ETV Bharat / state

ତିନି ରଥର ଉଠିଲା ଚାରି ନାହାକା - ଆଗୁଆ ଚାଲିଛି ରଥକାର୍ଯ୍ୟ

ନିର୍ଦ୍ଧାରିତ ସମୟର 9 ଦିନ ପୂର୍ବରୁ ଉଠିଲା ତିନି ରଥର ଚାରି ନାହାକା । ରଥଖଳାରେ ଜୋରସୋର୍‌ରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ଅଧିକ ପଢ଼ନ୍ତୁ...

making chariots, puri Ratha khala, ରଥ ନିର୍ମାଣ କାର୍ଯ୍ୟ, ରଥଖଳା, ତିନି ରଥର ଚାରି ନାହାକା, ଆଗୁଆ ଚାଲିଛି ରଥକାର୍ଯ୍ୟ, ରଥଯାତ୍ରା
ତିନି ରଥର ଉଠିଲା ଚାରି ନାହାକା
author img

By

Published : Jun 15, 2021, 7:07 PM IST

ପୁରୀ: ଚଳିତବର୍ଷ ରଥନିର୍ମାଣ କାର୍ଯ୍ୟ ବେଶ୍‌ ଆଗୁଆ ଚାଲିଛି । 9 ଦିନ ପୂର୍ବରୁ ଉଠିଛି ତିନିରଥର ଚାରିନାହାକା। ସୋମବାର ରଥର ଦଣ୍ଡା ଉପରେ କଣ୍ଟା ବାଡ଼ିଆ ପରେ ଗରଗରା ଓ ପୋଲ ଗୟଳ ପଡିଥିଲା। ଏଥିସହ ଜକଯନ୍ତ୍ର ଓ ଗୁଜ ସ୍ଥାପନ ସରି ମଙ୍ଗଳବାର ଭୋଇସେବକ ମହାରଣାଙ୍କ ନିର୍ଦ୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି ।

ଦେବସ୍ନାନପୂର୍ଣ୍ଣମୀରେ ଚାରିନାହାକା ଉଠିବାର ଲକ୍ଷ୍ୟ ରଖାଯାଇଥାଏ । ଚଳିତ ଥର ଏହା ନିର୍ଦ୍ଧାରିତ ସମୟରେ ବେଶ୍‌ ପୂର୍ବରୁ ସରିଛି । ପୂର୍ବରୁ ମଧ୍ୟ ନିର୍ଦ୍ଧାରିତ ସମୟ ଆଗରୁ ତିନିରଥର ସମସ୍ତ ଚକ ଅଖ ସଂଯୋଗ ହୋଇ ଡେରା ଯାଇଥିଲା ।

ତିନି ରଥର ଉଠିଲା ଚାରି ନାହାକା

ଦେବସ୍ନାନପୂର୍ଣ୍ଣିମା ଆସିବା ପୂର୍ବରୁ ତିନିରଥର ଅର୍ଦ୍ଧାଧିକ କାମ ସରିବାକୁ ବସିଲାଣି। ଲକ୍ଷ୍ୟ ଥାଏ ଦେବସ୍ନାନପୂର୍ଣ୍ଣିମା ଦିନ ତିନିରଥର ଚାରିନାହାକା ଉଠିବ। କିନ୍ତୁ ମଙ୍ଗଳବାର ଅପରାହ୍ନରେ ଭୋଇସେବକ ମହାରଣାଙ୍କ ନିର୍ଦ୍ଦେଶରେ ତିନିରଥର ଚାରି ନାହାକା ଉଠାଇଛନ୍ତି। ଭୋଇସେବକ ତୃତୀୟ ହରିବୋଲ ପକାଇଛନ୍ତି। ଶୀତଳଷଷ୍ଠୀ ଦିନ ତିନି ରଥର ସମସ୍ତ ଚକ ଅଖ ଡେରା ଯିବାର ଥିଲେ ମଧ୍ୟ ଏହାର ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥର ସମସ୍ତ 42 ଚକ ସହ 21 ଅଖ ସଂଯୋଗ ହୋଇ ଡେରା ଯାଇଥିଲା।

ଏବେ ଚାରିନାହାକା ଉଠିବା ପରେ ସମସ୍ତ ଉତ୍ସାହିତ ହୋଇଛନ୍ତି । ଲାଗୁଛି ମହାପ୍ରଭୁଙ୍କ ଇଚ୍ଛାରେ ହିଁ ଏସବୁ କାର୍ଯ୍ୟ ହେଉଛି। ମଙ୍ଗଳବାର ଜଣେ ରୂପକାର ସେବକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଏହା ରଥନିର୍ମାଣ ଉପରେ କୌଣସି ପ୍ରଭାବ ପକାଇ ନାହିଁ । ଚାରିନାହାକା ଉଠିବା ପରେ ଗୁଜ, ଜଳଯନ୍ତ୍ର ସ୍ଥାପନ ଚାଲିଛି। ଏହାପରେ ଛନ୍ଦା ଗୟଳ ପକାଇ ତୀଖ ଗୁଜ ଓ ସାଲଗୁଜ ସଂଯୋଗ କରାଯାଇ ଚଉଦ ନାହାକା ଉଠିବ।

ପ୍ରତିରଥର ୪ଟି ଲେଖାଏଁ ନାଟଗୋଡ଼ରେ ରୂପକାର ସେବକ ରାହୁମୂର୍ତ୍ତି ଖୋଦେଇ କରୁଛନ୍ତି । ଚାରିନାହାକାକୁ ବାନ୍ଧି ରଖିବାକୁ ଢ଼ମକ କାମ ଚାଲିଛି। କମାରମାନେ ରଥ ଉପରିଭାଗ ପାଇଁ ଆବଶ୍ୟକ କଣ୍ଟା ତିଆରି କରୁଛନ୍ତି । କୋରୋନା ମହାମାରୀ ସତ୍ତ୍ବେ ବେଶ୍‌ ରଥଖଳା ବେଶ୍‌ ଚଳଚଞ୍ଚଳ ହୋଇ ଆଗେଇ ଚାଲିଛି ରଥ କାର୍ଯ୍ୟ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.