ETV Bharat / state

ସମସ୍ତଙ୍କ ପାଇଁ ଖୋଲିଲା ଜଗା ଦ୍ବାର, ଦର୍ଶନ ବ୍ୟବସ୍ଥାକୁ ପ୍ରଶଂସା କଲେ ସମ୍ବିତ

ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଛି। କୋଭିଡ ନେଗେଟିଭ ସାର୍ଟିଫିକେଟ ଥିବା ଭକ୍ତ ହିଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ରହିଛି ।

author img

By

Published : Jan 3, 2021, 12:28 PM IST

ଖୋଲିଛି ଶ୍ରୀମନ୍ଦିର ଦ୍ବାର
ଖୋଲିଛି ଶ୍ରୀମନ୍ଦିର ଦ୍ବାର

ପୁରୀ: କୋରୋନା ମହାମାରୀ ଯୋଗୁଁ ଦିର୍ଘ ମାସର ପ୍ରତିକ୍ଷା ପରେ ଆଜି ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର ଦ୍ବାର । ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଛି। କୋଭିଡ ନେଗେଟିଭ ସାର୍ଟିଫିକେଟ ଥିବା ଭକ୍ତ ହିଁ ମନ୍ଦିର ଭିତରକୁ ଯିବାକୁ ଅନୁମତି ରହିଛି ।

ଖୋଲିଛି ଶ୍ରୀମନ୍ଦିର ଦ୍ବାର

କୋଭିଡ ନେଗେଟିଭ ସାର୍ଟିଫିକେଟ ସମେତ କୋଭିଡ ଗାଇଡ଼ଲାଇନ ମାନି ସବୁ ଭକ୍ତ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ଦର୍ଶନ ପାଇ ଉତ୍ତର ଦ୍ବାର ପଟେ ପ୍ରସ୍ଥାନ କରୁଛନ୍ତି।

ସେପଟେ ସବୁ ଶାନ୍ତି ଶୃଙ୍ଖଳାରେ ଦର୍ଶନ ଚାଲିଥିବା ପୁରୀ ଏସପି କେ.ବିଶାଳ ସିଂ କହିଛନ୍ତି। ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ମହାପ୍ରଭୁ ଶ୍ରୀଜଗନ୍ନାଥ ସାରା ବିଶ୍ବବାସୀଙ୍କୁ ସୁରକ୍ଷିତ ରଖନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି। ସେହିପରି କୋଭିଡ ଗାଇଡ଼ଲାଇନରେ ବେଶ ସୁରୁଖୁରୁରେ ଶ୍ରୀମନ୍ଦିରରେ ଦର୍ଶନ ଚାଲିଥିବା ବେଳେ ବ୍ୟବସ୍ଥା ବେଶ ଭଲ ହୋଇଥିବା ସମ୍ବିତ ପାତ୍ର ମତ ଦେଇଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.