ETV Bharat / state

ଭକ୍ତ ଶୂନ୍ୟ ଶ୍ରୀମନ୍ଦିର, ସହଳ ହେଉଛି ମହାପ୍ରଭୁଙ୍କ ନୀତିକାନ୍ତି

ଲକ ଡାଉନ ପାଇଁ ଭକ୍ତ ଶୂନ୍ୟ ଶ୍ରୀମନ୍ଦିର । ଆନନ୍ଦ ବଜ଼ାର ଓ ବରାଦୀ ଭୋଗ ବନ୍ଦ । ନୀତିକାନ୍ତି ସହଳ ହେଉଥିବା କହିଲେ ସେବାୟତ । ଅଧିକ ପଢନ୍ତୁ.....

author img

By

Published : Apr 10, 2020, 4:52 PM IST

there are no devotee in srimandir due to lock down
ଭକ୍ତ ଶୂନ୍ୟ ଶ୍ରୀମନ୍ଦିର, ମହାପ୍ରଭୁଙ୍କ ନୀତିକାନ୍ତି ହେଉଛି ସହଳ

ପୁରୀ: ଭକ୍ତ ଶୂନ୍ୟ ଶ୍ରୀମନ୍ଦିର, ଖାଁ ଖାଁ ଲାଗୁଛି ଶ୍ରୀକ୍ଷେତ୍ର । ଲକଡାଉନ କଟକଣା ପରେ ଏଭଳି ଦୃଶ୍ୟ ଏବେ ପୁରୀ ସହରେ ଦେଖିବାକୁ ମିଳୁଛି । ଭକ୍ତଙ୍କ ଗହଳି କୋଳାହଳ ନ ଥିବାରୁ ଶ୍ରୀମନ୍ଦିରେ ସମସ୍ତ ନୂତିକାନ୍ତି ସହଳ ଚାଲିଛି । ତେବେ ସକାଳ 5 ଟାରେ ଶ୍ରୀମନ୍ଦିରର ଦ୍ବାର ଫିଟା ପରେ, ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାସ, ବେଶ ଓ ଗୋପାଳ ବଲ୍ଲବ ନୀତି କରାଯାଉଛି । ଦିନ 10 ଟା ସୁଧା ସକାଳ ଧୂପ ସମ୍ପନ୍ନ ହେଉଛି । ପରେ ଭୋଗ ମଣ୍ଡପ ଦିନ 11 ଟା 30 ସୁଧା ଶେଷ ହେଉଛି । ସେପଟେ, ଭକ୍ତଙ୍କ ଆଗମନ ଶ୍ରୀକ୍ଷେତ୍ରକୁ ନ ଥିବାରୁ ଆନନ୍ଦ ବଜ଼ାର ବନ୍ଦ ଓ ବରାଦୀ ଭୋଗ ବନ୍ଦ ରହିଛି । ଦ୍ବିତୀୟ ଭୋଗ ମଣ୍ଡପ ମଧ୍ୟ ହେଉ ନାହିଁ ।

କେଵଳ ମହାପ୍ରଭୁଙ୍କ ଦୈନିକ କୋଠ ଭୋଗ ଅନୁଷ୍ଠିତ ହେଉଛି । ପରେ ବିଭିନ୍ନ ନୀତିକାନ୍ତି ବଢି ରାତି 8 ଟା ରୁ 8 ଟା 30 ମଧ୍ୟରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ହୋଇ 9ଟା ସୁଧା ମହାପ୍ରଭୁଙ୍କ ପହୁଡ଼ ନୀତି ହେଉଛି । ତେବେ ଶ୍ରୀମନ୍ଦିରରେ ଯେଉଁ ସେବାୟତଙ୍କ ସେବା ପୂଜା ରହିଛି କେବଳ ସେହି ସେବକଙ୍କୁ ଚାରି ଦ୍ବାରରେ ସ୍କ୍ରିନିଂ କରାଯାଇ ପ୍ରବେଶ ଅନୁମତି ଦିଆଯାଉଛି ।

ଅନ୍ୟପଟେ କାଳିଆକୁ ଦର୍ଶନ କରିବାର ସୁଯୋଗ ପାଉ ନ ଥିବାରୁ କିଛି ସ୍ଥାନୀୟ ବାସିନ୍ଦା ରାଧା ବଲ୍ଲଭ ମଠ ନିକଟରେ ଠିଆ ହୋଇ ପତିତପାବନ ବାନାକୁ ଦର୍ଶନ କରୁଛନ୍ତି । ଲକଡାଉନ ଯୋଗୁଁ ସ୍ଥାନୀୟ ଲୋକେ ମଧ୍ୟ ଘରୁ ବାହାରକୁ ଯାଉ ନାହାଁନ୍ତି । କେବଳ ଜରୁରୀ କାମ ପାଇଁ ବାହାରୁ ଥିବା କିଛି ବ୍ୟକ୍ତି ଶ୍ରୀମନ୍ଦିର ଦେଇ ଯିବା ବେଳେ ମହାପ୍ରଭୁଙ୍କୁ ମୁଣ୍ଡିଆ ମାରୁଛନ୍ତି । କୋରୋନା ଭୁତାଣୁକୁ ଖୁବ ଶିଘ୍ର ବିଶ୍ବରୁ ବିନାଶ କରି ଶ୍ରୀମନ୍ଦିରକୁ ଚଳଚଞ୍ଚଳ କରିବାକୁ ମହାବାହୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.