ETV Bharat / state

ଆଶା ଆଶଙ୍କା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

author img

By

Published : May 8, 2020, 11:40 AM IST

Updated : May 8, 2020, 2:35 PM IST

ରଥ ଖଳାରେ ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ । ପ୍ରଥମେ ରଥ ଚକର ତୁମ୍ବ ନିର୍ମାଣ ଆରମ୍ଭ । ଅଧିକ ପଢନ୍ତୁ...

The construction of the chariot began at the threshing floor
ଆରମ୍ଭ ହେଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ : ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ପୁରୀର ରଥଖଳା ଚଳଚଞ୍ଚଳ ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗନାଲ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସାମାଜିକ ଦୂରତ୍ବ ,ହାତରେ ସାନିଟାଇଜର , ମାସ୍କ ପିନ୍ଧି ବିଶ୍ବକର୍ମା ମହାରଣା ମାନେ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଚକ ତୁମ୍ଭ ଓ ଗୁଜ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ରୂପକାର ସେବକମାନେ କୋଣଗୁଜ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ନଡ଼ିଆ , ମହାପ୍ରସାଦ ଆଦି ଆଣି ପାରମ୍ପରିକ ପୂଜା ପରେ ରଥ କାଠ କଟା ଆରମ୍ଭ ହୋଇଛି । କରତି ସେବକମାନେ ରଥ କାଠ ଚିରଟ ଆରମ୍ଭ କରିଛନ୍ତି । ତେବେ ଜୁନ 23ରେ ରଥଯାତ୍ରା ଥିବା ବେଳେ ଅକ୍ଷୟ ତୃତୀୟାରେ ରଥ କାର୍ଯ୍ୟ ଆରମ୍ଭ ହୋଇ ପାରି ନ ଥିଲା ।

ବହୁ ବାଦବିବାଦ ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ

ଲକ ଡାଉନ ଦ୍ବିତୀୟ ପର୍ଯ୍ୟାୟ କଟକଣା ପାଇଁ ରଥ ନିର୍ମାଣ ଅନୁକୁଳ ଶ୍ରୀମନ୍ଦିର ଭିତରେ ହୋଇ ଥିଲା । ତେବେ ତୃତୀୟ ପର୍ଯ୍ୟାୟ ଲକ ଡାଉନରେ ପୁରୀ ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣ ପାଇଁ କେନ୍ଦ୍ର ସରକାର କୋଭିଡ 19 ଗାଇଡ଼ ଲାଇନ ଅନୁଯାୟୀ ଅନୁମତି ଦେଇଛନ୍ତି । ସେହିପରି ରଥଯାତ୍ରା ହେବ କି ନାହିଁ ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 8, 2020, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.