ETV Bharat / state

ପୋଲିସ ପଞ୍ଝାରେ ତିନି ମୋବାଇଲ ଲୁଟେରା

author img

By

Published : Jan 22, 2021, 8:55 AM IST

ପୁରୀ ପୋଲିସକୁ ସଫଳତା । ତିନି ମୋବାଇଲ ଲୁଟେରାଙ୍କୁ କାବୁ କରିଛି ପୋଲିସ । ଅଧିକ ପଢନ୍ତୁ...

ତିନି ମୋବାଇଲ ଲୁଟେରା
ତିନି ମୋବାଇଲ ଲୁଟେରା

ପୁରୀ: ଜିଲ୍ଲା ପୋଲିସକୁ ସଫଳତା । ମୋବାଇଲ ଲୁଟେରାଙ୍କୁ କାବୁ କରିଛି ପୁରୀ ପୋଲିସ । ତିନି ମୋବାଇଲ ଲୁଟେରାଙ୍କୁ ଧରିବା ସହିତ ସୋମାନଙ୍କଠାରୁ 9ଟି ମୋବାଇଲ ଫୋନ ଜବତ କରିଛି ।

ସୂଚନାନୁସାରେ,ଗତ କିଛି ଦିନ ହେବ ପୁରୀ ସହରରେ ଇସ୍ତିଆକ ଅହମଦ ଏବଂ ସତ୍ୟବ୍ରତ ହରିଚନ୍ଦନ ନାମକ ଦୁଇ ଲୁଟେରା ଲୋକଙ୍କୁ ଏକୁଟିଆ ଦେଖି ସେମାନଙ୍କଠାରୁ ମୋବାଇଲ ଛଡେଇ ନେଇ ବାଇକରେ ଫେରାର ହୋଇଯାଉଥିଲେ । ଲଗାତାର ସହରରେ ଏହି ପରି ମୋବାଇଲ ଲୁଟ କରି ଚାଲିଥିଲେ ଲୁଟେରା । ଏ ନେଇ ଜଣେ ବ୍ୟକ୍ତି ପୁରୀ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଲୁଟେରାଙ୍କୁ କାବୁ କରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ହୋଇଥିଲା । ଘଟଣାର ତଦନ୍ତ ଆରମ୍ଭ କରି ପୋଲିସ ତିନି ମୋବାଇଲ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ।

ଗିରଫ ହୋଇଥିବା ତିନି ଲୁଟେରାଙ୍କଠାରୁ 9ଟି ମୋବାଇଲ ଓ ଗୋଟିଏ ବାଇକ ଜବତ ହୋଇଛି । ମୋବାଇଲ ଚୋରି ଏବଂ ଚୋରା ମୋବାଇଲ ବିକିବା ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.