ETV Bharat / state

ବସରେ ଲାଗିପାରୁନି ରେଟ୍ ଚାର୍ଟ, ଯାତ୍ରୀଙ୍କୁ ମନଇଚ୍ଛା ଲୁଟୁଛନ୍ତି ଚାଳକ

author img

By

Published : May 24, 2023, 12:15 PM IST

ପରିବହନ ବିଭାଗର ନିର୍ଦ୍ଦେଶକୁ ବେଖାତିର । ବସରେ ଲାଗିପାରୁନି ରୁଟ୍ ଚାର୍ଟ ଏବଂ ଧାର୍ଯ୍ୟ ଭଡ଼ାର ସୂଚନା । ଅଧିକ ଭଡ଼ା ଦେଇ ଶୋଷଣ ହେଉଛନ୍ତି ପୁରୀକୁ ଆସୁଥିବା ଯାତ୍ରୀ । ଅଧିକ ପଢ଼ନ୍ତୁ

bus fare hike in puri
ପୁରୀରେ ଯାତ୍ରୀଙ୍କୁ ମନଇଚ୍ଛା ଲୁଟୁଛନ୍ତି ବସ ଚାଳକ

ପୁରୀ: ପରିବହନ ବିଭାଗର ନିର୍ଦ୍ଦେଶକୁ ଫୁ । ବସରେ ଲାଗିପାରୁନି ରୁଟ୍ ଚାର୍ଟ ଏବଂ ଧାର୍ଯ୍ୟ ଭଡ଼ାର ସୂଚନା । ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ଯାତ୍ରୀଙ୍କୁ ଶୋଷଣ କରି ଚାଲିଛନ୍ତି କିଛି ଅସାଧୁ ବସ ମାଲିକ । ପୁରୀ ବସଷ୍ଟାଣ୍ଡରୁ ଏଭଳି ମାଳମାଳ ଅଭିଯୋଗ ଆସୁଥିବାବେଳେ କୌଣସି ସମାଧାନ କରିପାରୁନାହିଁ ଜିଲ୍ଲା ପ୍ରଶାସନ । ଆଗକୁ ପବିତ୍ର ସ୍ନାନଯାତ୍ରା ଓ ରଥଯାତ୍ରା ଥିବାରୁ ପୁରୀକୁ ଲକ୍ଷଲକ୍ଷ ଭକ୍ତଙ୍କ ସୁଅ ଛୁଟିବ । ଭକ୍ତ ଏବଂ ଯାତ୍ରୀଙ୍କ ଠାରୁ ଧାର୍ଯ୍ୟ ହୋଇଥିବା ବସ ଭଡ଼ା ଠାରୁ କିଭଳି ଅଧିକ ଆଦାୟ ନହେବ ସେନେଇ ଜିଲ୍ଲା ପ୍ରଶାସନ ତତ୍ପର ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ଏବଂ ପର୍ଯ୍ୟଟକ ଦାବି କରିଛନ୍ତି ।

କିଛି ଅସାଧୁ ବସ ମାଲିକଙ୍କ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ପୁରୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକ । ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଦେଇ ଶୋଷଣର ଶିକାର ହୋଇ ଚାଲିଛନ୍ତି ନିରୀହ ଲୋକ । ଏହି ଘଟଣା ଦିନକୁ ଦିନ ଦିନ ବଢ଼ି ଚାଲିଥିବା ବେଳେ ଭକ୍ତ ଓ ପର୍ଯ୍ୟଟକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅଭିଯୋଗ ଅନୁସାରେ, ପୁରୀ ବସଷ୍ଟାଣ୍ଡରୁ ବସ ଯୋଗେ ବିଭିନ୍ନ ସ୍ଥାନକୁ ଯାଉଥିବା ଯାତ୍ରୀଙ୍କ ଠାରୁ କିଛି ଅସାଧୁ ବସ ମାଲିକ ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଜୋର ଜବରଦସ୍ତ ଆଦାୟ କରୁଛନ୍ତି । ଏହାର ପ୍ରତିବାଦ କଲେ ବସ ମାଲିକ ଓ କର୍ମଚାରୀଙ୍କ ଠାରୁ ଯାତ୍ରୀ ଦୁର୍ବ୍ୟବହାରର ଶିକାର ହେଉଛନ୍ତି । ତେବେ ଆଗକୁ ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ପାଖେଇ ଆସୁଥିବାରୁ ଯାତ୍ରୀମାନେ ଠକାମୀର ଶିକାର ହେବା ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ତୁରନ୍ତ ପ୍ରତ୍ୟେକ ବସରେ ରେଟ ଚାର୍ଟ ଲଗାଯିବା ସହ କେଉଁ ଅଞ୍ଚଳକୁ ବସ ଯିବ ତା'ର ସୂଚନା, ପୋଲିସ ହେଲ୍ପଲାଇନ ନମ୍ୱର, ବସ ଯାତ୍ରା କରୁଥିବା ବିଭିନ୍ନ ଅଞ୍ଚଳର ଦୂରତା ବସ ଭିତରେ ସ୍ଥାନ ଦେବାକୁ ନେଇ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ଏନେଇ ପୁରୀ ଏସପି କହିଛନ୍ତି, ରଥଯାତ୍ରା ପୂର୍ବରୁ ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା କରାଯାଉଛି । ବସ ମାଲିକଙ୍କ ସହ ପୋଲିସ ପ୍ରଶାସନ ଆଲୋଚନା କରିଛି । ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ଯାତ୍ରୀଙ୍କ ଠାରୁ ଆଦାୟ ନକରିବା ପାଇଁ ସଚେତନ କରାଯାଇଛି । ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି ।" ପୁରୀ ରେଳଷ୍ଟେସନ ଏବଂ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ସୁବିଧା ପାଇଁ ପୋଲିସ ପକ୍ଷରୁ ପ୍ରିପେଡ ଅଟୋ ସେବା ଚାଲୁ ରହିଛି । ଏହା ସତ୍ତ୍ୱେ କିଛି ଅସାଧୁ ଅଟୋ ଚାଳକ ଯାତ୍ରୀଙ୍କ ଠାରୁ ଯଥେଷ୍ଟ ଅଧିକ ଭଡ଼ା ନେଉଥିବା ଅଭିଯୋଗ ହୋଇଆସୁଛି। ଏଣୁ ପୁରୀରେ ଚାଲୁଥିବା ଅଟୋ ଗୁଡିକ ଉପରେ ମଧ୍ୟ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ଅଚାନକ ଚଢ଼ାଉ କରାଯିବା ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.