିକ୍ଷକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Padmapur By Poll: ଆଜି ବର୍ଷାଙ୍କ ପାଇଁ ପ୍ରଚାର ମଙ୍ଗ ଧରିବେ ବିଜେଡି ସୁପ୍ରିମୋ

ଏନେଇ ୱାଟର ସ୍ପୋର୍ଟସର ପ୍ରଶିକ୍ଷକ କହିଛନ୍ତି, "ପୁରୀ ଏକ ଧାର୍ମିକ ତଥା ପର୍ଯ୍ୟଟନ କ୍ଷେତ୍ର ହୋଇଥିବାରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ଦର୍ଶନ ସହ ସମୁଦ୍ରରେ ସ୍ନାନ କରିଥାନ୍ତି । ସଚେତନତା ଅଭାବରୁ ଅନେକ ପର୍ଯ୍ୟଟକ ସମୁଦ୍ର ସ୍ନାନ ସମୟରେ ବୁଡିଯାଇ ନିଜର ଅମୂଲ୍ୟ ଜୀବନ ହରାଇଥାନ୍ତି । ତେବେ ସମୁଦ୍ରରେ କେତେ ପ୍ରକାର ଜୁଆର ଆସିଥାଏ, ଏହା ଭିତରେ କରେଣ୍ଟ କିଭଳି ରହିଥାଏ ଏବଂ କେଉଁ ସମୟରେ ସମୁଦ୍ର ସ୍ନାନ କରିବା ଉଚିତ ନୁହେଁ ସେନେଇ ସାଇନେଜ୍ ସମୁଦ୍ର କୂଳରେ ମାରିବା ଆବଶ୍ୟକ ରହିଛି । ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଗଲେ ସମୁଦ୍ରରେ ଅଘଟଣକୁ ରୋକାଯାଇ ପାରିବ।"

ତେବେ ରାଜ୍ୟ ସରକାର ନ୍ୟାସନାଲ ଇନଷ୍ଟିଚିୟୁଟ ଅଫ ୱାଟର ସ୍ପୋର୍ଟସ ସହଯୋଗରେ ଅଧିକରୁ ଅଧିକ ଯୁବକମାନଙ୍କୁ ତାଲିମ ଦେଇ ବେଳାଭୂମିରେ ମୁତୟନ କଲେ ଅନେକ ନିରୀହ ଜୀବନ ରକ୍ଷା ହୋଇପାରିବ କହିଥିଲେ ତାଲିମ୍ ନେଇଥିବା ଯୁବକ । ସେପଟେ ଯୁବକମାନଙ୍କୁ ଏଭଳି ତାଲିମ୍ ଦିଆଯିବା ନିହାତି ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।‌ ପ୍ରଶାସନ ପକ୍ଷରୁ ପୁରୀ ବେଳାଭୂମିରେ ଅନେକ ଲାଇଫ ଗାର୍ଡଙ୍କୁ ମୁତୟନ କରାଯାଇଥିବା ବେଳେ ଉପଯୁକ୍ତ ପ୍ରଶିକ୍ଷଣ ଅଭାବରୁ ଏମାନେ ଲୋକଙ୍କ ଜୀବନ ରକ୍ଷା କରିପାରୁ ନାହାନ୍ତି। ତେବେ ଏହି କ୍ଷେତ୍ରରେ ସରକାର ତତ୍ପରତା ପ୍ରକାଶ କରି ସ୍ବତନ୍ତ୍ର ତାଲିମ୍ ପ୍ରାପ୍ତ ଲାଇଫ ଗାର୍ଡ ରଖିବା ଆବଶ୍ୟକ ରହିଛି।

ଇଟିଭି ଭାରତ, ପୁରୀ

Last Updated : Dec 2, 2022, 1:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.