ETV Bharat / state

ଆଜି କୋଣାର୍କ ମହୋତ୍ସବ ଉଦଘାଟନୀ ସଂନ୍ଧ୍ୟା

author img

By

Published : Dec 1, 2020, 1:42 PM IST

Updated : Dec 1, 2020, 5:55 PM IST

ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି (ମଙ୍ଗଳବାର) ସଂନ୍ଧ୍ୟାରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହେବ ଏହି ଉତ୍ସବ। ଅଧିକ ପଢନ୍ତୁ...

କୋଣାର୍କ ଉତ୍ସବ
ଝଲସିବ କୋଣାର୍କ ଉତ୍ସବର ରଙ୍ଗମଞ୍ଚ

କୋଣାର୍କ: ଦିର୍ଘ ଆଠ ମାସ ପରେ ପୁଣି ଝଲସିବ ରଙ୍ଗମଞ୍ଚ। କୋଣାର୍କ ନୃତ୍ୟ ଉତ୍ସବର ପରଦା ଖୋଲିବା ସହ ନୃତ୍ୟରେ ବିଭୋର ହେବେ ଦର୍ଶକ। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି(ମଙ୍ଗଳବାର) ସଂନ୍ଧ୍ୟାରୁ କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ୫ଦିନ ଧରି ଅନୁଷ୍ଠିତ ହେବ ଏହି ଉତ୍ସବ।

ଉତ୍ସବରେ ଓଡ଼ିଶୀ ନୃତ୍ୟ ସମେତ ଭରତନାଟ୍ୟମ, ମଣିପୁରୀ, କୁଚିପୁଡ଼ି ଓ କଥକ ନୃତ୍ୟ ପରିବେଷଣ ହେବ। ଦେଶର ପ୍ରସିଦ୍ଧ ନୃତ୍ୟଶିଳ୍ପୀମାନେ ଏହି ମୁକ୍ତ ମଞ୍ଚରେ ନୃତ୍ୟ ପରଷି‌ବେ। ଉତ୍ସବ ଆୟୋଜନ ପୂର୍ବରୁ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସଚିବ ବିଶାଲ ଦେବ, ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ସମେତ ଜିଲ୍ଲା ପ୍ରଶାସନ ଓ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି।

ଆଜି କୋଣାର୍କ ମହୋତ୍ସବ ଉଦଘାଟନୀ ସଂନ୍ଧ୍ୟା

ଦର୍ଶକ ଗ୍ୟାଲେରିରେ ୨ହଜାର ଦର୍ଶକ ବସିବାର ବ୍ୟବସ୍ଥା ଥିବାବ‌େଳେ କୋରୋନାକୁ ଦୃଷ୍ଟିରେ ରଖି ଚଳିତବର୍ଷ ପ୍ରତି ସିଟ୍‌ ମଧ୍ୟରେ ୩ ଫୁଟ ଦୂରତା ରକ୍ଷା କରି ବସିବା ବ୍ୟବସ୍ଥା କରାଯାଇଛି। ତେଣୁ ଚଳିତବର୍ଷ ଦର୍ଶକ ଗ୍ୟାଲେରୀରେ ୫ଶହ ଦର୍ଶକ ବସିବା ପାଇଁ ବ୍ୟବସ୍ଥା ହୋଇଛି।

ଏହାସହ ଟିକେଟ୍‌ ସଂଖ୍ୟା ଓ ପାସ୍‌ ସଂଖ୍ୟା ହ୍ରାସ କରାଯାଇଛି। ସଂନ୍ଧ୍ୟାରେ ନୃତ୍ୟ ଉପଭୋଗ ସହ କୋଣାର୍କ ସୂର୍ଯ୍ୟମନ୍ଦିରରୁ ୩ କିଲୋମିଟର ଦୂରରେ ଚନ୍ଦ୍ରଭାଗାର ସ୍ବର୍ଣ୍ଣିମ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକାକଳା ଉତ୍ସବ ଦେଖିବାକୁ ମିଳିବ। ଏଥିରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ୨୫ଟି ଷ୍ଟଲ୍‌ରେ ବାଲୁକା କଳା ଦେଖିବାକୁ ମିଳିବ।

ଏଥିରେ ଓଡ଼ିଶା ସମେତ ରାଜସ୍ଥାନ, ତାମିଲନାଡ଼ୁ, ବିହାର ଓ ପଶ୍ଚିମବଙ୍ଗରୁ ୭୦ ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରି ନିଜର କଳା ପ୍ରଦର୍ଶନ କରିବେ। ଯେଉଁଥିରେ ୨୦ଜଣ ମହିଳା ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି । କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ନିୟମାବଳୀକୁ କଡ଼ାକଡ଼ି ପାଳନ କରାଯିବ। ଦର୍ଶକଙ୍କ ପ୍ରବେଶ, ସାମାଜିକ ଦୂରତ୍ବ, ସାନିଟାଇଜେସନ୍‌ ଓ ମାସ୍କ ପରିଧାନ ଉପରେ ଗୁରୁତ୍ବ ଦିଆଯିବ ।

କୋଣାର୍କରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 1, 2020, 5:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.