ETV Bharat / state

ଘୁଞ୍ଚିଲା ବ୍ୟାରିକେଡ, ଅରୁଣସ୍ତମ୍ଭ ନିକଟରୁ ଦର୍ଶନ ପାଇଁ ଉତ୍ସାହିତ ଶ୍ରଦ୍ଧାଳୁ - ଭକ୍ତଙ୍କ ପାଇଁ ପତିତପାବନ ଦର୍ଶନ ବ୍ୟବସ୍ଥା କଲା ପ୍ରଶାସନ

ଅରୁଣସ୍ତମ୍ଭ ନିକଟରୁ ପତିତପାବନ ଦର୍ଶନ ଟିକେ ଭଲରେ କରିବାକୁ ଭକ୍ତଙ୍କ ଦାବିକୁ ବିଳମ୍ବରେ ହେଲେ ମଧ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଥିବା ବ୍ୟାରିକେଡକୁ ଅରୁଣସ୍ତମ୍ଭ ଠାରୁ ଅଳ୍ପ ଦୂରରେ ପକାଯାଉଛି । ଫଳରେ ଭଲରେ ଭକ୍ତମାନେ ପତିତପାବନ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପାଖରେ ପତିତପାବନ ଦର୍ଶନ ବ୍ୟବସ୍ଥା କଲା ପ୍ରଶାସନ

author img

By

Published : Nov 4, 2020, 4:38 PM IST

ପୁରୀ: କୋଭିଡ କଟକଣାକୁ ନେଇ ମହାପ୍ରଭୁଙ୍କ ଦର୍ଶନରୁ ଦୀର୍ଘଦିନ ହେବ ବଞ୍ଚିତ ହୋଇଛନ୍ତି ଭକ୍ତ । ତେବେ ଅରୁଣସ୍ତମ୍ଭ ନିକଟରୁ ପତିତପାବନ ଦର୍ଶନ ଟିକେ ଭଲରେ କରିବାକୁ ଭକ୍ତଙ୍କ ଦାବିକୁ ବିଳମ୍ବରେ ହେଲେ ମଧ୍ୟ ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଥିବା ବ୍ୟାରିକେଡକୁ ଅରୁଣସ୍ତମ୍ଭ ଠାରୁ ଅଳ୍ପ ଦୂରରେ ପକାଯାଉଛି । ଫଳରେ ଭଲରେ ଭକ୍ତମାନେ ପତିତପାବନ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିଛନ୍ତି ।

ପାଖରେ ପତିତପାବନ ଦର୍ଶନ ବ୍ୟବସ୍ଥା କଲା ପ୍ରଶାସନ

ବାରମ୍ବାର ଭକ୍ତ ଓ ବିଭିନ୍ନ ଅନୁଷ୍ଠାନର ଦାବି ପରେ ପୁରୀ ଜିଲ୍ଲାପ୍ରଶାସନ ନରମିଛି । କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ବଞ୍ଚିତ ଭକ୍ତ ଯେଭଳି ଭଲରେ ପତିତପାବନଙ୍କ ଦର୍ଶନ କରି ପାରିବେ ସେ ନେଇ ସିଂହ ଦ୍ଵାର ଆଗରେ ସ୍ୱତନ୍ତ୍ର ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ଫଳରେ ପୂର୍ବରୁ ଦୂରରେ ରହି ପତିତପାବନ ଦର୍ଶନ ଠିକରେ କରି ପାରୁନଥିବା ଭକ୍ତ ଏବେ ନିକଟରୁ ପତିତପାବନଙ୍କ ଦର୍ଶନ ପାଇ ବେଶ ଖୁସି । ପୂର୍ବରୁ ମଙ୍ଗୁମଠ ନିକଟରେ ଥିବା ବ୍ୟାରିକେଡକୁ ଅରୁଣସ୍ତମ୍ଭ ପଟକୁ ଆଉ 20 ଫୁଟ ଘୁଞ୍ଚାଇ ଦିଆଯାଇଛି ।

ଭକ୍ତମାନେ ଶ୍ରୀମନ୍ଦିର କାର୍ଯ୍ୟଳୟରୁ ହୋଇଥିବା ବ୍ୟାରିକେଡ ଦେଇ ଶୃଙ୍ଖଳାରେ ଆସି ସିଂହଦ୍ୱାର ସମ୍ମୁଖ ନୂତନ ବ୍ୟାରିକେଡରେ ପତିତପାବନ ଦର୍ଶନ କରୁଛନ୍ତି । ଫଳରେ ପୂର୍ବରୁ ମଙ୍ଗୁମଠ ନିକଟରେ ହେଉଥିବା ଟ୍ରଫିକ ସମସ୍ୟା ଉପୁଜିବ ନାହିଁ । କୋଭିଡ କଟକଣା ହେତୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇ ପାରୁନଥିବା ଭକ୍ତଙ୍କୁ ଅରୁଣ ସ୍ତମ୍ଭ ନିକଟରେ ଯିବାକୁ ଅନୁମତି ଦେବାକୁ ବିଭିନ୍ନ ଅନୁଷ୍ଠାନ ଆନ୍ଦୋଳନକୁ ଓହ୍ଲାଇଥିଲେ । ଏହି ଦାବିକୁ କିଛି ମାତ୍ରରେ ଜିଲ୍ଲା ପ୍ରଶାସନ ପୂରଣ କରିଛି । ଭକ୍ତ ବି ନିକଟରୁ ପତିତପାବନଙ୍କ ଦର୍ଶନ କରି ବେଶ ଆନନ୍ଦିତ ଥିବା କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.