ETV Bharat / state

ପୁରୀ ମାର୍କେଟ ଛକରେ ଉପରେ ଗୋଷ୍ଠୀ ସଂର୍ଘଷ, ୩ ଗୁରୁତର ୯ ଗିରଫ

author img

By

Published : Mar 18, 2023, 10:32 PM IST

ପୁରୀ ମାର୍କେଟ ଛକରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣା । ୯ଜଣଙ୍କୁ ଗିରଫ କାଲ ପୋଲିସ । ଅଧିକ ପଢ଼ନ୍ତୁ

ପୁରୀ ମାର୍କେଟ ଛକରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣା

ପୁରୀ: ଐତିହ୍ୟ ନଗରୀ ପୁରୀରେ ବଢ଼ୁଛି ଅପରାଧିକ ମାମଲା । କେତେ ବେଳେ ମରଣାନ୍ତକ ଆକ୍ରମଣର ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହେଉଛି ତ କେତେବେଳେ ବିଚ୍ ରାସ୍ତାରେ ଗୋଷ୍ଠୀ ସଂର୍ଘଷ ଦେଖିବାକୁ ମିଳୁଛି । ତେବେ ପୁଣି ଦୁଇ ଗୋଷ୍ଠୀ ମଧ୍ୟରେ ମାରଣାଶସ୍ତ୍ରରେ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ପୁରୀ ମାର୍କେଟ ଛକରେ ତିନିଜଣ ଯୁବକଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ ଘଟଣା ଦିନ ଦ୍ବୀପହରେ ଘଟିଥିଲା । ଏହି ଘଟଣାରେ ପୋଲିସ ୯ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଉଭୟ ଗୋଷ୍ଠୀର ଏତଲାକୁ ଆଧାର କରି ୯ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରୁ ତିନିଜଣ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁମ୍ଭାରପଡ଼ା ଥାନା ପୋଲିସ ।

ଗିରଫ ଅଭିଯୁକ୍ତ ହେଉଛନ୍ତି, ଚୁଡଙ୍ଗ ସାହିର ସୁନିଲ ଦାସ, ରବିନାରାୟଣ ପାତ୍ର, କଣ୍ଠପୁରର ଭିମସେନ୍ ବରାଳ, ଛବି ପ୍ରଧାନ, ଉପର ମାଳିସାହିର ଗୋପାଳ ମୁନି, ଖଡିପଦାର ତ୍ରିଲୋଚନ ବେହେରା । ତେବେ ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଥିବା ଅଭିଯୁକ୍ତ ମାନେ ହେଲେ ଖଗେଶ୍ବର ସାହୁ, ହୃଷିକେଶ ପଣ୍ଡା ଏବଂ ସମୀର ଦାସ । ହସ୍ପିଟାଲରେ ପୋଲିସ ଏମାନଙ୍କୁ ଜଗି ରହିଥିବା ବେଳେ ସୁସ୍ଥ ହେବା ପରେ ଏମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ମିହିର ପଣ୍ଡା ।

ଅଭିଯୁକ୍ତଙ୍କ ଠାରୁ ପୋଲିସ ୨ଟି ଖଣ୍ଡା ଓ ତିନୋଟି ମୋବାଇଲ ଫୋନ ଜବତ କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆଜି ସକାଳେ ମାର୍କେଟ ଛକ ଠାରେ ଏହି ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଟ୍ରାଫିକ ପୋଲିସ ସମ୍ମୁଖରେ ଏହି ଘଟଣା ଘଟିଥିବା ବେଳେ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇ ପଡିଥିଲେ । ତେବେ ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତିନୋଟି ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା । ଏହି ଟିମ୍ ଏମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ତେବେ ଷ୍ଟ୍ରିଟ କ୍ରାଇମ ଉପରେ ପୁରୀ ପୋଲିସର ଜିରୋ ଟୋଲେରାନ୍ସ ନୀତି ରହଛି ବୋଲି ଏସପି କହିଛନ୍ତି । ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ଙ୍କ ବିରୋଧ ରେ ପୋଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି ପୁରୀ ଅତିରିକ୍ତ ଏସପି କହିଛନ୍ତି ।

ଇଟିଭା ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.