ETV Bharat / state

ଚଳିତ ବର୍ଷ ଭଙ୍ଗାଯିବନି ତିନି ରଥ - ଭଙ୍ଗାଯିବନି ତିନି ରଥ

ଚଳିତ ବର୍ଷ ଭଙ୍ଗାଯିବ ନାହିଁ ମହାପ୍ରଭୁଙ୍କ ତିନି ରଥ । ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ସଂରକ୍ଷିତ ରଖିବା ନେଇ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅଧିକ ପଢନ୍ତୁ...

ଚଳିତ ବର୍ଷ ଭଙ୍ଗାଯିବନି ତିନି ରଥ
ଚଳିତ ବର୍ଷ ଭଙ୍ଗାଯିବନି ତିନି ରଥ
author img

By

Published : Jul 22, 2020, 6:04 PM IST

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୁଧବାର ଅନୁଷ୍ଠିତ ହୋଇଯାଇଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମହାରଣା, ଭୋଇ ସେବାୟତମାନଙ୍କୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟିର ସଦସ୍ୟମାନେ ଆଲୋଚନା କରିଥିଲେ । ବିଶେଷ କରି ଗତ ପରିଚାଳନା କମିଟି ଓ ଛତିଶା ନିଯୋଗର ମିଳିତ ବୈଠକର ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ଯେଉଁ ତିନଟି ରଥ ରହିଛି ତାକୁ ସଂରକ୍ଷଣ କରାଯିବାକୁ ଏକ ପ୍ରକାର ନିଷ୍ପତ୍ତି ହୋଇଥିବା ବେଳେ ଏହା ଉପରେ ତର୍ଜମା କରାଯାଉଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ତେଣୁ ଚଳିତ ବର୍ଷର ମହାପ୍ରଭୁଙ୍କ ତିନଟି ରଥକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠରେ ଏକ ମ୍ୟୁଜିୟମରେ ରଖିବା ନେଇ ପ୍ରାଥମିକ ଭାବେ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଭଙ୍ଗାଯିବନି ତିନି ରଥ

ତେବେ ବିଧି ମୁତାବକ ତିନି ରଥକୁ ଯେଭଳି ଭଙ୍ଗା ଯିବା କଥା ଭଙ୍ଗାଯିବ । ଭଙ୍ଗାଯିବା ପରେ ଯେତିକି ଅଂଶ ସଂରକ୍ଷିତ ରଖାଯାଇ ପାରିବ ସେହି ଅଂଶକୁ ଶ୍ରୀ ଜଗନ୍ନାଥ ବଲ୍ଳଭ ମଠକୁ ନିଆଯିବ ଏବଂ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଶ୍ରୀ ଜଗନ୍ନାଥ ବଲ୍ଳଭ ଉନ୍ନୟନ ପ୍ରକଳ୍ପ ମାଷ୍ଟର ପ୍ଲାନ ଅନୁସାରେ ପ୍ରତିକାତ୍ମକ ରଥ ନିର୍ମାଣ ପାଇଁ ଯେଉଁ ପ୍ରସ୍ତାବ ରହିଛି ସେହି ଅନୁସାରେ ସଂରକ୍ଷିତ ଅଂଶ ଓ ଅନ୍ୟ ଅଂଶକୁ ସେଠାରେ ନିର୍ମାଣ କରାଯାଇ ରଖାଯିବ । ମୁଖ୍ୟତଃ ଏହାକୁ କିଭଳି ସଂରକ୍ଷିତ ରଖାଯାଇ ପାରିବ ଏବଂ ଉଈ କିଭଳି ନଲାଗିବ ସେଥି ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି । ଏବଂ ଏହି ତିନଟି ରଥକୁ ସାଇତି ରଖିବା ପାଇଁ ପୂର୍ବରୁ ମଧ୍ୟ ଶ୍ରୀଜଗନ୍ନାଥ ବଲ୍ଲଭ ଉନ୍ନୟନ ପ୍ରକଳ୍ପରେ ପ୍ରସ୍ତାବ ରହିଥିଲା । ତେଣୁ ସେହି ପ୍ରସ୍ତାବ ଆଧାରରେ ଚଳିତ ବର୍ଷ ମହାପ୍ରଭୁଙ୍କ ବ୍ୟବହାର ତିନି ରଥକୁ ସଂରକ୍ଷିତ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏଗୁଡ଼ିକୁ କିଭଳି ରଖାଯିବ ସେନେଇ ଆଲୋଚନା କରାଯାଇଛି ।

ପରବର୍ତୀ ସମୟରେ ଅଧିକ ଆଲୋଚନା କରାଯାଇ ତର୍ଜମା କରି ନିଷ୍ପତ୍ତି ନିଆଯିବାକୁ ସ୍ଥିର ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ବିଶେଷ ଭାବେ ଏକ ଟେକ୍ନିକାଲ ଟିମ ଗଠନ ହୋଇ କିଭଳି ସଂରକ୍ଷିତ ରଖାଯିବ ସେନେଇ ତର୍ଜମା ମଧ୍ୟ କରାଯାଉଛି । ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କୋଭିଡ କେୟାର ସେଣ୍ଟର ଓ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ପ୍ରଶାସନ, ତଥା ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସେବାୟତ ମାନଙ୍କ ମଧ୍ୟରୁ ଏକ ଟିମ ଗଠନ କରାଯାଇ ଯେ କୌଣସି ଏକ ହୋଟେଲରେ 30 ଶଯ୍ୟା ଏବଂ 15 ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ଏବଂ କୋଭିଡ ହସ୍ପିଟାଲ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । ସେହି ନିଷ୍ପତ୍ତି କ୍ରମରେ ବିଶେଷ କରି ଶ୍ରୀମନ୍ଦିର ସେବାୟତ, କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀ ମାନେ ଅଛନ୍ତି । ସେମାନଙ୍କୁ ଆଗାମୀ ଦିନରେ କିଭଳି ସୁରକ୍ଷିତ ରଖାଯାଇ ପାରିବ ଓ ଚିକିତ୍ସା ମଧ୍ୟ ଠିକ ଭାବେ କରାଯିବ ସେଥି ପ୍ରତି ନଜର ରଖି ଏଭଳି ବ୍ୟବସ୍ଥା କରାଯାଉଛି |

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.