ପୁରୀ: ପିପିଲି ବାଲି ଗାଁର ଦାସିଆ ବାଉରୀ ପୀଠର ହେବ ଉନ୍ନତିକରଣ । ଦାସିଆ ପୀଠର ହେବ ପାରିପାର୍ଶ୍ବିକ ବିକାଶ । ଦାସିଆ ପୀଠର ଗୋଠ ଗାଡ଼ିଆ ସହିତ ଗାଧୁଆ ତୁଠ, ରିଟେନିଂ ଓ୍ବାଲ, ଚଲା ରାସ୍ତା ସହିତ ଅନେକ କିଛି ବିକାଶ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଗୁରୁବାର ବିଭାଗୀୟ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଏହି ପୀଠର ବିକାଶ ପାଇଁ ସରକାରୀ ଭାବେ ପଚାଶ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପିପିଲି ବ୍ଲକ ଚେୟାରମ୍ୟାନ ଦେବସ୍ବୀନ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ସେପଟେ ଦାସିଆ ପୀଠର ଉନ୍ନତିକରଣ ପାଇଁ ସରକାର ଅର୍ଥ ମଞ୍ଜୁରୀ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ