ପୁରୀ: କୋରୋନା ସତର୍କତା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ସଜାଗ ରହିଛି । ଏହି କ୍ରମରେ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ,ଏସପିଙ୍କ କାର୍ଯ୍ୟାଳୟ ଓ ପୌର ପାଳିକା କାର୍ଯ୍ୟାଳୟ ମଧ୍ୟ ସାନିଟାଇଜ କରାଯାଇଛି । ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ତରଳ ରସାୟନିକ ପଦାର୍ଥ ଛିଞ୍ଚନ କରାଯାଇଛି । ଅଗ୍ନିଶମ ବାହିନୀ ପକ୍ଷରୁ ଏହି କାର୍ଯ୍ୟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ପୁରୀ ସହରର ପ୍ରମୂଖ ସରକାରୀ କାର୍ଯ୍ୟାଳୟ ସହ ଘରୋଇ ଅନୁଷ୍ଠାନ ରାସ୍ତା ମଧ୍ୟ ବିଶୋଧନ କରାଯିବ ।
ସେହିପରି ଜିଲ୍ଲା ବିଭିନ୍ନ ଗ୍ରାମାଞ୍ଚଳରେ ମଧ୍ୟ ମେଡ଼ିକାଲ , ବଜ଼ାର ଅଞ୍ଚଳରେ ବିଶୋଧନ କାର୍ଯ୍ୟ କରାଯାଇଛି । ପର୍ଯ୍ୟୟ କ୍ରମେ ଏହି ବିଶୋଧନ କାର୍ଯ୍ୟ ରୀତିମତ ଚାଲିବ ବୋଲି ଅଗ୍ନିଶମ ବାହିନୀ ପକ୍ଷରୁ କୁହାଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ