ETV Bharat / state

କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ; ସଫେଇ, ଟ୍ରାଫିକ୍ ସମସ୍ୟା ଭୁଲିଗଲା ପ୍ରଶାସନ

Traffic problem in Konark : କୋଣାର୍କ ଠାରୁ ଆରମ୍ଭକରି ମା’ ରାମଚଣ୍ଡୀ ମନ୍ଦିର ଓ ସମୁଦ୍ର ବେଳା ଭୂମି ପାଲଟିଛି ଜନ ସମୁଦ୍ର । ଦୈନନ୍ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ ଆସି ଏହି ମନୋଲୋଭା କାରିଗରୀର ଆନନ୍ଦ ନେଉଛନ୍ତି ।

କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ
author img

By ETV Bharat Odisha Team

Published : Dec 28, 2023, 10:50 PM IST

Updated : Dec 28, 2023, 11:02 PM IST

କୋଣାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

କୋଣାର୍କ: ଚାଲିଛି ପର୍ଯ୍ୟଟନର ଋତୁ । ଶୀତର ଆଗମନ ସାଙ୍ଗକୁ ପାଖେଇ ଆସୁଛି ନୂଆ ବର୍ଷ । ଚଳଚଞ୍ଚଳ ସବୁ ପର୍ଯ୍ୟଟନ ସ୍ଥଳ । କୋଣାର୍କ ଠାରୁ ଆରମ୍ଭକରି ମା’ ରାମଚଣ୍ଡୀ ମନ୍ଦିର ଓ ସମୁଦ୍ର ବେଳା ଭୂମି ପାଲଟିଛି ଜନ ସମୁଦ୍ର । ଦୈନନ୍ଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ମାନେ ନିଜ ପରିବାର ଓ ସାଙ୍ଗ ସାଥିଙ୍କ ସହ ଆସି ଏହି ମନୋଲୋଭା କାରିଗରୀର ଆନନ୍ଦ ନେଉଛନ୍ତି ।

ଛୁଟୁଛି ଲୋକଙ୍କ ଭିଡ଼

ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି । ବିଶେଷ କରି ଶୀତୁଆ କାକରରେ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବା ସହିତ ରାମଚଣ୍ଡୀରେ ବଣ ଭୋଜି କରିବା ନିଆରା ଅନୁଭୂତି ଦେଇଥାଏ । ତେଣୁ ପର୍ଯ୍ୟଟକ ମାନେ କର୍ମମୟ ଜୀବନ ଭିତରେ ଟିକିଏ ଫୁରୁସତ ପାଇ ନିଜର ଆତ୍ମୀୟ ପରିଜନଙ୍କ ସହିତ ଏହି ପରିବେଶକୁ ଉପଭୋଗ କରିଥାନ୍ତି । ଯାହା ତାଙ୍କୁ ଆନନ୍ଦ ମଧ୍ୟ ଦେଇଥାଏ ।

ଏହା ମଧ୍ୟ ପଢ଼ନ୍ତୁ.... ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଡୋକରୀ ଚଞ୍ଚରା, ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ

ଟ୍ରାଫିକ ସମସ୍ୟା ସାଙ୍ଗକୁ କୁଢ଼ କୁଢ଼ ଆବର୍ଜନା

ଦୈନିକ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସୁଛନ୍ତି । ତେଣୁ ଦେଖାଦେଇଛି ଟ୍ରାଫିକ ସମସ୍ୟା । ସ୍ଥାନୀୟ ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଥିଲେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଯାଉଛି । ମା’ ରାମଚଣ୍ଡୀ ମନ୍ଦିରରେ ଭୋଜି କାରଣରୁ ଭିଡ଼ ହେଉଥିବା ବେଳେ ଗାଡ଼ି ପାଇଁ ପାର୍କିଂ ସୁବିଧା ନଥିବାରୁ ଲୋକେ ହଇରାଣ ହେଉଛନ୍ତି । ସେପଟେ ବେଳାଭୂମିରେ ଦେଖିବାକୁ ମିଳୁଛି କୁଢ଼ କୁଢ଼ ଅଳିଆ । ସବୁଆଡ଼େ ଅଳିଆ ସାଙ୍ଗକୁ ଭଙ୍ଗା କାଚ ବୋତଲ ପଡିରହିଛି । ବଣଭୋଜି ପାଇଁ ଆସୁଥିବା ଲୋକ ସଫା ସୁତୁରା ଓ ପାନୀୟ ଜଳ ଅସୁବିଧାକୁ ନେଇ ଅଭିଯୋଗ କରୁଛନ୍ତି । ବ୍ଲାକ ପାଗୋଡ଼ାକୁ ପର୍ଯ୍ୟଟକଙ୍କ ଭିଡ଼ ଛୁଟୁଛି । କିନ୍ତୁ ଟ୍ରାଫିକ ସମସ୍ୟା ସାଙ୍ଗକୁ କୁଢ଼ କୁଢ଼ ଆବର୍ଜନାକୁ ନେଇ ପର୍ଯ୍ୟଟକ ନିରାଶ ।

ତେବେ ଏନେଇ ସରକାର ଏବଂ ପ୍ରଶାସନ ଧ୍ୟାନ ଦେଲେ ଆଗକୁ ପର୍ଯଟକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶାକରାଯାଉଛି । ତେବେ ପର୍ଯ୍ୟଟକ କହୁଛନ୍ତି, ’’ଯଦି ସଫା ସୁତାର ସାଙ୍ଗକୁ ପାନୀୟ ଜଳର ଉପରେ ପ୍ରଶାସନ ଅଧିକ ଗୁରୁତ୍ବ ଦେବା କଥା । ସାଙ୍ଗକୁ ପରିବାର ନେଇ ଆସୁଥିବାରୁ ମଦ୍ୟପ ମାନଙ୍କର ଦୌରାତ୍ମ ଉପରେ ପୋଲିସ ଗୁରୁତ୍ଵ ପାଇଁ । ରାମଚଣ୍ଡୀରେ ସୁରକ୍ଷା ପାଇଁ ପୋଲିସ ମୂତୟନ କଲେ ବିଷେଶ ଉପକୃତ ହେବେ ।’’

ଇଟିଭି ଭାରତ, ନିମାପଡା

Last Updated : Dec 28, 2023, 11:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.