ପୁରୀ: ଆଜି ମହାପ୍ରଭୁଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି । କାଳିଆର ସେହି ଭାବଭରା କଳା ମୁହଁକୁ ଦେଖିବାକୁ ଛୁଟୁଛି ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ । ତେବେ ସୁରକ୍ଷାକୁ କଡାକଡି କରିବାକୁ ଉଭୟ ମନ୍ଦିର ପ୍ରଶାସନ ଓ ପୋଲିସ ତତ୍ପର ରହିଛନ୍ତି । 70 ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି ।
ମନ୍ଦିର ଚାରି ପାଖରେ ଗାଡି ଗୁଡିକୁ ଅଟକାଯାଇଛି । ଟ୍ରାଫିକକୁ ମଧ୍ୟ ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା ରହିଛି । ପାର୍କିଂ ପ୍ଲେସ ଗୁଡିକ ଉପରେ ମଧ୍ୟ ଫୋକସ ରହିଛି । ଏପଟେ ପାଗ ମଧ୍ୟ ଭଲ ରହିଥିବାରୁ ଜନସମାଗମ ମଧ୍ୟ ବଢୁଛି । ଭିଡକୁ ଆଖି ଆଗରେ ଦେଖି ଦର୍ଶନ ଅବଧି ରହିବ ।
ପୁରୀରୁ ତାପସ ପରିଡା, ଇଟିଭି ଭାରତ