ETV Bharat / state

ହୋଟେଲ ଛାତରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ

ଛତିଶଗଡର ଜଣେ ପର୍ଯ୍ୟଟକ ସମୁଦ୍ରକୂଳ ହୋଟେଲ ଛାତରୁ ଖସି ପଡି ମୃତ୍ୟୁ । ଅଧିକ ପଢନ୍ତୁ

tourist died
tourist died
author img

By

Published : Jan 3, 2023, 4:08 PM IST

Updated : Jan 3, 2023, 6:06 PM IST

ପୁରୀ: ପୁରୀରେ ଅଘଟଣ । ହୋଟେଲ ଛାତରୁ ପଡି ପର୍ଯ୍ୟଟକଙ୍କ ମୃତ୍ୟୁ । ତେବେ ମୃତ ପର୍ଯ୍ୟଟକ ଛତିଶଗଡର ଅଶୋକ ଅଗ୍ରଓ୍ୱାଲ ବୋଲି ଜଣାପଡିଛି । ସୂଚନା ମୁତାବକ, ସମୁଦ୍ରକୂଳ ଥାନା ଅନ୍ତର୍ଗତ ଚକ୍ରତୀର୍ଥ ରୋଡରେ ଥିବା ହୋଟେଲ ନୀଳାଚଳରେ ବନ୍ଧୁଙ୍କ ସହ ରହୁଥିଲେ ଅଶୋକ । ହେଲେ ଗତକାଲି ରାତିରେ ତିନି ମହଲା ଛାତରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏନେଇ ସମୁଦ୍ରକୂଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ କେଉଁ କାରଣରୁ ଛାତରୁ ଖସିଲେ ଅଶୋକ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।

ପ୍ରକାଶ ଥାଉକି , କିଛି ଦିନ ପୂର୍ବେ ସମୁଦ୍ରରେ ସ୍ନାନ ବେଳେ ବୁଡ଼ି ଯାଇ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ମୃତ ପର୍ଯ୍ୟଟକ ଛତିଶଗଡ ବିଳାସପୁରର‌ ପ୍ରାଞ୍ଜଳ ଶ୍ରୀବସ୍ ଥିଲେ। ତେବେ ଚକ୍ରତୀର୍ଥ ବେଳାଭୁମିର ସମୁଦ୍ରରେ ସ୍ନାନ କରୁଥିବା ସମୟରେ ବୁଡ଼ି ଯାଇଥିଲେ ପ୍ରାଞ୍ଜଳ । ପରେ ଲାଇଫ ଗାର୍ଡ ମାନେ ସମୁଦ୍ର ରୁ ପ୍ରାଞ୍ଜଳଙ୍କୁ ଉଦ୍ଧାର କରି ପୁରୀ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

ସେହିପରି ପଶ୍ଚିମବଙ୍ଗ ନର୍ଥ ଟ୍ବେଣ୍ଟି ପ୍ରଗଣାର ଲୁପିନ୍ ବିଶ୍ବାସ ବୋଲି ଜଣେ ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବା ବୁଡି ଯାଇଥିଲେ । ଲୁପିନ୍ ସେକ୍ଟର ୧୨ ହୋଟେଲ ବଙ୍ଗଲକ୍ଷ୍ମୀ ସମ୍ମୁଖ ସମୁଦ୍ରରେ ସ୍ନାନ କରୁଥିଲେ । ସେହି ସମୟରେ ଗଭୀର ସମୁଦ୍ର ଭିତରକୁ ଭାସି ଯାଇଥିଲେ । ଏନେଇ ସେଠାରେ ଉପସ୍ଥିତ ଥିବା ଲାଇଫ ଗାର୍ଡ ଓ ଅଗ୍ନିଶମ ବାହିନୀ ସମୁଦ୍ର ଭିତରକୁ ଯାଇ ଲୁପିନକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଲୁପିନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ଅନ୍ୟପଟେ ସମୁଦ୍ରକୂଳ ଥାନା ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା।

ଇଟିଭି ଭାରତ, ପୁରୀ

Last Updated : Jan 3, 2023, 6:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.