ETV Bharat / state

ବନ୍ୟା ସ୍ଥିତି ଅପରିବର୍ତ୍ତିତ, ଆରମ୍ଭ ହେବ ଜଳ ନିଷ୍କାସନ ପ୍ରକ୍ରିୟା

author img

By

Published : Sep 3, 2020, 6:52 PM IST

ପୁରୀ ଜିଲ୍ଲାରେ ବନ୍ୟା ସ୍ଥିତି ଅପରିବର୍ତ୍ତିତ । ଲୋକେ ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି । ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଆଦି କାର୍ଯ୍ୟକୁ ସଠିକ ତୁଲାଉଛନ୍ତି । ଦୁଇ ଦିନ ଭିତରେ ଜଳ ନିଷ୍କାସନ ପ୍ରକ୍ରିୟା ହେବ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବନ୍ୟା ସ୍ଥିତି ଅପରିବର୍ତ୍ତିତ
ବନ୍ୟା ସ୍ଥିତି ଅପରିବର୍ତ୍ତିତ

ପୁରୀ: ବନ୍ୟା ସ୍ଥିତି ଅପରିବର୍ତ୍ତିତ । ବନ୍ୟା ଜଳ ଅଳ୍ପ କମିଥିଲେ ମଧ୍ୟ ଦୁର୍ଦ୍ଦଶା କମିନାହିଁ । ବିଶେଷ କରି ପୁରୀ ଜିଲ୍ଲାର କଣାସ, ନିମାପଡା, ଗୋପ, ବଲଙ୍ଗା, ପିପିଲି ଅଞ୍ଚଳରେ ବନ୍ୟା ଜଳ ଅଳ୍ପ କିଛି ହ୍ରାସ ପାଇଛି । ଏବେବି ବିଭିନ୍ନ ଗ୍ରାମ ଜଳବନ୍ଦୀ ରହିଛି । ଲୋକେ ଉଚ୍ଚସ୍ଥାନରେ ଆଶ୍ରୟ ନେଇଛନ୍ତି । ତେବେ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ, ପାନୀୟ ଜଳ ଆଦି କାର୍ଯ୍ୟକୁ ସଠିକ ତୁଲାଉଛନ୍ତି ।

ବନ୍ୟା ସ୍ଥିତି ଅପରିବର୍ତ୍ତିତ

ସେପଟେ ଭାର୍ଗବୀ, କୁଶଭଦ୍ରା ଓ ଧନୁଆ ନଦୀରେ ଜଳସ୍ତର ବିପଦ ସଂକେତ ତଳେ ରହିଛି । ସେହିପରି କଣାସ, ପିପିଲିର କଣ୍ଟି ଅଞ୍ଚଳରେ ମଧ୍ୟ ଦୟା ନଦୀର ବନ୍ୟା ଜଳ କମି ନାହିଁ । ପୂର୍ଣ୍ଣିମାର ପ୍ରଭାବ ଯୋଗୁଁ ଚିଲିକା ଦେଇ ଜଳ ସମୁଦ୍ର ବନ୍ୟା ଜଳ ନିଷ୍କାସନ ହୋଇ ପାରୁନାହିଁ । ତେବେ ଦିନେ ଦୁଇ ଦିନ ଭିତରେ ଜଳ ନିଷ୍କାସନ ପ୍ରକ୍ରିୟା ହେବ । ପରିସ୍ଥିତି ସୁଧୁରିବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଛି । ବନ୍ୟା ବିପନ୍ନଙ୍କୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ଯୋଗାଇ ଦିଆଯାଉଥିବା ପୁରୀ ଜିଲାପାଳ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.