ETV Bharat / state

ଏମାର ମଠ ମହନ୍ତଙ୍କ ଠାରୁ ଦାୟିତ୍ବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ମଠ ପରିଚାଳନା ଦାୟୀତ୍ବରେ ଥିବା ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଠାରୁ ହସ୍ତାନ୍ତର କରାଯାଇ ଅନ୍ତରୀଣ ଟ୍ରଷ୍ଟ ମୁଖ୍ୟ ଭାବେ ଉତ୍ତର ପାର୍ଶ୍ବ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଅର୍ପଣ କରାଯାଇଛି। ଅଧିକ ପଢନ୍ତୁ...

author img

By

Published : Apr 9, 2021, 7:54 PM IST

ଏମାର ମଠ ମହନ୍ତଙ୍କ ଠାରୁ ଦାୟୀତ୍ବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ

ପୁରୀ: ରୂପା ଇଟା ମାମଲାରେ ଚର୍ଚ୍ଚିତ ଥିବା ଅଭିଯୁକ୍ତ ଏମାର ମଠ ମହନ୍ତଙ୍କ ଠାରୁ ଦାୟିତ୍ବ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ମଠ ପରିଚାଳନା ଦାୟିତ୍ବରେ ଥିବା ମହନ୍ତ ରାଜଗୋପାଳ ରାମାନୁଜ ଦାସଙ୍କ ଠାରୁ ହସ୍ତାନ୍ତର କରାଯାଇ ଅନ୍ତରୀଣ ଟ୍ରଷ୍ଟ ମୁଖ୍ୟ ଭାବେ ଉତ୍ତର ପାର୍ଶ୍ବ ମଠର ମହନ୍ତ ନାରାୟଣ ରାମାନୁଜ ଦାସଙ୍କୁ ଅର୍ପଣ କରାଯାଇଛି।

ଏମାର ମଠ ମହନ୍ତ ଗାଦି ଛାଡିବାକୁ ପ୍ରସ୍ତୁତ ନଥିବାରୁ ଏଣ୍ତାମେଣ୍ଟ ଇନ୍ସପେକ୍ଟର, ମାଜିଷ୍ଟ୍ରେଟ ଓ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି। ମଠ ମହନ୍ତ ମଠର ବିଭିନ୍ନ କୋଠରୀର ଚାବି ନଦେବାରୁ ଚାବି ଭଙ୍ଗା ଯାଇ ମଠ ଆସବାବପତ୍ର, ସିନ୍ଦୁକ ଓ ସମ୍ପତିର ଗଣତି କରାଯାଇଛି।

ଗତ ୨୦୧୧ ମସିହାରେ ଏହି ମଠରୁ ୫୨୨ ଖଣ୍ତ ରୂପା ଇଟା ଯାହାର ଦାମ ୯୦ କୋଟି ଟଙ୍କା ହେବ ତାହା ଜବତ ହୋଇଥିଲା। ମଠ ମହନ୍ତ କିଛି ରୂପା ଇଟା ବିକ୍ରି କରି ଗିରଫ ହେବା ପରେ ବର୍ତ୍ତମାନ ହାଇକୋର୍ଟରୁ ଜାମିନରେ ଅଛନ୍ତି। ଏବେ ଜବତ ହୋଇଥିବା ରୂପାଇଟା ଏବେ ପୁରୀ ଜିଲ୍ଲା ଆର୍ମୋରୀରେ ରଖାଯାଇଛି।

ମଠରୁ ମହନ୍ତଙ୍କ ଦାୟିତ୍ବ ପ୍ରତ୍ୟାହାର ନକରିବା ପାଇଁ ହାଇକୋର୍ଟଙ୍କ ସ୍ଥିତାବସ୍ଥା ରହିଥିବା ମଠର ଓକିଲ କହିଛନ୍ତି। ଅନ୍ତରୀଣ ଟ୍ରଷ୍ଟ ଗଠନ ସମ୍ପୁର୍ଣ୍ଣ ବେଆଇନ୍ ବୋଲି ମଠ ମହନ୍ତ ଦାବି କରିଛନ୍ତି। ହାଇକୋର୍ଟ ଏହି ଟ୍ରଷ୍ଟ ବୋର୍ଡ ଗଠନକୁ ରଦ୍ଧ କରିବା ଓ ମହନ୍ତଙ୍କୁ ନହଟାଇବା ପାଇଁ କହିଥିଲେ ମଧ୍ୟ ପ୍ରଶାସନ ଜୋର ଜବରଦସ୍ତି ଏହି ହସ୍ତାନ୍ତର ପ୍ରକ୍ରିୟା କରୁଥିବା ମହନ୍ତ କହିଛନ୍ତି। ଆଜି ଏହି ଦାୟିତ୍ବ ହସ୍ତାନ୍ତର ପ୍ରକ୍ରୀୟାରେ ଟ୍ରଷ୍ଟିଙ୍କ ସହ ୪ ଜଣ ଟ୍ରଷ୍ଟ ବୋର୍ଡ ସଦସ୍ୟ, ଏଣ୍ତାମେଣ୍ଟ ଇନ୍ସପେକ୍ଟର, ସିଟି ଡିଏସପିଙ୍କ ସହ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.