ETV Bharat / state

ଶ୍ରୀମନ୍ଦିର ସେବାୟତଙ୍କୁ ମନ୍ଦିର ପ୍ରଶାସନ ଦେବ 5 ହଜାର ଆର୍ଥିକ ସହାୟତା - puri

ଶ୍ରୀମନ୍ଦିର ସେବାୟତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ ମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନକ କ୍ରିସନ କୁମାର । ଅଧିକ ପଢନ୍ତୁ...

the-temple-administration-will-provide-financial-assistance-to-the-temple-services

author img

By

Published : Jun 10, 2020, 6:33 PM IST

ପୁରୀ: କୋରୋନା କଟକଣା ଓ ଲକ ଡାଉନ ଯୋଗୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ବନ୍ଦ ରହିଛି । ଏଥି ଯୋଗୁ ଶ୍ରୀମନ୍ଦିରରେ ସେବାୟତମାନେ ଆର୍ଥିକ ସଙ୍କଟର ସମ୍ମୁଖିନ ହୋଇଛନ୍ତି । ଭକ୍ତ ନଥିବାରୁ ରୋଜଗାର ହରାଇ ପରିବାର ପ୍ରତିପୋଷଣ କରିପାରୁ ନାହାଁନ୍ତି ଅନେକ ସେବାୟତ। ତେବେ ଶ୍ରୀମନ୍ଦିର ସେବାୟତଙ୍କୁ ପୁଣି ଦ୍ୱିତୀୟ ପର୍ଯ୍ୟାୟରେ 5 ହଜାର ଟଙ୍କା ସହାୟତା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର।

ଶ୍ରୀମନ୍ଦିର ସେବାୟତଙ୍କୁ ମନ୍ଦିର ପ୍ରଶାସନ ଦେବ ଆର୍ଥିକ ସହାୟତା

ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟଙ୍କ ସହ ଆଲୋଚନା ହୋଇ ଏହି ନିଷ୍ପତ୍ତି ହୋଇଛି। ପୂର୍ବରୁ ମଧ୍ୟ 5 ହଜାର ଟଙ୍କା ସେବାୟତ ପରିବାରଙ୍କୁ ସହାୟତା ଦିଆଯାଇଥିଲା। ସେହିପରି ଶ୍ରୀମନ୍ଦିରରେ ସେବା ପୂଜା କରୁଥିବା ସମସ୍ତ ସେବାୟତଙ୍କୁ ମାସ୍କ ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ହୋଇଛି। ଏ ନେଇ ବୟନିକା ସହ ଆଲୋଚନା ହେବ। ଡିଜାଇନ ଚୂଡାନ୍ତ ପରେ 5 ହଜାର ମାସ୍କ ପ୍ରସ୍ତୁତ କରାଯିବ।

ଅନ୍ୟପଟେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଶୃଙ୍ଖଳାରେ ସମାପନ ହୋଇ ଥିବାରୁ ସମସ୍ତ ସେବାୟତ, ଭକ୍ତଙ୍କ ସହଯୋଗ ନେଇ ଧନ୍ୟବାଦ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଅନ୍ୟପଟେ ରଥଯାତ୍ରା ଆୟୋଜନ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କୌଣସି ଉତ୍ତର ରଖି ନଥିଲେ। ରଥଯାତ୍ରା ନେଇ ରଥ ନିର୍ମାଣ ସଠିକ ଢଙ୍ଗରେ ଆଗେଇ ଚାଲିଛି। ତେବେ ରଥଯାତ୍ରା ଆୟୋଜନ ନେଇ ଆଶାବାଦୀ ଥିବା ପରୋକ୍ଷରେ କହିଛନ୍ତି। ତେବେ ସରକାର ହିଁ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ପରୋକ୍ଷ ସୂଚନା ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.