ETV Bharat / state

ସେବାୟତ ପରିବାରକୁ ମାଗଣା ଟିକା ଦେବାକୁ ଅନୁରୋଧ - puri sebaka famiy vaccined issue news

ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ। ଅଧିକ ପଢନ୍ତୁ...

ସେବକ ପରିବାର ସଦସ୍ୟଙ୍କୁ ଟୀକା ପ୍ରଦାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ

author img

By

Published : Jan 21, 2021, 6:06 PM IST

ପୁରୀ: ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ କୋଭିଡ ଟିକା ପ୍ରଦାନ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କଲା ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଶନ କୁମାର ବିଧିବଦ୍ଧ ପ୍ରସ୍ତାବ ଦେଇଛନ୍ତି।

ସେବକ ପରିବାର ସଦସ୍ୟଙ୍କୁ ଟୀକା ପ୍ରଦାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ
ସେବକ ପରିବାର ସଦସ୍ୟଙ୍କୁ ଟୀକା ପ୍ରଦାନ ନେଇ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ

ମୁଖ୍ୟ ପ୍ରଶାସକ ଜଣାଇଛନ୍ତି ଯେ, କୋରୋନା ନେଗେଟିଭ ରିପୋର୍ଟ ବିନା ଏବେ ଭକ୍ତ ମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ପାଇଁ ଅନୁମତି ଦିଆଯାଇଛି। ଏଥିପାଇଁ ବହୁ ସଂଖ୍ୟାରେ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରତିଦିନ ଶ୍ରୀମନ୍ଦିରକୁ ଆସିବେ । ଭକ୍ତଙ୍କ ସମ୍ପର୍କରେ ଆସୁଥିବା ମହାପ୍ରଭୁଙ୍କ ସେବକମାନେ କୋଭିଡ-19 ଦ୍ୱାରା ସଂକ୍ରମିତ ହେବାରେ ଅଶଙ୍କାକୁ ଏଡାଇ ଦିଆଯାଇ ନପାରେ । ତେଣୁ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ନହେବ । ସେଥିପାଇଁ ସମସ୍ତ ସେବକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ ଟିକା ପ୍ରଦାନ କରିବାକୁ ମୁଖ୍ୟ ପ୍ରଶାସକ ପ୍ରସ୍ତାବ ଦେଇଛନ୍ତି।

ଏଥିସହିତ ଶ୍ରୀମନ୍ଦିର ପ୍ରଶାସନର ପ୍ରାୟ 500 କର୍ମଚାରୀଙ୍କୁ ମଧ୍ୟ ପ୍ରାଥମିକତା ଭିତ୍ତିରେ ଟିକା ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି । ପୂର୍ଵରୁ ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା ହେବା ସହ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯିବାକୁ ସହମତି ପ୍ରକାଶ ପାଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.