ETV Bharat / state

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟାୟ ରଥ କାଠ

author img

By

Published : Apr 16, 2020, 3:28 PM IST

କୋରୋନାକୁ ନେଇ ଲକଡାଉନ ଜାରି ରହିଥିବାବେଳେ, ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବ କି ନାହିଁ ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ କରିନାହାନ୍ତି ରାଜ୍ୟସରକାର । ଅଧିକ ପଢନ୍ତୁ...

ରଥକାଠ
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟୟ ରଥ କାଠ

ପୁରୀ: ପୁରୀରେ ପହଞ୍ଚିଲା ରଥକାଠ । ସପ୍ତମ ପର୍ଯ୍ୟାୟରେ ଏହି ରଥ କାଠ ଆସି ପହଞ୍ଚିଛି । ଏଥିରେ ମୋଟ 20 ଖଣ୍ଡ କାଠ ରହିଥିବାବେଳେ 19ଟି ଧଉରା ଓ ଗୋଟିଏ ଅସନ କାଠ ଆସିଛି । ଏହା ଉତ୍ତର ଘୁମୁସର ବନଖଣ୍ଡ, ଭଞ୍ଜନଗରରୁ ଏକ ଟ୍ରକ ଯୋଗେ ଆସିଛି । ଆସନ୍ତା 26 ତାରିଖରେ ଅକ୍ଷୟ ତୃତୀୟାରେ 3 ରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ତେବେ ଲକ ଡାଉନ ଚାଲୁଥିବା ବେଳେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ରଥ ଯାତ୍ରା ଅୟୋଜନ ନେଇ ବିଭିନ୍ନ ମହଲରେ ଅନେକ ଆଶଙ୍କା ପ୍ରକାଶ ପାଇଛି ।

ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟୟ ରଥ କାଠ

ତେବେ ରଥଯାତ୍ରା ଅୟୋଜନ ହେବ କି ନାହିଁ ସରକାର ତାହା ସ୍ପଷ୍ଟ କରିନଥିଲେ ମଧ୍ୟ ରଥ ନିର୍ମାଣ ପାଇଁ କାଠ ପୁରୀକୁ ଆସିବା ଜାରି ରହିଛି । ତେବେ ମହାପ୍ରଭୁଙ୍କ କୃପାରୁ ଚଳିତ ବର୍ଷ ରଥଯାତ୍ରା ଠିକ ସମୟରେ ହେବା ନେଇ ଭୋଇ ସର୍ଦାର ରବି ଭୋଇ ଆଶା କରିଛନ୍ତି। ତିନି ରଥ ନିର୍ମାଣ ପାଇଁ 865 ଖଣ୍ଡ କାଠ ମୋଟ ଆବଶ୍ୟକ ରହିଛି ।

puri katha
ପୁରୀରେ ପହଞ୍ଚିଲା ସପ୍ତମ ପର୍ଯ୍ୟୟ ରଥ କାଠ

ସେଥିମଧ୍ୟରୁ 193 ଖଣ୍ଡ କାଠ ପୂର୍ଵ ବର୍ଷ ଠାରୁ ଶ୍ରୀ ମନ୍ଦିର ପ୍ରଶାସନ ପାଖରେ ଗଚ୍ଛିତ ରହିଛି । ଚଳିତ ବର୍ଷ 672 ଖଣ୍ଡ କାଠ ର ଆବଶ୍ୟକତା ରହିଛି । ପୂର୍ବରୁ ଷଷ୍ଠ ପର୍ଯ୍ୟାୟ ସୁଧା ବଡଦାଣ୍ଡରେ 224 ଖଣ୍ଡ କାଠ ପହଞ୍ଚି ସାରିଛି । ସେହିପରି ସପ୍ତମ ପର୍ଯ୍ୟାୟରେ ଆଉ 20 ଖଣ୍ଡ କାଠ ପହଞ୍ଚିଛି। ବାକି ଅନ୍ୟ କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.