ETV Bharat / state

ମନ୍ଦିର ଜମି ଜବରଦଖଲକୁ ପ୍ରତିବାଦ କରିବାରୁ ଦମ୍ପତିଙ୍କୁ ଆକ୍ରମଣ - attack on couple

ମନ୍ଦିର ଜମି ଜବରଦଖଲକୁ ପ୍ରତିବାଦ କରିବାରୁ ଦମ୍ପତିଙ୍କୁ ଆକ୍ରମଣ । ଥାନାରେ ମାମଲା । ଅଧିକ ପଢନ୍ତୁ...

The couple was attacked for protesting against the encroachment on temple land
ମନ୍ଦିର ଜମି ଜବରଦଖଲକୁ ପ୍ରତିବାଦ କରିବାରୁ ଦମ୍ପତିଙ୍କୁ ଆକ୍ରମଣ
author img

By

Published : Jun 28, 2021, 9:26 AM IST

ପୁରୀ: ମଙ୍ଗଳା ମନ୍ଦିର ଜମିବାଡ଼ି ଉପରେ କିଛି ପ୍ରଭାବଶାଳୀ ଲୋକେ ଜୋର ଜବରଦସ୍ତ ଦଖଲ କରିଛନ୍ତି। ପ୍ରତିବାଦ କଲେ ମାରିଦେବାକୁ ମିଳୁଛି ଧମକ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଲକ ଗଇଣ୍ଡଳ ପଞ୍ଚାୟତର ଦଳିତ ସାହିରେ ।

ମନ୍ଦିର ଜମି ଜବରଦଖଲକୁ ପ୍ରତିବାଦ କରିବାରୁ ଦମ୍ପତିଙ୍କୁ ଆକ୍ରମଣ

ସୂଚନା ଥାଉକି ଗଇଣ୍ଡଳ ପଞ୍ଚାୟତର ଦଳିତ ସାହିର ମଙ୍ଗଳା ମନ୍ଦିର ଜମିବାଡ଼ିରେ ଥିବା ନଡ଼ିଆ ଗଛ, ପୋଖରୀରୁ ଅନ୍ୟ ଏକ ଗାଁର କିଛି ପ୍ରଭାବଶାଳୀ ଵ୍ୟକ୍ତି ଜୋର ଜବରଦସ୍ତ ନଡ଼ିଆ ଏବଂ ମାଛ ଧରି ନେଇଛନ୍ତି । ଯାହାକୁ ନେଇ ସାହିର ମୁଖିଆ ବିଜୟ ଭୋଇ ପ୍ରତିବାଦ କରିଥିଲେ । ଫଳରେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ ଉକ୍ତ ବ୍ୟକ୍ତିଗଣ ।

କେବଳ ସେତିକି ନୁହେଁ, ବିଜୟଙ୍କ ପତ୍ନୀଙ୍କୁ ଆକ୍ରମଣ କରାଯାଇଥିବା ସହ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଛି । ଯାହାକୁ ନେଇ ଗୋପ ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ 15 ଦିନ ବିତିଯାଇଥିଲେ ମଧ୍ୟ କୌଣସି ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେପଟେ ଏହି ଘଟଣାରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନନେଲେ ଦଳିତ ସଂଗଠନ ପକ୍ଷରୁ ଆନ୍ଦୋଳନ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ଜିଲ୍ଲା ଏସପିଙ୍କୁ ଚେତାବନୀ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.