ETV Bharat / state

ଶ୍ରୀକ୍ଷେତ୍ରର ନିଆରା ଦଶହରା, ବିଶ୍ରାମ ନେଉଛନ୍ତି ମା' ବିମଳା - ବିମଳାଙ୍କ ବିଶ୍ରାମ ଦିବସ

ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଅନେକ ପରମ୍ପରା ବେଶ୍ ନିଆରା ଢଙ୍ଗରେ ପାଳନ କରାଯାଏ । ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶମୀ ତିଥୀ ପାଳନ ହେଉ ଥିବାବେଳେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଦେବୀଙ୍କ ବିଶ୍ରାମ ଦିବସ ପାଳନ କରାଯାଉଛି । ଅଧିକ ପଢନ୍ତୁ...

ଶ୍ରୀକ୍ଷେତ୍ର ନିଆରା ଦେବୀପୂଜା
ଶ୍ରୀକ୍ଷେତ୍ର ନିଆରା ଦେବୀପୂଜା
author img

By

Published : Oct 25, 2020, 5:22 PM IST

ପୁରୀ: ଶ୍ରୀକ୍ଷେତ୍ର ପୁରୀରେ ଶାରଦୀୟ ଦୁର୍ଗାପୂଜା ନିଆରା ଭାବରେ ପାଳନ କରାଯାଏ । ଶ୍ରୀକ୍ଷେତ୍ର ପୀଠାଧିଶ୍ବରୀ ମା' ବିମଳା ପରମ୍ପରାକୁ ନେଇ ଶାରଦୀୟ ଦୁର୍ଗାପୂଜା ତଥା ଗୋଶାଣୀ ପୂଜା ଅନୁଷ୍ଠିତ ହୋଇଥାଏ ।

ତେବେ ଆଜି(ରବିବାର) ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଦଶମୀ ତିଥି ପାଳନ ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପୂଜା ପାଉଥିବା ଦେବୀଙ୍କର ବିଶ୍ରାମ ଦିନ । ପରମ୍ପରା ଅନୁଯାୟୀ ମହାନବମୀ ନୀତି ପରେ ଶ୍ରୀକ୍ଷେତ୍ରରେ ଦେବୀ ମା'ଙ୍କର ବିଶ୍ରାମ ଦିବସ ଭାବେ ପାଳନ କରାଯାଏ ।

ତେଣୁ ମା ବିମଳାଙ୍କ ପରମ୍ପରାକୁ ନେଇ ପୁରୀ ସହରରେ ଥିବା ଦେବୀପୀଠ ତଥା ବାରବାଟୀ, ଜନହି ଖାଇ, ଗେଲ ବାଇ, ବନଦୁର୍ଗା, ଚକ୍ରକୋଟ, ପଣାପ୍ରିୟା ଠାକୁରାଣୀଙ୍କ ଠାରେ ଆଜି ବିଶ୍ରାମଦିବସ ଆସନ୍ତାକାଲି(ସୋମବାର) ବିଜୟା ଦଶମୀ ପାଳନ କରାଯିବ ।

ସେହିପରି ବିଜୟା ଦଶମୀରେ ଚତୁର୍ଦ୍ଧାମୂରତି ରତ୍ନସିଂହାସନରେ ରାଜ ରାଜେଶ୍ବର ବେଶ ତଥା ସୁନାବେଶ ଧାରଣ କରିବେ । ଅନ୍ୟପଟେ ଆଜି ପୂଜାମଣ୍ଡପରେ ପୂଜା ପାଉଥିବା ମୂଣ୍ମୟୀ ମୂର୍ତ୍ତିଙ୍କର ମହାନବମୀ ପାଳନ କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.