ପୁରୀ: ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ରେ କୌଣସି ରୀତିନୀତି କିମ୍ବା ଧାର୍ମିକ ଉତ୍ସବ ଜଡିତ ନାହିଁ। କୋରୋନା ମହାମାରୀ ପାଇଁ ବର୍ତ୍ତମାନ ଦେଶ ବ୍ୟାପି ଲାଗୁ ହୋଇଥିବା ଲକ ଡାଉନ କଟକଣା ପାଳନ କରି ପୁରୀ ଗ୍ରୀନ ଜୋନରେ ଥିବାରୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଉ ।
ଏହି ନିଷ୍ପତ୍ତି ଶ୍ରୀମନ୍ଦିର ପରିଚାଳନା କମିଟିରେ ନିଆଯାଇ ରାଜ୍ୟ ସରକାଙ୍କ ପାଖରୁ ଅନୁମତି ଲୋଡ଼ାଯାଇ ଥିଲା। ତଦନୁଯାୟୀ ବିଧିବଦ୍ଧ ଭାବେ ଏବେ ଆଇନ ବିଭାଗ ଠାରୁ ଅନୁମତି ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରଶାସନ ପକ୍ଷରୁ ରଥ ନିର୍ମାଣ ଅନୁମତି ପାଇଁ ଆଇନ ବିଭାଗ ପ୍ରମୂଖ ସଚିବଙ୍କୁ ଏକ ପତ୍ର ଲେଖାଯାଇଛି।
ଅନ୍ୟପଟେ ଗଜପତି ମହାରାଜଙ୍କ ଅଫିସରୁ ଏକ ପ୍ରେସ ରିଲିଜ ଜାରି କରାଯାଇ ରଥ ନିର୍ମାଣ ଏକ ଧାର୍ମିକ ପର୍ବ ନୁହେଁ ବୋଲି କୁହାଯାଇଛି। ତେଣୁ କୋରୋନା କଟକଣା ଗାଇଡ଼ ଲାଇନ ମୁତାବକ ରଥ ଖଳାରେ ରଥ ନିର୍ମାଣ ହୋଇ ପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି।
ଗଜପତିଙ୍କ ମତକୁ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଶେଷ ପରେ କିଛି ଗଣମାଧ୍ୟମ ଭୁଲ୍ ରେ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବୋଲି ପ୍ରସାରଣ କରାଯାଇ ଥିଲା। ପ୍ରକୃତ ରେ ରଥ ନିର୍ମାଣ ଏକ ଧାର୍ମିକ ପର୍ବ ନୁହେଁ ବୋଲି ସେ କହିଥିଲେ ବୋଲି ଗଜପତିଙ୍କଙ୍କ ସଚିବ ଅମୀୟ କୁମାର ମହାନ୍ତି ଏକ ପ୍ରେସ ରିଲିଜ ମାଧ୍ୟମରେ ସ୍ପଷ୍ଟୀକରଣ ରଖିଛନ୍ତି।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ