ETV Bharat / state

ଅର୍କକ୍ଷେତ୍ରରେ ଟିକେଟ କଳାବଜାରୀ ! ଲୁଟେରାଙ୍କ ଟାର୍ଗେଟରେ ପର୍ଯ୍ୟଟକ, ସବୁ ଜାଣି ଶୋଇଛି ପ୍ରଶାସନ

Lack Of Basic Amenities In Konark : ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରେ ସୁରକ୍ଷା ଢିଲା ଯୋଗୁ ଦେଶ ବିଦେଶରୁ ଆସୁଥିବା ଶହ ଶହ ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି ।

author img

By ETV Bharat Odisha Team

Published : Jan 2, 2024, 9:16 PM IST

କୋଣାର୍କରେ ମୌଳିକ ସୁବିଧାରୁ ବଞ୍ଚିତ ପର୍ଯ୍ୟଟକ !

ନିମାପଡ଼ା: ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରେ ସୁରକ୍ଷା ଢିଲା କାରଣରୁ ଦେଶ ବିଦେଶରୁ ଆସୁଥିବା ଶହ ଶହ ପର୍ଯ୍ୟଟକ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ ହୋଇଛି । କେତେବେଳେ ଟିକେଟ କଳାବଜାରୀ ଘଟଣା ତ ଆଉ କେତେ ବେଳେ ଚୋରି ହେଉଥିବା ଅଭିଯୋଗ ହୋଇଛି । ପର୍ଯ୍ୟଟକଙ୍କୁ ଟିକେଟ ମିଳୁ ନଥିବା ବେଳେ କରାଯାଉଛି ଟିକେଟ କଳା ବଜାରୀ । ପର୍ଯ୍ୟଟକଙ୍କୁ ଟିକେଟ ଚଢା ଦରରେ ବିକ୍ରି କରାଯାଉ ଥିବା ବେଳେ ପର୍ଯ୍ୟଟକଙ୍କୁ ସାଧାରଣ ମୌଳିକ ସୁବିଧା ସୁଯୋଗ ମିଳୁ ନଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାରମ୍ୱାର ପର୍ଯ୍ୟଟକଙ୍କ ଠାରୁ ଚୋରି ହେଉଥିବା ଥାନାରେ ଅଭିଯୋଗ ହୋଇ ଆସୁଥିଲା । ହେଲେ କୋଣାର୍କ ପୋଲିସ କେବେ କାହାରିକୁ ଧରିନଥିବା ବେଳେ ଆଜି ସୂର୍ଯ୍ୟ ମନ୍ଦିରରୁ ପର୍ଯ୍ୟଟକଙ୍କ ଠାରୁ ପର୍ସ ଓ ମୋବାଇଲ ଚୋରି କରୁଥିବା ସମୟରେ ଫଟୋଗ୍ରାଫର ଯୁବକମାନେ ୬ ଜଣ ମହିଳାଙ୍କୁ କାବୁ କରିଥିଲେ । ପରେ କୋଣାର୍କ ଥାନାର ଜିମା ଦେଇଥିଲେ । କୋଣାର୍କ ପୋଲିସ ମହିଳାଙ୍କୁ ପଚରାଉଚରା ପରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନବବର୍ଷ ପାଇଁ କୋଣାର୍କରେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକଙ୍କ ନାହିଁ ନଥିବା ଭିଡ଼ ଥିବା ବେଳେ ମନ୍ଦିର ଭିତରେ ସୁରକ୍ଷା ଢିଲା ଥିବାରୁ ବାରମ୍ବାର ଏପରି ଘଟଣା ଘଟୁଛି ବୋଲି ପର୍ଯ୍ୟଟକ ଅଭିଯୋଗ କରି ଆସୁଛନ୍ତି । ସେପଟେ ଗିରଫ ମହିଳାମାନେ ପୁରୀ ଅଞ୍ଚଳର ବୋଲି ଜଣାପଡିଛି । ଏ ନେଇ ପୋଲିସର ସୁରକ୍ଷା ଉପରେ ପର୍ଯ୍ୟଟକଙ୍କ ଭରସା ତୁଟି ଯାଉଥିବା ସାଧାଣରେ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ....ବାଲୁକା କଳାରେ ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ, ତିଆରି କଲେ 26 ଫୁଟ ଉଚ୍ଚ କୋଣାର୍କ ମନ୍ଦିର

ଅନ୍ୟପକ୍ଷେ ଅର୍କକ୍ଷେତ୍ର ସୂର୍ଯ୍ୟ ମନ୍ଦିରରେ ପର୍ଯ୍ୟଟକଙ୍କ ପାଇଁ ଯେଉଁ ଭଳି ବ୍ୟବସ୍ଥା ରହିବା କଥା ସେଭଳି ବ୍ୟବସ୍ଥା ନଥିବା ଅଭିଯୋଗ ଆଣିଛନ୍ତି କୋଣାର୍କ ମନ୍ଦିର ସ୍ବୀକୃତି ପ୍ରାପ୍ତ ଗାଇଡ଼ । ଭିନ୍ନକ୍ଷମଙ୍କ ପାଇଁ ହୁଇଲଚେୟାରର ବ୍ୟବସ୍ଥା ନଥିବା ବେଳେ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧାଡ଼ିରେ ଛିଡ଼ା ହେବାକୁ ନେଇ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି । ଏହାସହ ଟିକେଟ କଳା ବଜାରୀ ହେଉଥିବାରୁ ଏ ଅଞ୍ଚଳର ଗାରିମା ନଷ୍ଟ ହେଉଥିବା ସ୍ଥାନୀୟ ଜନ ପ୍ରତିନିଧି ଅଭିଯୋଗ କରିଛନ୍ତି । କୋଣାର୍କରେ ପର୍ଯ୍ୟଟକଙ୍କୁ ସାଧାରଣ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେଉନଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ଏନେଇ ଦାୟିତ୍ୱରେ ଥିବା ଏଏସଆଇର ଅଧିକାରୀମାନେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.