ETV Bharat / state

ଶ୍ରୀପଞ୍ଚମୀ: ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଆରମ୍ଭ

ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ଅବସରରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ରଥ କାଠର ଅନୁକୂଳ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥ ଖଳାରେ ଏହି ପୂଜା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।

author img

By

Published : Feb 10, 2019, 10:26 PM IST

Updated : Feb 11, 2019, 8:36 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ପବିତ୍ର ଶ୍ରୀ ପଞ୍ଚମୀ ତିଥି ଅବସରରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ରଥ କାଠର ଅନୁକୂଳ ହୋଇଛି । ଶ୍ରୀମନ୍ଦିର କାର୍ଯ୍ୟଳୟ ସମ୍ମୁଖ ରଥ ଖଳାରେ ଏହି ପୂଜା ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି । ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ 12 ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି । ରାଜ୍ୟ ପୁରୋହିତଙ୍କ ପାରମ୍ପିରକ ପୂଜାପଦ୍ଧିତିରେ ରଥ କାଠର ଅନୁକୂଳ ହୋଇଛି ।

ପରମ୍ପରା ଅନୁସାରେ ରାଜପୁରୋହିତ ଓ ବ୍ରାହ୍ମଣଙ୍କ ଦ୍ବାରା ସ୍ବତନ୍ତ୍ର ପୂଜା ମା ସରସ୍ବତୀଙ୍କ ନିକଟରେ କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଚଳିତ ବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପିତ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି । ଏହି ପୂଜାର୍ଚ୍ଚନା ଅବସରରେ ପୁରୀ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସଙ୍କ ସମେତ ପୁରୀ ଏସପି ସାର୍ଥକ ଷଡଙ୍ଗୀ ଏବଂ ଶ୍ରୀମନ୍ଦିର କାର୍ଯ୍ୟଳୟର କର୍ମଚାରୀ ଯୋଗ ଦେଇଥିଲେ ।
undefined

ପ୍ରଥମ ପର୍ଯ୍ୟାୟ ରଥକାଠ ନୟାଗଡ ବନଖଣ୍ଡରୁ ଚଳିତ ମାସ 4 ତାରିଖରେ ପୁରୀରେ 2 ଟ୍ରକ ରଥକାଠ ପହଞ୍ଚିଥିଲା । ସମୁଦାୟ 57 ଖଣ୍ଡ କାଠ ଆସିଛି । 2ଟି ଟ୍ରକରେ 20 ଫୁଟିଆ ଧଉରା 4ଟି ,12 ଫୁଟିଆ ଧଉରା 22ଟି ,20 ଫୁଟିଆ ଅସନ 11ଟି ଓ 12 ଫୁଟିଆ ଅସନ 20 ଟି । ଚଳିତବର୍ଷ ରଥଯାତ୍ରା ପାଇଁ 670 ଖଣ୍ଡ ରଥକାଠ ଆବଶ୍ୟକ ।

ସେପଟେ ଆଉ ଗୋଟିଏ ଟ୍ରିପ ରଥକାଠ କଟକ ଖପୁରିଆ କରତକଳକୁ ଚିରଟ ପାଇଁ ପଠା ଯାଇଛି । ତେବେ ଆସନ୍ତା ଶ୍ରୀରାମ ନବମୀ ଦିନ ଚିରଟ କରାଯିବ । ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ଦିନ ରଥ ଖଳାରେ ତିନିଟି କାଠକୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Feb 11, 2019, 8:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.