ETV Bharat / state

ପୁରୀ ଟାଉନ ହଲରେ ଆସନ୍ତା ୧୪ ତାରିଖରେ ପ୍ରଦର୍ଶିତ ହେବ ଫିଲ୍ମ ପ୍ରତୀକ୍ଷା

author img

By

Published : Feb 10, 2023, 9:12 PM IST

ଫିଲ୍ମ ପ୍ରତୀକ୍ଷାକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ। ପୁରୀରେ ସିନେମା ହଲ ନଥିବାରୁ ପୁରୀ ଟାଉନ ହଲରେ ଆସନ୍ତା ୧୪ ତାରିଖରେ ପ୍ରଦର୍ଶିତ ହେବ ଫିଲ୍ମ ପ୍ରତୀକ୍ଷା। ଅଧିକ ପଢ଼ନ୍ତୁ

ଫିଲ୍ମ ପ୍ରତୀକ୍ଷାକୁ ନେଇ ଦର୍ଶକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ

ପୁରୀ: ଦମନ ଫିଲ୍ମ ପରେ ଏବେ ଫିଲ୍ମ ପ୍ରତୀକ୍ଷାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦମନ ଫିଲ୍ମର ସଫଳତା ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନୂଅ ଜୀବନ ପ୍ରଦାନ କରିଛି । ସିନେ ପ୍ରେମୀଙ୍କୁ ପୁଣି ଓଡ଼ଆ ସିନେମା ବାଧ୍ୟ କରିଛି। ତେବେ ଏହାରି ମଧ୍ୟରେ ଅଉ ଏକ ଓଡ଼ଆ ସିନେମାକୁ ନେଇ ସିନେ ପ୍ରେମିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ପୁରୀ ଟାଉନ ହଲରେ ଆସନ୍ତା ୧୪ ତାରିଖରେ ପ୍ରଦର୍ଶିତ ହେବ ଫିଲ୍ମ ପ୍ରତୀକ୍ଷା। ଦମନ ଫିଲ୍ମର ସଫଳ ପ୍ରଦର୍ଶନ ପରେ ୧୪ରେ ପ୍ରତୀକ୍ଷା ଫିଲ୍ମ ପ୍ରଦର୍ଶନ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପୁରୀରେ ପ୍ରେକ୍ଷାଳୟ ନଥିବାରୁ ଏହାର ଅଭାବ ପୂରଣ କରିବାକୁ ଏଭଳି ପ୍ରୟାସ କରାଯାଉଥିବା ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ତେବେ ୧୪ରେ ପ୍ରତୀକ୍ଷା ଫିଲ୍ମ ପ୍ରଦର୍ଶିତ ହେବାକୁ ଥିବାବେଳେ ଏଥିରେ ସମୁଦାୟ ୫ଟି ସୋ' ରହିବ ।

ସକାଳ ୯ଟାରୁ ରାତି ୯ଟା ଯାଏଁ ସୋ' ଚାଲିବ । ୨୪ ଫୁଟ ଓସାର ଏଲଇଡି ପରଦା ସହ ସାଉଣ୍ଡର ମଜା ନେଇପାରିବେ ଦର୍ଶକ । ଏହି ଫିଲ୍ମ ଦେଖିବା ପାଇଁ ଟିକେଟର ମୂଲ୍ୟ ୧୨୦ ଟଙ୍କା ଥିବାବେଳେ ୭୩୭୭୨୯୦୫୦୧ ଏବଂ ୮୬୩୭୨୯୦୫୦୧ରେ ଟିକେଟ୍‌ ବୁକିଂ କରିପାରିବେ ସିନେ ପ୍ରେମୀ । ବଳଗଣ୍ଡି ଛକସ୍ଥିତ ସାଲବେଗ ପୀଠରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ପିନାକୀ ଶ୍ରୀଚନ୍ଦନ, ସୌମ୍ୟରଞ୍ଜନ ଶତପଥୀ, ନିହାରିକା ତ୍ରିପାଠୀ, ବାଳକୃଷ୍ଣ ପୂଜାପଣ୍ଡା ଅଭିଷେକ ଶ୍ରୀଚନ୍ଦନ ପ୍ରମୁଖ ଉପସ୍ଥିତ ଥିଲେ ।

ଗତ କିଛି ଦିନ ତଳେ ପୁରୀ ଟାଉନ୍ ହଲ୍‌ରେ ଦମନ ଫିଲ୍ମ ସହିତ ଲୋକନାଥ ଫିଲ୍ମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଦର୍ଶିତ ହୋଇଥିଲା । ଏହାକୁ ଦେଖିବାପାଇଁ ଦର୍ଶକଙ୍କ ବେଶ୍ ଭିଡ଼ ହୋଇଥିଲା । ତେବେ ପୁରୀ ସିନେମା ହଲ ନଥିବାରୁ ଫିଲ୍ମ ଦେଖିବାରୁ ପୁରୀ ବାସିନ୍ଦା ଓ ପର୍ଯ୍ୟଟକ ବଞ୍ଚିତ ହେଉଛନ୍ତି । ଏଣୁ କିଛି ସିନେପ୍ରେମୀ ପୁରୀ ବାସିନ୍ଦାଙ୍କୁ ଭଲ ଫିଲ୍ମ ଦେଖାଇବାକୁ ପ୍ରୟାସ ଜାରି ରଖିଛନ୍ତି । ଗତ 2019ରେ ପ୍ରଳୟଙ୍କରୀ ଫନି ବାତ୍ୟା ଯୋଗୁ ପୁରୀରେ ଥିବା ସିନେମା ହଲଗୁଡିକ ଭାଙ୍ଗିରୁଜି ଯାଇଥିଲା । ତେବେ ସିନେମା ହଲ ମରାମତିରେ ବିପୁଳ ଅର୍ଥ ବ୍ୟୟ ହେବାକୁ ଥିବାରୁ ସିନେମା ହଲ ମାଲିକ ହଲ ମରାମତି କରି ପାରିନାହାଁନ୍ତି । ତେବେ ସରକାର ସିନେମା ହଲ ମାଲିକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଲେ ପୁଣି ପୁରୀରେ ଥିବା ଅଚଳ ସିନେମା ହଲ୍‌ ଚାଲିବାରେ ସକ୍ଷମ ହେବ ବୋଲି ସିନେପ୍ରେମୀ କହିଛନ୍ତି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.